Posted inଜାତୀୟ

ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍‌ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର

କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ସତଚେଷ୍ଟା ପରେ ବି ଶିଶୁଟିର କାନ୍ଦ ବନ୍ଦ ହୋଇ ନ ଥିଲା । ଏହାପରେ ଅଞ୍ଜଳୀ ଘରଲୋକଙ୍କ ସହ କଥା ହୋଇ ଏ ନେଇ ରେଳମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ । ଏହାପରେ ମାତ୍ର ୨୩ ମିନିଟ ମଧ୍ୟରେ ଟ୍ରେନ୍ ଭିତରେ ଭୋକିଲା ଶିଶୁପାଇଁ କ୍ଷୀର ପହଞ୍ଚି ଯାଇଥିଲା । ଏ ନେଇ ମହିଳା ଜଣକ ରେଲୱେ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୂଚନା ମୁତାବକ, ଅଞ୍ଜଳୀ ନିଜର ଦୁଇ ଶିଶୁଙ୍କ ସହ ଏଲଟିଟି ଏକ୍ସପ୍ରେସ ଯୋଗେ ଘରକୁ ଫେରୁଥିଲେ । ଟ୍ରେନଟି ୨ଟା ୩୦ରେ ଭିମସେନ ଷ୍ଟେଶନ ପହଞ୍ଚିବାର ଥିଲା । ହେଲେ ଏଥିରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା ଓ ଅଞ୍ଜଳୀଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ଏହାପରେ ମହିଳା ଜଣଙ୍କ ରେଲମନ୍ତ୍ରୀଙ୍କୁ ଏସମ୍ପର୍କରେ ଜଣାଇବାରୁ ରେଲୱେ ପ୍ରଶାସନ ସକ୍ରିୟ ହୋଇଉଠିଥିଲେ । କାନପୁର ସେଣ୍ଟ୍ରାଲର ଡେପୁଟି ସିଟିଏମ ହିମାଂଶୁ ଶେଖର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଏସିଏମ ସନ୍ତୋଷ ତ୍ରିପାଠୀ ଶିଶୁଟି ପାଇଁ କ୍ଷୀର ଯୋଗାଡ କରିଦେଇଥିଲେ । କାନପୁର ସେଣ୍ଟ୍ରାଲର ପ୍ଲାଟଫର୍ମ ନମ୍ବର ୯ରେ ଟ୍ରେନ୍ ଦିନ ୩ଟା ୧୫ରେ ପହଞ୍ଚିବା ପରେ କୋଚ ଭିତରେ ଶିଶୁଟି ପାଇଁ କ୍ଷୀର ପହଞ୍ଚିଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମେହବୁବା ମୁଫତିଙ୍କ ବଢ଼ିଲା ଗୃହବନ୍ଦୀ ଅବଧି

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ପ୍ରଶାସନ ପକ୍ଷରୁ ଆହୁରି ବଢ଼ାଇ ଦିଆଯାଇଛି।...

ଦେଶରେ ବଳାତ୍କାର ଘଟଣା ବୃଦ୍ଧିର କାରଣ ଅଶ୍ଳୀଳ ସାଇଟ୍‌: ନୀତୀଶ

ପାଟନା,୭।୧୨: ଦେଶରେ ଦିନକୁ ଦିନ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ହାଇଦ୍ରାବାଦ ଗଣ ବଳାତ୍କାର ପରେ ଏନ୍‌କାଉଣ୍ଟରକୁ ୨୪...

ମୋଦି ସରକାର ଆଶ୍ୱସ୍ତ: ରାଫାଲର ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୪।୧୧: ରାଫାଲ୍‌ ଯୁଦ୍ଧ ବିମାନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଏହାର ପୁନର୍ବିଚାର ଆବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏହି...

ଶିକ୍ଷାମିତ୍ର ପାଇଁ କଟ୍‌ ଅଫ୍‌ ମାର୍କ ୬୦ରୁ ୬୫ ପ୍ରତିଶତ ମଧ୍ୟରେ ରହିବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୮।୧୧: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯୁକ୍ତି ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି...

ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ନୂଆଦିଲ୍ଲୀ,୨୫ା୧: ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିବା ଆଳରେ ବିକ୍ଷୋଭ ସହ ହିଂସାକାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ୧୫୪...

ମେଡିକାଲରେ ଦୁଇ କରୋନା ଆକ୍ରାନ୍ତଙ୍କୁ ଆଲଟ୍‌ ହେଉଛି ଗୋଟିଏ ବେଡ୍‌

ନାଗପୁର, ୩୦।୩ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ନାଗପୁରରୁ ଆସିଛି ସଭିଙ୍କୁ ଚମକାଇ ଦେଲା ଭଳି ଚିତ୍ର। ନାଗପୁର...

ସ୍କୁଲର ପ୍ରଧାନଶିକ୍ଷକ ହେବା ପାଇଁ ଦଙ୍ଗଲ

ପାଟନା,୧୫।୧୦: ସ୍କୁଲର ପ୍ରଧାନଶିକ୍ଷକ ପଦବୀ ପାଇଁ ହାତାହାତି ହୋଇଛନ୍ତି ଦୁଇ ଶିକ୍ଷକ। ତାହା ପୁଣି ରାଜ୍ୟର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ। ବିହାରର ମୋତିହାରି ଅଞ୍ଚଳରେ ଘଟିଥିବା...

ଚିନ୍ତା ବଢ଼ାଇଲା କରୋନା: ମଧ୍ୟପ୍ରଦେଶର ୫ଟି ଜିଲାରେ ପଜିଟିଭ୍‌ ଚିହ୍ନଟ

ଭୋପାଳ,୨୦।୩: କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ନିଜର କାୟା ମେଲାଇଲାଣି। ଦେଶର କେତେକ ରାଜ୍ୟରେ କରୋନା ପୁଣି ଚିନ୍ତା ବଢ଼ାଇଛି। ଇତିମଧ୍ୟରେ...

Advertisement
Archives

Model This Week