ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ ଚାହୁଁଥିଲେ। ତାଙ୍କର ଦ୍ୱିତୀୟ ବିବାହ ପ୍ରଥମ ସ୍ତ୍ରୀଙ୍କ ସହମତିରେ ହୋଇଥିଲା। ଆଶ୍ଚର୍ଯ୍ୟକର ବିଷୟ ହେଉଛି ଉଭୟ ସଉତୁଣୀଙ୍କ ସହମତିରେ ସ୍ବାମୀ ବି ଭାଗବଣ୍ଟା ହୋଇଛନ୍ତି। ୨ ସ୍ତ୍ରୀଙ୍କ ପାଖରେ ସ୍ବାମୀ ୩ ଦିନ ଲେଖା ରହିବାକୁ ଚୁକ୍ତି ହୋଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ଉତ୍ତରପ୍ରଦେଶର ରାମପୁର ଜିଲା ଧୋକପୁରୀଟଣ୍ଡା ଅଞ୍ଚଳରେ ଘଟିଛି। ଜଣେ ବିବାହିତ ବ୍ୟକ୍ତି ସୋସିଆଲ ମିଡିଆରେ ଆସାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମର ଭୂତ ଏପରି ହୋଇଗଲା ଯେ, ଦୁହେଁ ଚଣ୍ଡିଗଡ଼ରେ ଲିଭ୍‌-ଇନ୍‌ରେ ରହିଲେ। କିଛି ଦିନପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏଥିରେ ବ୍ୟକ୍ତିଜଣଙ୍କ ଭୟଭୀତ ହୋଇ ଚଣ୍ଡିଗଡ଼ରୁ ନିଜ ଗାଁକୁ ପଳାଇଲେ। ତାଙ୍କ ପ୍ରେମିକା ତାଙ୍କୁ ଖୋଜି ଖୋଜି ଆସି ଗାଁରେ ପହଞ୍ଚିଥିଲେ। ଏହି ସମୟରେ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା। ବ୍ୟକ୍ତିଜଣଙ୍କ ପ୍ରଥମ ସ୍ତ୍ରୀଙ୍କ ସହମତି ଦ୍ୱିତୀୟ ବିବାହ କଲେ। ପରେ ଉଭୟ ସ୍ତ୍ରୀ ବିଚାର କଲେ ତାଙ୍କ ସ୍ବାମୀ ସୋମବାର, ମଙ୍ଗଳବାର ଏବଂ ବୁଧବାର ପ୍ରଥମ ସ୍ତ୍ରୀଙ୍କ ସହ ରହିବେ। ସେହିପରି ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହିବେ। ରବିବାର ସେ ତାଙ୍କ ବୃଦ୍ଧ ମାତାପିତାଙ୍କ ସହ ରହିବେ। ଏଥିରେ ସମସ୍ତେ ରାଜି ହୋଇଥିଲେ। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri