କରୋନା ମୃତ୍ୟୁ କ୍ଷତିପୂରଣ, ନକଲି ମେଡ଼ିକାଲ ପ୍ରମାଣପତ୍ର ନେଇ ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକଟ…

ନୂଆଦିଲ୍ଲୀ,୭।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ।

ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଯାଞ୍ଚ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର ଶୁଣାଣି ମାର୍ଚ୍ଚ ୧୪ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାର ଏବଂ ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ମାମଲା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ କ୍ଷତିପୂରଣ ପାଇଁ ଆରଟି ପିସିଆର ପରୀକ୍ଷାର ପ୍ରମାଣ ପତ୍ର ଆବଶ୍ୟକତା ନାହିଁ। ଏକ୍ଷେତ୍ରରେ ଡାକ୍ତରଙ୍କ ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ରକୁ ଗ୍ରହଣ କରାଯାଇପାରେ। ମାତ୍ର ଡାକ୍ତରଙ୍କ ଦ୍ୱାରା ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବା ଦୁଃଖର ବିଷୟ ବୋଲି ବିଚାରପତି ଶାହା କହିଛନ୍ତି।

ସୂଚନାଯୋଗ୍ୟ,କରୋନା ମୃତ୍ୟୁ କ୍ଷେତ୍ରରେ ୫୦ ହଜାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଶୀର୍ଷକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ଏଥିରେ ନକଲି ପ୍ରମାଣ ପତ୍ର ବ୍ୟବହାର କରାଯାଉଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri