ଜାତୀୟ

ମେଘାଳୟରେ କଂଗ୍ରେସକୁ ବଡ ଝଟକା, ସମସ୍ତ ୫ ବିଧାୟକ ଭାଜପା ସମର୍ଥିତ ମେଣ୍ଟରେ ସାମିଲ

ଶିଲଂ,୮ ।୨: ପଡୋଶୀ ରାଜ୍ୟ ମଣିପୁରରେ ନିର୍ବାଚନୀ ବାତାବରଣ ଉଷ୍ମ ଥିବା ବେଳେ ମେଘାଳୟରେ କଂଗ୍ରେକୁ ବଡ ଝଟ୍‌କା ଲାଗିଛି । ମେଘାଳୟର ୫ ବିଧାୟକ ମଙ୍ଗଳବାର ସର୍ବସମ୍ମତି କ୍ରମେ ମେଘାଳୟ ଜନତାନ୍ତ୍ରିକ ମେଣ୍ଟ(ଏମ୍‌ଡିଏ)ରେ ସାମିଲ ହୋଇଛନ୍ତି । ଏମ୍ ଡିଏ…

ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ରାସ୍ତାରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚେନ୍ନାଇ, ୮।୨ : ତାମିଲନାଡୁର ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ଅଞ୍ଚଳରେ ସନ୍ଧ୍ୟା ୬ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ କମର୍ସିଆଲ ଯାନବାହନ ଚଳାଚଳକୁ ବାରଣ କରାଯାଇଛି। ସେହିପରି ଘରୋଇ ଯାନ ଚଳାଚଳକୁ ଏହି ଅଞ୍ଚଳରେ ରାତି ୯ଟାଠାରୁ ସକାଳ ୬…

କ୍ରୋମ ୟୁଜରଙ୍କ ପାଇଁ ଚେତାବନୀ

ନୂଆଦିଲ୍ଲୀ,୮।୨: ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ (ସିଇଆର୍‌ଟି-ଇନ) ପକ୍ଷରୁ କ୍ରୋମ ୟୁଜରଙ୍କୁ ଚେତାବନୀ ଦିଆଯାଇଛି। ଏହି ବ୍ରାଉଜରରେ ଅନେକ ସୁରକ୍ଷା ସମ୍ପର୍କୀତ ଦୁର୍ବଳତା ରହିଛି। ସିଇଆର୍‌ଟି-ଇନ୍‌ ହେଉଛି ଏକ ସରକାରୀ ସଂସ୍ଥା, ଯାହାକି ସାଇବର ସୁରକ୍ଷା ବିପଦର ସମାଧାନ କରେ।…

‘ଭାଜପାକୁ ହରାଇବାକୁ ଏକଜୁଟ୍‌ ହେବାକୁ ପଡିବ’

ଲକ୍ଷ୍ନୌ,୮।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପି ବାସୀଙ୍କୁ ସମାଜବାଦୀ ପାଟି(ଏସପି) ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦେଶକୁ ବଞ୍ଚାଇବା ପାଇଁ ଭାଜପାକୁ ପରାସ୍ତ କରିବାକୁ ପଡିବ। ଏହା ଏକ ବଡ ଲଡେଇ। ୟୁପିରେ ଏସପି ହେଉଛି…

ରାଗିଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ, କହିଲେ ମନର କଥା

ଚଣ୍ଡିଗଡ,୮।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚାନ୍ନି। ଏନେଇ ରାଗିଛନ୍ତି…

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ, ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି…

‘ପ୍ରଧାନମନ୍ତ୍ରୀ ଚାହୁଁଥିଲେ ଗରିବଙ୍କୁ କେହି ସାହାଯ୍ୟ ନ କରନ୍ତୁ’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଲକଡାଉନ ଘୋଷଣା କରି ପ୍ରବାସୀ ଶ୍ରମିକଙ୍କୁ ବଶାହରା ଭାବେ ରୋଡ୍‌ ଉପରେ ଛାଡ଼ି ଦେଇଥିଲେ। ସେମାନଙ୍କ ପାଖରେ ଘର ଫେରିବାକୁ ବାଟ ନ ଥିଲା। ସେମାନେ ଚାଲିଚାଲି ଫେରୁଥିଲେ। ସେ ଚାହୁଁଥିଲେ କି, ସେମାନଙ୍କୁ…

ହିଜାବ୍‌ ପ୍ରସଙ୍ଗ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ କହିଲେ ହାଇକୋର୍ଟ…

ବେଙ୍ଗାଲୁରୁ, ୮।୨ : କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ…

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି କ୍ରମରେ ଜାତୀୟ ମହିଳା ଆୟୋଗ ଦ୍ୱାରା ୨୦୨୧ରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ଏକ…

ସୋନ୍‌ ନଦୀର ସୁନା ଭଳି ଚକମକ କରୁଥିବା ବାଲି ଚୋରି, ଡ୍ରୋନ୍‌ ଦ୍ୱାରା ଭିଡ଼ିଓ ଶୁଟିଂ…

ଆରା, ୮।୨ : ବିହାରର ଆରା ଠାରେ ପୁଷ୍ପା ଚଳଚ୍ଚିତ୍ର ଭଳି ଏକ ନୂଆ କାହାଣୀ ଦେଖିବାକୁ ମିଳୁଛି । ଏଠାରେ ଲାଲ ଚନ୍ଦନ କାଠ ନୁହେଁ, ସୁନା ଭଳି ଚକମକ କରୁଥିବା ବାଲିର ଚୋରା ଚାଲାଣ ହେଉଛି। ସୋନ୍‌ ନଦୀରେ…

ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲେ ଅଖିଳେଶ

ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୨୪ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ଗୋରଖପୁର (ସହରାଞ୍ଚଳ) ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଭାଜପା ଉପସଭାପତି ସ୍ବର୍ଗତ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ସ୍ତ୍ରୀ ସ୍ବଭାବତୀ ଶୁକ୍ଳାଙ୍କୁ ଦଳ ପ୍ରାର୍ଥୀ କରିଛି। ସ୍ବଭାବତୀ…

ଭାଜପା ଘୋଷଣା ପତ୍ର, ପ୍ରତି ପରିବାରରେ ଜଣଙ୍କୁ ଚାକିରି-ଛାତ୍ରୀଙ୍କୁ ସ୍କୁଟି-ଛାତ୍ରଙ୍କୁ ଲାପଟପ୍‌…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପକ୍ଷରୁ ମଙ୍ଗଳବାର ନିଜର ଘୋଷଣା ପତ୍ର ପ୍ରକାଶ କରାଯାଇଛି। ଏହାର ନାମ ‘ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର’ ରଖାଯାଇଛି। ଏଥିପାଇଁ ଭାଜପା ପକ୍ଷରୁ ‘ପରାମର୍ଶ ଆପକା, ସଙ୍କଳ୍ପ ହମାରା’ ନାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri