Posted inଜାତୀୟ

ଇତିହାସରେ ପ୍ରଥମ ଘଟଣା, ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ…

ନୂଆଦିଲ୍ଲୀ, ୧୮।୧ : ଦେଶରେ ୨୬ ଜାନୁୟାରୀ ୨୦୨୨ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀର ରାଜପଥରେ ପରେଡ ଅନୁଷ୍ଠିତ ହୋଇଥା। କିନ୍ତୁ ଚଳିତ ବର୍ଷ ପରେଡ ନିର୍ଦ୍ଧାରିତ ସମୟଠାରୁ ୩୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହେବ। ଏହା ଦେଶର ୭୫ ତମ ସ୍ବାଧୀନତାର ଇତିହାସରେ ପ୍ରଥମ ଘଟଣା।

କରୋନା ପ୍ରୋଟୋକଲ ଏବଂ ଶ୍ରଦ୍ଧାଞ୍ଜଳି ସଭା ଯୋଗୁ ପରେଡ ଆରମ୍ଭ ଚଳିତ ବର୍ଷ ବିଳମ୍ବ ହେବ। ଜମ୍ମୁ-କଶ୍ମୀରରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ, ପରେ ପରେଡ ଆରମ୍ଭ ହେବ।

ପରେଡ ସମୁଦାୟ ୯୦ ମିନିଟ ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ୨୬ ଜାନୁଆରୀରେ ଏହା ରାଜପଥରେ ସକାଳ ୧୦ ଟାରୁ ଆରମ୍ଭ ହୋଇଥାଏ। କିନ୍ତୁ ଏଥର ପରେଡ ୧୦ଟା ୩୦ ରେ ଆରମ୍ଭ ହେବ।

ଏହି ପରେଡ ୮ କିଲୋମିଟର ପର୍ଯ୍ୟନ୍ତ ହେବ । ପରେଡ ରାଇସିନା ହିଲରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆ ଗେଟ ଦେଇ ଲାଲ୍‌ କିଲ୍ଲାରେ ଶେଷ ହେବ। ପରେଡ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମର ଯବାନ ଜ୍ୟୋତି ଏବଂ ଇଣ୍ଡିଆ ଗେଟ୍‌ରେ ଜାତୀୟ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ରାଜପଥ ଏବଂ ଏହାର ଆଖପାଖରେ ସୁରକ୍ଷା ବଢ଼ାଇଛି। ପ୍ରାୟ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଚେହେରା ଚିହ୍ନଟ ସିଷ୍ଟମ ମଧ୍ୟ ସ୍ଥାପନ କରାଯାଇଛି। ଏହି ସିଷ୍ଟମରେ ୫୦ ହଜାର ସନ୍ଦିଗ୍ଧ ଅପରାଧୀଙ୍କ ଡାଟାବେସ ଅଛି। କରୋନା କଟକଣା ଯୋଗୁ କେବଳ ୪,୦୦୦ ଟିକେଟ ଉପଲବ୍ଧ ହେବ ଏବଂ ମୋଟ ୨୪ ହଜାର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯିବ।

ରାଜପଥରେ ଚଳିତ ବର୍ଷ ପରେଡରେ ସମୁଦାୟ ୭୫ ବିମାନ ସହିତ ସର୍ବ ବୃହତ ଏବଂ ସର୍ବଶ୍ରେଷ୍ଠ ଫ୍ଲାଇପାଷ୍ଟ କରାଯି। ବାୟୁସେନାର ଜନସମ୍ପର୍କ ଅଧିକାରୀ ୱିଙ୍ଗ କମାଣ୍ଡର ଇନ୍ଦ୍ରନୀଲ ନନ୍ଦୀ କହିଛନ୍ତି ଯେ ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ବାୟୁସେନା, ସେନା ଏବଂ ନୌସେନାର ୭୫ ଟି ବିମାନ ଉଡ଼ାଣ କରିବେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅନୁରୂପ ଆଧାରରେ ଏଭଳି କରାଯିବ।

ପରେଡରେ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବା ବିମାନଗୁଡ଼ିକ ମଧ୍ୟରେ ରାଫାଲ, ଭାରତୀୟ ନୌସେନାର ମିଗ -୨୯ କେ, ପି -୮ଆଇ ସର୍ଭେଲାନ୍ସ ବିମାନ ଏବଂ ଜାଗୁଆର ଯୁଦ୍ଧ ବିମାନକୁ ଅନ୍ତର୍ଭୁକ୍ତ କରାଯାଇଛି।

ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ପରେଡରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏଥିରେ ଲାଇଟ କମ୍ବାଟ ହେଲିକପ୍ଟର, ଆଶ୍ଳେଷା-ଏମ୍‌କେ-୧ ରାଡାର୍‌, ରାଫାଲ, ମିଗ ୨୧ ଭଳି ଯୁଦ୍ଧ ବିମାନକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?