ଜାତୀୟ

୪୦ ତଳେ ଦୈନିକ ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୨୮।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୭୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।…

ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା, ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୮।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଏକ ଉତ୍ତର ଦାଖଲ କରି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯେପରି ଖ୍ରୀଷ୍ଟିଆନ, ଶିଖ,…

ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୨୮ ।୩: ଦଶମ ଓ ଦ୍ୱାଦଶ ପରୀକ୍ଷା ସମେତ କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଛାତ୍ରୀଛାତ୍ରଙ୍କର ପରୀକ୍ଷା ପୂର୍ବରୁ ହେଉଥିବା ଚାପକୁ ଦୂର କରିବାର ମନ୍ତ୍ର ଦେବେ । ଏଥର ଏହି ପରୀକ୍ଷା ପେ ଚର୍ଚ୍ଚା…

ଭାରତ ଆସିପାରନ୍ତି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୩: ଚାଇନା ପରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍‌ଗି ଲାଭ୍ରୋଭ୍‌ ଶୀଘ୍ର ଭାରତ ଗସ୍ତ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶ୍ରୀଲଙ୍କା ଓ ମାଳଦ୍ୱୀପ ଗସ୍ତରୁ ଫେରିବା ପରେ ତାରିଖ ବାବଦରେ…

ଜୟ ଶ୍ରୀରାମ କହିବାରୁ ପିଟି ମାରିଦେଲେ

କୁଶୀନଗର, ୨୮ା୩: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଜଣେ ଭାଜପା ସମର୍ଥକ ମୁସଲମାନ ଯୁବକ ଜୟ ଶ୍ରୀରାମ କହିବାରୁ ତାଙ୍କୁ ପଡ଼ୋଶୀମାନେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ବବୁର(୨୦) ରାମକୋଲା ଥାନା କାଠଗ୍ରାହି ଗ୍ରାମର ବାସିନ୍ଦା। ସୂଚନା ଅନୁସାରେ, ୟୁପି…

ନୀତୀଶ କୁମାରଙ୍କ ଉପରେ ଆକ୍ରମଣ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖ୍‌ତିୟାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ। ତାଙ୍କୁ ଗିରଫ କରାଯାଇ ପୋଲିସ ହାଜତରେ ରଖାଯାଇଛି।…

ପୁତୁରା ଆକାଶ ଆନନ୍ଦଙ୍କୁ ମାୟାବତୀଙ୍କ ବଡ ଉପହାର

ଲକ୍ଷ୍ନୌ,୨୮ ।୩: ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ଓ ଭାଇ ଆନନ୍ଦ କୁମାରଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି । ଆକାଶ ଆନନ୍ଦଙ୍କ…

ୟୁପିରେ ଆତ୍ମସମର୍ପଣ କଲେଣି ୫୦ ଅପରାଧୀ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବାର ୧୫ ଦିନ ମଧ୍ୟରେ ଅନୂ୍ୟନ ୫୦ ଅପରାଧୀ ଆତ୍ମସମର୍ପଣ କରିସାରିଲେଣି। ପୋଲିସ ଏନ୍‌କାଉଣ୍ଟର କିମ୍ବା ଘର ଉପରେ ବୁଲ୍‌ଡୋଜର ଚାଲିବା ଭୟରେ ସେମାନେ ଆତ୍ମସମର୍ପଣ କରୁଥିବା…

ଝିଅଙ୍କୁ ଟାର୍ଗେଟ କରା ନ ଯାଉ

ମୁମ୍ବାଇ, ୨୮ା୩: ହିଜାବ ପ୍ରସଙ୍ଗରେ ଝିଅମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ମିସ୍‌ ୟୁନିଭର୍ସ-୨୦୨୧ ହର୍‌ନାଜ ସାନ୍ଧୁ। ଗଣମାଧ୍ୟମକୁ ଏ ବାବଦରେ ପ୍ରତିକ୍ରିୟା ଦେଇ ହରନାଜ କହିଛନ୍ତି, ଝିଅମାନଙ୍କୁ ଉଡ଼ିବାକୁ ଦିଅ। ସେମାନଙ୍କ ଡେଣା କାଟନାହିଁ। ସେମାନେ ଯେପରି ଚାହୁଁଛନ୍ତି ସେପରି…

ବିଏସ୍‌ପିର ସବୁ ୟୁନିଟ୍‌ ଭାଙ୍ଗିଲେ ମାୟାବତୀ

ଲକ୍ଷ୍ନୌ,୨୮।୩(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀ ରବିବାର ତାଙ୍କ ଦଳର ରାଜ୍ୟ ସଭାପତି, ବିଧାନସଭା ବାଚସ୍ପତି ଏବଂ ଜିଲା ସଭାପତି ପଦକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ୟୁନିଟ୍‌କୁ ଭଙ୍ଗ କରିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍‌ପିର ଶୋଚନୀୟ…

ବ୍ରେକ ପରେ ପୁଣି ବଢୁଛି ସମ୍ପର୍କ

ନୂଆଦିଲ୍ଲୀ,୨୮ ।୩: ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ପୁଣିଥରେ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ଇତିମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମ୍ପର୍କରେ ଅଛନ୍ତି ।…

ଆଉ ମୋବାଇଲରେ ଶୁଣିବାକୁ ମିଳିବନି କରୋନା କଲର ଟ୍ୟୁନ!

ନୂଆଦିଲ୍ଲୀ,୨୮ ।୩: କରୋନା ମହାମାରୀ ଆରମ୍ଭରୁ ଟେଲିକମ ପ୍ରଦାନକାରୀ ସଂସ୍ଥା ଦ୍ୱାରା କୋଭିଡ-୧୯ ବିଷୟରେ ସଚେନତା ସୃଷ୍ଟି କରିବାକୁ କଲ୍ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଘୋଷଣା ଶୀଘ୍ର ଇତିହାସ ହେବାକୁ ଯାଉଛି । କରୋନା ମହାମାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?