Posted inଜାତୀୟ

ସିଦ୍ଧୁଙ୍କ ବିପକ୍ଷରେ ଲଢିବେ ଅବସରପ୍ରାପ୍ତ ଆଇଏଏସ୍‌

ଚଣ୍ଡିଗଡ଼,୨୮ ।୧: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ସେଠାକାର ରାଜନୀତି ହେଉଛି ସରଗରମ । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ତାଲିକାରେ ରହିଛି ମାତ୍ର ୩ ପ୍ରାର୍ଥୀଙ୍କ ନାମ । ଗୋଟିଏ ଦିନରେ ଭାଜପା ପକ୍ଷରୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଦ୍ୱିତୀୟ ତାଲିକାରେ ୨୭ ଜଣଙ୍କ ନାମ ଥିବା ବେଳେ ତୃତୀୟରେ କେବଳ ଅମୃତସର ସେଣ୍ଟ୍ରାଲ, ଅମୃତସର ପୂର୍ବ ଓ ବାବା ବକାଲା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି ।
ଭାଜପା ପକ୍ଷରୁ ଅମୃତସର ସେଣ୍ଟ୍ରାଲରୁ ଡା. ରାମ ଚାୱଲା, ଅମୃତସର ପୂର୍ବରୁ ଡା. ଜଗମୋହନ ସିଂହ ରାଜୁ(ଆଇଏଏସ୍‌)ଙ୍କୁ ଟିକେଟ ଦିଆଯାଇଛି । ସୂଚନାଯୋଗ୍ୟ, ଅମୃତସର ପୂର୍ବରୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢୁଛନ୍ତି । ତାମିଲନାଡୁ ସରକାରରେ ଚିଫ୍ ରେସିଡେଣ୍ଟ କମିଶନର ପଦରେ ଥିବା ଡା. ଜଗମୋହନ ସିଂହ ରାଜୁ ୨୫ ଜାନୁୟାରୀରେ ସ୍ୱଇଚ୍ଛାରେ ଅବସର ନେଇଛନ୍ତି । ଏହାପରେ ସେ ରାଜନୀତିରେ ପ୍ରବେଶ କରିଛନ୍ତି । ସେହିପରି ଭାଜପା ବାବା ବକାଲାରୁ ସରଦାର ମଜିତ ସିଂ ମନ୍ନାଙ୍କୁ ଟିକେଟ ଦେଇଛି ।
ଏବେ ଅମୃତସର ପୂର୍ବ ଏକ ହାଇ ପ୍ରୋଫାଇଲ ଆସନ ହୋଇଯାଇଛି । ଭାଜପା ପକ୍ଷରୁ ଜଣେ ଅବସରପ୍ରାପ୍ତ ଆଇଏଏସ୍ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଏଠାରେ ନିର୍ବାଚନ ଲଢୁଛନ୍ତି । ସେହିପରି ଅକାଳି ଦଳ ଗୋଟିଏ ଦିନ ପୂର୍ବରୁ ଏଠାରୁ ବିକ୍ରମ ସିଂ ମାଜିଠିଆଙ୍କ ନାମ ଘୋଷଣା କରି ସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

ମିଗ୍‌ଜୋମ ତାଣ୍ଡବ: ୫ ମୃତ, ଅନେକ ଉଡ଼ାଣ ରଦ୍ଦ

ଚେନ୍ନାଇ,୫।୧୨: ଦେଶର ଦକ୍ଷିଣ ରାଜ୍ୟରେ ବାତ୍ୟା ମିଗ୍‌ଜୋମ ତାଣ୍ଡବ ରଚିଛି। ଚେନ୍ନାଇରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ସହିତ ଘଟଣାରେ ଅତି କମରେ ୫...

ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ, ଦେଶର ଆର୍ଥିକ ସ୍ଥିତିକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୨: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ମଙ୍ଗଳବାର ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅଧିବେଶନରେ ଅନେକ ପ୍ରମୁଖ ବିଲ...

ଆନ୍ଧ୍ର ମୁହାଁ ବାତ୍ୟା ମିଗଜୋମ, ପ୍ରବଳ ବର୍ଷାରେ ବୁଡ଼ିଲା ତାମିଲନାଡୁ

ଚେନ୍ନାଇ,୪ା୧୨: ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ...

ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠୁ ପଛରେ କଂଗ୍ରେସ-ଭାଜପା, ଜାଣନ୍ତୁ କେତେ ପ୍ରତିଶତ ମିଳିଲା ଭୋଟ୍

ନୂଆଦିଲ୍ଲୀ,୪ା୧୨: ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ୨୭ ଟି ଆସନ ଜିତି ସରକାର ଗଠନ ପାଇଁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି...

ମଧ୍ୟପ୍ରଦେଶରେ ପରାଜୟର ପ୍ରଭାବ, କମଲ ନାଥଙ୍କୁ ଇସ୍ତଫା ଦେବାକୁ କହିଲେ କଂଗ୍ରେସ ହାଇକମାଣ୍ଡ

ନୂଆଦିଲ୍ଲୀ,୧୯।୧୧: ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଆକ୍ସନ ମୋଡରେ ଆସିଛନ୍ତି ହାଇକମାଣ୍ଡ। ସୂଚନାନୁସାରେ, ହାଇକମାଣ୍ଡ କମଲ ନାଥଙ୍କୁ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri