କରୋନା ମୃତ୍ୟୁ କ୍ଷତିପୂରଣ, ନକଲି ମେଡ଼ିକାଲ ପ୍ରମାଣପତ୍ର ନେଇ ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକଟ…

ନୂଆଦିଲ୍ଲୀ,୭।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ।

ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଯାଞ୍ଚ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର ଶୁଣାଣି ମାର୍ଚ୍ଚ ୧୪ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାର ଏବଂ ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ମାମଲା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ କ୍ଷତିପୂରଣ ପାଇଁ ଆରଟି ପିସିଆର ପରୀକ୍ଷାର ପ୍ରମାଣ ପତ୍ର ଆବଶ୍ୟକତା ନାହିଁ। ଏକ୍ଷେତ୍ରରେ ଡାକ୍ତରଙ୍କ ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ରକୁ ଗ୍ରହଣ କରାଯାଇପାରେ। ମାତ୍ର ଡାକ୍ତରଙ୍କ ଦ୍ୱାରା ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବା ଦୁଃଖର ବିଷୟ ବୋଲି ବିଚାରପତି ଶାହା କହିଛନ୍ତି।

ସୂଚନାଯୋଗ୍ୟ,କରୋନା ମୃତ୍ୟୁ କ୍ଷେତ୍ରରେ ୫୦ ହଜାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଶୀର୍ଷକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ଏଥିରେ ନକଲି ପ୍ରମାଣ ପତ୍ର ବ୍ୟବହାର କରାଯାଉଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରୁ ରାଞ୍ଚି, ଜମସେଦପୁରକୁ ଫେରିଥିବା ୪ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ

ରାଞ୍ଚି,୧୧।୨: ଚାଇନା ସହ ବିଶ୍ୱର ଅନ୍ୟ ଦେଶଗୁଡିକରେ କରୋନାଭାଇରସ୍‌ ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ...

ଭାଜପାର ସହଯୋଗୀ ଦଳ ପାଇଁ ପ୍ରଚାର କରିବେ ସଞ୍ଜୟ

ମୁମ୍ବାଇ,୨୬।୮: ମହାରାଷ୍ଟ୍ରରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପକ୍ଷ(ଆର୍‌ଏସ୍‌ପି) ପାଇଁ ପ୍ରଚାର କରିବେ...

ସରକାରୀ ଅଧିକାରୀଙ୍କୁ ତାଲିବାନୀଙ୍କ ସହ ତୁଳନା କଲେ କୃଷକ ନେତା

ଚଣ୍ଡିଗଡ଼,୨୯।୮: କୃଷକଙ୍କ ମୁଣ୍ଡକୁ ମାରି ପଠାଇଦେବା ପାଇଁ ପୋଲିସକର୍ମୀଙ୍କୁ ଜଣେ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଆମକୁ ଖଲିସ୍ତାନୀ କହୁଛନ୍ତି। ଯଦି ତୁମେ ଆମକୁ ଖଲିସ୍ତାନୀ...

ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚାଲିଛି ମନ୍ଥନ

ଜୟପୁର,୨୫ ।୭: ପଞ୍ଜାବ କଂଗ୍ରେସରେ କଳହ ସମ୍ପୂର୍ଣ୍ଣ ତୁଟି ନ ଥିବା ବେଳେ ଏପଟେ ରାଜସ୍ଥାନରେ ଆରମ୍ଭ ହୋଇ ଗଲାଣି ରାଜନୈତିକ ଉଷ୍ମତା । ଶନିବାର...

ବାଟଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କବାଦୀ ଆରିଜ୍‌ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୮।୩: ବାଟଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆତଙ୍କବାଦୀ ଆରିଜ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆରିଜ୍‌ଙ୍କ ଦଣ୍ଡାଦେଶ ସମ୍ପର୍କରେ ଘୋଷଣା...

ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ ରାମ: ଲେଖକଙ୍କ ମନ୍ତବ୍ୟ ନେଇ ବିବାଦ…

ବେଙ୍ଗାଲୁରୁ,୨୨।୧ : ରାମଚରିତମାନସ ବିବାଦ ପରେ କର୍ନାଟକର ଲେଖକ କେ.ଏସ ଭଗବାନ ପୁଣି ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ...

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍‌ ଆସିବ; ଭୟଭୀତ ହୁଅନ୍ତୁ ନାହିଁ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର,୭।୫(ବ୍ୟୁରୋ): ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍‌ ମାମଲା ଆସିବ। ଏନେଇ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨...

ଏପ୍ରିଲ ୩୦ଯାଏ ନଏଡାରେ ୧୪୪ ଧାରା ଜାରି: ସ୍କୁଲ ଫି’ ଦେୟ ଉପରେ ରୋକୋ ଲଗାଇଲେ ଜିଲାପାଳ

ନଏଡା,୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗୌତମବୁଦ୍ଧ ନଗରର ଜିଲା ପ୍ରଶାସନ ପକ୍ଷରୁ ରବିବାର ବଡ଼...

Advertisement
Archives

Model This Week