Posted inଜାତୀୟ

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ,୧୪ ଆହତ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ଉଧମପୁରରେ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ହଠାତ୍‌ ବଜାରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ଅନ୍ୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରଣ ସାଲାଥିଆ ଛକ ନିକଟରେ ଘଟିଥିଲା। ପନିପରିବା ବିକ୍ରେତାଙ୍କ ରାସ୍ତାରେ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହାପରେ ରାଜ୍ୟ ଗୋଇାନ୍ଦା ବିଭାଗ ତତ୍ପର ହୋଇପଡିଛି। ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା...

ଆସାମ କଂଗ୍ରେସକୁ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ, ଭାଜପାରେ ହୋଇପାରନ୍ତି ସାମିଲ

ଗୁଆହାଟି,୩୦।୭: ଆସାମରେ ବିରୋଧୀ କଂଗ୍ରେସକୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। ଆଉ ଜଣେ ବିଧାୟକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଜୋରହାଟ...

ଗିରୀଶ ମୁର୍ମୁ ଆଇପିୟୁ ଏକ୍ସଟରନାଲ ଅଡିଟର ନିର୍ବାଚିତ

ନୂଆଦିଲ୍ଲୀ, ୨୧।୧୧: ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଜେନେଭାସ୍ଥିତ ଇଣ୍ଟରପାର୍ଲାମେଣ୍ଟାରୀ ୟୁନିୟନ (ଆଇପିୟୁ)ର ଏକ୍ସଟରନାଲ ଅଡିଟର ନିର୍ବାଚିତ ହୋଇଛନ୍ତି।...

ଦ୍ରୌପଦୀଙ୍କୁ ସମର୍ଥନ କଲେ ମାୟାବତୀ

ଲକ୍ଷ୍ନୌ,୨୫ା୬: ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଶନିବାର ଲକ୍ଷ୍ମୌରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ...

ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଯୋଗୁ ଜମ୍ମୁ-କଶ୍ମୀରରେ ଘଟୁଛି ହିଂସା: ମେହବୁବା

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀରରେ ପୁଣି ହିଂସା ଦେଖିବାକୁ ମିଳିଛି। କଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ହେବାର କିଛି ଦିନ ପରେ ଜଣେ ପୋଲିସ...

ରାମମନ୍ଦିରର ଭୂମି ପୂଜା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କଲେ ଟ୍ରଷ୍ଟର ସଦସ୍ୟ

ଅଯୋଧ୍ୟା,୨୧।୨: ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେବ ନାହିଁ, କେବଳ ଭୂମି ପୂଜା ହେବ। ଆଉ ଏହି ପୂଜା ପାଇଁ ପ୍ରଧାନମନ୍ତ୍ରୀ...

ହିନ୍ଦୁ ଦେବତାଙ୍କୁ ଥଟ୍ଟା ଅଭିଯୋଗ: ଅଭିନେତା ଗିରଫ

ମୁମ୍ବାଇ, ୨୬ା୧: ହିନ୍ଦୁ ଦେବଦେବୀଙ୍କୁ ଥଟ୍ଟା କରିବା ଅଭିଯୋଗରେ ଭାରତୀୟ ହାସ୍ୟ ଅଭିନେତା ମୁନାଓ୍ବର ଫାରୁକିଙ୍କୁ ଗିରଫ କରାଯାଇଛି। ତେବେ ଯେଉଁ ଶୋରେ ସେ ଏପରି...

କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ...

Advertisement
Archives

Model This Week