Posted inଜାତୀୟ

ଇତିହାସରେ ପ୍ରଥମ ଘଟଣା, ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ…

ନୂଆଦିଲ୍ଲୀ, ୧୮।୧ : ଦେଶରେ ୨୬ ଜାନୁୟାରୀ ୨୦୨୨ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀର ରାଜପଥରେ ପରେଡ ଅନୁଷ୍ଠିତ ହୋଇଥା। କିନ୍ତୁ ଚଳିତ ବର୍ଷ ପରେଡ ନିର୍ଦ୍ଧାରିତ ସମୟଠାରୁ ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେବ। ଏହା ଦେଶର ୭୫ ତମ ସ୍ବାଧୀନତାର ଇତିହାସରେ ପ୍ରଥମ ଘଟଣା।

କରୋନା ପ୍ରୋଟୋକଲ ଏବଂ ଶ୍ରଦ୍ଧାଞ୍ଜଳି ସଭା ଯୋଗୁ ପରେଡ ଆରମ୍ଭ ଚଳିତ ବର୍ଷ ବିଳମ୍ବ ହେବ। ଜମ୍ମୁ-କଶ୍ମୀରରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ, ପରେ ପରେଡ ଆରମ୍ଭ ହେବ।

ପରେଡ ସମୁଦାୟ ୯୦ ମିନିଟ ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ୨୬ ଜାନୁଆରୀରେ ଏହା ରାଜପଥରେ ସକାଳ ୧୦ ଟାରୁ ଆରମ୍ଭ ହୋଇଥାଏ। କିନ୍ତୁ ଏଥର ପରେଡ ୧୦ଟା ୩୦ ରେ ଆରମ୍ଭ ହେବ।

ଏହି ପରେଡ ୮ କିଲୋମିଟର ପର୍ଯ୍ୟନ୍ତ ହେବ । ପରେଡ ରାଇସିନା ହିଲରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆ ଗେଟ ଦେଇ ଲାଲ୍‌ କିଲ୍ଲାରେ ଶେଷ ହେବ। ପରେଡ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମର ଯବାନ ଜ୍ୟୋତି ଏବଂ ଇଣ୍ଡିଆ ଗେଟ୍‌ରେ ଜାତୀୟ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ରାଜପଥ ଏବଂ ଏହାର ଆଖପାଖରେ ସୁରକ୍ଷା ବଢ଼ାଇଛି। ପ୍ରାୟ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଚେହେରା ଚିହ୍ନଟ ସିଷ୍ଟମ ମଧ୍ୟ ସ୍ଥାପନ କରାଯାଇଛି। ଏହି ସିଷ୍ଟମରେ ୫୦ ହଜାର ସନ୍ଦିଗ୍ଧ ଅପରାଧୀଙ୍କ ଡାଟାବେସ ଅଛି। କରୋନା କଟକଣା ଯୋଗୁ କେବଳ ୪,୦୦୦ ଟିକେଟ ଉପଲବ୍ଧ ହେବ ଏବଂ ମୋଟ ୨୪ ହଜାର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯିବ।

ରାଜପଥରେ ଚଳିତ ବର୍ଷ ପରେଡରେ ସମୁଦାୟ ୭୫ ବିମାନ ସହିତ ସର୍ବ ବୃହତ ଏବଂ ସର୍ବଶ୍ରେଷ୍ଠ ଫ୍ଲାଇପାଷ୍ଟ କରାଯି। ବାୟୁସେନାର ଜନସମ୍ପର୍କ ଅଧିକାରୀ ୱିଙ୍ଗ କମାଣ୍ଡର ଇନ୍ଦ୍ରନୀଲ ନନ୍ଦୀ କହିଛନ୍ତି ଯେ ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ବାୟୁସେନା, ସେନା ଏବଂ ନୌସେନାର ୭୫ ଟି ବିମାନ ଉଡ଼ାଣ କରିବେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅନୁରୂପ ଆଧାରରେ ଏଭଳି କରାଯିବ।

ପରେଡରେ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବା ବିମାନଗୁଡ଼ିକ ମଧ୍ୟରେ ରାଫାଲ, ଭାରତୀୟ ନୌସେନାର ମିଗ -୨୯ କେ, ପି -୮ଆଇ ସର୍ଭେଲାନ୍ସ ବିମାନ ଏବଂ ଜାଗୁଆର ଯୁଦ୍ଧ ବିମାନକୁ ଅନ୍ତର୍ଭୁକ୍ତ କରାଯାଇଛି।

ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ପରେଡରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏଥିରେ ଲାଇଟ କମ୍ବାଟ ହେଲିକପ୍ଟର, ଆଶ୍ଳେଷା-ଏମ୍‌କେ-୧ ରାଡାର୍‌, ରାଫାଲ, ମିଗ ୨୧ ଭଳି ଯୁଦ୍ଧ ବିମାନକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri