Posted inଜାତୀୟ

ଋଣଛାଡ ଆଶାରେ କୃଷକ କରୁ ନାହାନ୍ତି ପରିଶୋଧ, ସୁପ୍ରିମ୍‌କୋର୍ଟରେ ବ୍ୟାଙ୍କର ଉତ୍ତର…

ନୂଆଦିଲ୍ଲୀ, ୧୮।୧ : କୃଷକମାନେ ଋଣ ପରିଶୋଧ କରୁନାହାଁନ୍ତି ବୋଲି ପଞ୍ଜାବର ଏକ ବ୍ୟାଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହାର କାରଣ ହେଉଛି ରାଜ୍ୟରେ ବିଧାନସଭା ନିର୍ବାଚନ। କୃଷକମାନେ ଆଶା କରୁଛନ୍ତି ଯେ ରାଜ୍ୟରେ ନୂଆ ସରକାର ସେମାନଙ୍କର ସମସ୍ତ ଋଣ ଛାଡ ଘୋଷଣା କରିବେ। ଜଣେ କର୍ମଚାରୀଙ୍କ ଋଣ ପରିଶୋଧ ମାମଲାର ବିଚାର ସମୟରେ ବ୍ୟାଙ୍କ ଏଭଳି କହିଛନ୍ତି। ବ୍ୟାଙ୍କର ଯୁକ୍ତିକୁ ଗ୍ରହଣ କରି କୋର୍ଟ କର୍ମଚାରୀଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ ରାଶିକୁ ହ୍ରାସ କରିଛନ୍ତି।

ପଟିଆଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୨୦୨୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହି କ୍ରମରେ, ୨୦୦୫ରେ ଚାକିରିରୁ ବରଖାସ୍ତ ହୋଇଥିବା ଜଣେ ଡେଲି ଓ୍ବେଜ୍‌ କର୍ମଚାରୀଙ୍କୁ ପୁଣି ନିଯୁକ୍ତି କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲ। କର୍ମଚାରୀଙ୍କୁ ୬ ପ୍ରତିଶତ ସୁଧ ସହିତ ବାର୍ଷିକ ୨୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ବ୍ୟାଙ୍କକୁ କହିଛନ୍ତି।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଏବଂ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶିଳ୍ପ ବିବାଦ ଅଧିନିୟମ ଅନୁଯାୟୀ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ କୌଣସି ତ୍ରୁଟି ନାହିଁ। ଏହା ଉପରେ ବ୍ୟାଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ସୁଧ ସହିତ ଏହି ରାଶି ବହୁତ ଅଧିକ ହେଉଛି। ସେହିଭଳି ୧୨ ଜଣ କର୍ମଚାରୀଙ୍କ ସମାନ ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। ଏହିପରି ସମସ୍ତଙ୍କୁ ଦେୟ ଦେବା ଦ୍ୱାରା ବ୍ୟାଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ।

ସମବାୟ ବ୍ୟାଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ସୁଧୀର ୱାଲିଆ କହିଛନ୍ତି ଯେ ପଞ୍ଜାବର ଚାଷୀମାନେ ବ୍ୟାଙ୍କ ଋଣ ପରିଶୋଧ କରିବା ବନ୍ଦ କରି ଦେଇଛନ୍ତି। ସେମାନେ ନିଶ୍ଚିତ ଅଛନ୍ତି ଯେ ନୂତନ ସରକାର ସେମାନଙ୍କର ସମସ୍ତ ଋଣ ଛାଡ କରିବେ। ଏହି କାରଣରୁ ବ୍ୟାଙ୍କ ପାଖରେ ସମ୍ବଳର ଅଭାବ ଦେଖାଦେଇଛି। ଯଦି ଋଣ ଛାଡ କରାଯାଏ, ତେବେ ଏହା ବ୍ୟାଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।

ବିଚାରପତି ଏହି ଯୁକ୍ତିରେ ସହମତ ହୋଇ ଡେଲି ଓ୍ବେଜ୍‌ କର୍ମଚାରୀଙ୍କ ଆଇନଜୀବୀଙ୍କୁ କହିଛନ୍ତି, ଯଦି ବ୍ୟାଙ୍କ ବଞ୍ଚିବ ନାହିଁ, ତେବେ ତ ପୁଣି ନିଯୁକ୍ତି କେଉଁଠାରେ ହେବ। ଯଦି ବ୍ୟାଙ୍କ ଦେବାଳିଆ ହୋଇଯାଏ। ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ଡେଲି ଓ୍ବେଜ୍‌ କର୍ମଚାରୀଙ୍କ ଭଳି ହେବ ବୋଲି କୋର୍ଟ କହିଛନ୍ତି।

କର୍ମଚାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଦୁର୍ଗା ଦତ୍ତ  କ୍ଷତିପୂରଣ କମ୍‌ କରିବାକୁ ବିରୋଧ କରିଥିଲେ। ସମ୍ପୃକ୍ତ କର୍ମଚାରୀ ୧୭ ବର୍ଷ ଧରି ଯନ୍ତ୍ରଣା ଭୋଗୁଥିବା ସେ ଯୁକ୍ତି ଦର୍ଶାଇଥିଲେ। ତେବେ କୋର୍ଟ କ୍ଷତିପୂରଣ ବାବଦରେ ଏକଲକ୍ଷ ଟଙ୍କା ଦେୟ ରାଶି ସ୍ଥିର କରି ଏହି ମାମଲା ସମାଧାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri