ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର ୪୯୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୬ ହଜାର ୯୬୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୭୮ ହଜାର ୨୯୧ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୭୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୨ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ୭୫୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୯ କୋଟି ୬୯ ଲକ୍ଷ ୭୬ ହଜାର ୭୭୪ ଜଣଙ୍କୁ ଟିକାଦାନ ସରିଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୨ ଲକ୍ଷ ୮ ହଜାର ୯୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଟୁଇଟ କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ଗସ୍ତ। ତାଙ୍କ...

ହିଜାବ ନୁହେଁ, ପରୀକ୍ଷାକୁ ଗୁରୁତ୍ୱ ଦେଉଛି ବେଙ୍ଗାଲୁରୁ ସ୍କୁଲ

ବେଙ୍ଗାଲୁରୁ,୧।୩: କର୍ନାଟକ ସ୍କୁଲଗୁଡ଼ିକରେ ବାର୍ଷିକ ପରୀକ୍ଷା ଚାଲିଛି। ବିଭିନ୍ନ ଜିଲାରେ ହିଜାବ ପରିଧାନ କରିଥିବା ଅନେକ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରି ନ ଥିବା ବେଳେ...

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ...

ଭାରତ ଆସୁଥିବା ବିଦେଶୀ ନେତା ଏବେ କେବଳ ଗୁଜରାଟ ଯାଉଛନ୍ତି: ପାୱାର

ମୁମ୍ବାଇ,୨୪ ।୪: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର କୋହ୍ଲାପୁରରେ ଆୟୋଜିତ ଏକ ସଂକଳ୍ପ ଯାତ୍ରାରେ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଜସ୍ଥାନ ରାଜ୍ୟ ସଭା ଉପ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ମନମୋହନ

ଜୟପୁର,୧୩।୮: ରାଜସ୍ଥାନ ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ...

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ...

ସାଙ୍କେତିକ ଭାଷା ଅଭିଧାନ, ଅଡିଓ ବୁକ୍‌ସ ଶୁଭାରମ୍ଭ

ନୂଆଦିଲ୍ଲୀ, ୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ‘ଶିକ୍ଷକ ପର୍ବ-୨୦୨୧’ ଉଦ୍‌ଘାଟନୀ ସମ୍ମିଳନୀରେ ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା...

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍‌ଟିଆଇ) ପରିସର ଭୁକ୍ତ ହେବ। ଏନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ତେବେ ଏଥିରେ କେତେକ...

Advertisement
Archives

Model This Week