Posted inଜାତୀୟ

ପଡ଼ୋଶୀଙ୍କ ନାଁରେ କୁକୁର ପାଳିବାରୁ ମହିଳାଙ୍କୁ ନିଆଁ ଲଗାଇ ଦେଲେ

ଭାବନଗର(ଗୁଜରାଟ),୨୧।୧୨: ଏକ କୁକୁର ଛୁଆର ନାଁକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଜାଳି ଦେଇଛନ୍ତି ତାଙ୍କ ପଡ଼ୋଶୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମଙ୍ଗଳବାର ପୋଲିସ ପକ୍ଷରୁ କୁହାଯାଇଛି। ପୀଡ଼ିତା ମହିଳା କୁକୁର ଛୁଆର ନାଁ ‘ସୋନୁ’ ରଖିଥିଲେ, ଯାହାକି ପଡ଼ୋଶୀଙ୍କ ସ୍ତ୍ରୀଙ୍କ ଡାକନାମ। ବର୍ତ୍ତମାନ ଭାବନଗରର ସରକାରୀ ହସ୍ପିଟାଲରେ ନୀତାବେନ ସର୍ଭଇୟା (୩୫)ଙ୍କ ଚିକିତ୍ସା ଚାଲିଛି।

ଘଟଣା ସମୟରେ ନୀତାବେନଙ୍କ ସ୍ବାମୀ ଓ ଦୁଇ ଛୁଆ ବାହାରକୁ ଯାଇଥିଲେ। ସୋମବାର ମଧ୍ୟାହ୍ନରେ ସେ ଘରେ ସାନ ପୁଅ ସହ ଥିବା ବେଳେ ପଡ଼ୋଶୀ ସର୍ଭାଇୟା ଭାରଓ୍ବାଦଙ୍କ ସହ ଅନ୍ୟ ୫ ଜଣ ଘରେ ପସି ଆସିଥିଲେ। ସେ ଜାଣିଶୁଣି କୁକୁର ଛୁଆର ନାଁ ସୋନୁ ରଖିଥିବା ସେମାନେ ଅଭିଯୋଗ କରିବା ସହ ଏହାକୁ ବିରୋଧ କରିଥିଲେ ବୋଲି ଏଫ୍‌ଆଇଆରରେ ଉଲ୍ଲେଖ ରହିଛି।

ଭାରଓ୍ବାଦ ଘରେ ପସି ଗାଳି ଗୁଲଜ କରିଥିଲେ। କିନ୍ତୁ ସେମାନଙ୍କ କଥା ନ ଶୁଣି ମୁ ରୋଷେଇ ଘରକୁ ପଳାଇଥିଲି। ହେଲେ ୩ ଜଣ ମୋ ପଛେ ରୋଷେଇ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ତାଙ୍କୁ ପଡ଼ୋଶୀ ଉଦ୍ଧାର କରିଥିଲେ ବୋଲି ପୀଡ଼ିତା ସର୍ଭାଇୟା ତାଙ୍କ ବୟାନରେ ପୋଲିସକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ପ୍ରଭାତଙ୍କୁ ବିଶ୍ୱାସଘାତକ କହିଲେ ନବୀନ, ଜବାବରେ ପ୍ରଭାତ ବିଶ୍ବାଳ କହିଲେ ଏମିତି…ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍‌ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି…

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri