Posted inଜାତୀୟ

ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା, ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୮।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଏକ ଉତ୍ତର ଦାଖଲ କରି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯେପରି ଖ୍ରୀଷ୍ଟିଆନ, ଶିଖ, ମୁସଲମାନ, ବୌଦ୍ଧ, ପାର୍ସୀ ଏବଂ ଜୈନଙ୍କୁ ଜାତୀୟ ସ୍ତରରେ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇଛି, ସେହିପରି ସଂଖ୍ୟା ଆଧାରରେ ହିନ୍ଦୁମାନଙ୍କୁ ମଧ୍ୟ ସଂଖ୍ୟାଲଘୁ ମାନ୍ୟତା ମିଳିପାରିବ। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିଶନର ଜବାବରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ଏହି ଆବେଦନରେ ସେ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଅଧିନିୟମ, ୨୦୦୪ ର ଧାରା ୨ (ଏଫ୍‌) ର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି। ଉପାଧ୍ୟାୟ ତାଙ୍କ ଆବେଦନରେ କହିଛନ୍ତି ଯେ ଧାରା ୨(ଏଫ୍‌) କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରିଥାଏ, ଯାହା ସ୍ପଷ୍ଟ ଭାବରେ ମନମୁଖୀ, ଅଯୌକ୍ତିକ ଏବଂ କ୍ଷତିକାରକ ଅଟେ।

ଦେଶର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚିହ୍ନଟ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଆବେଦନକାରୀ ନିର୍ଦ୍ଦେଶ ଲୋଡିଛନ୍ତି। ଲଦାଖ, ମିଜୋରାମ, ଲକ୍ଷାଦ୍ୱୀପ, କଶ୍ମୀର, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ ଏବଂ ମଣିପୁରରେ ୟୁହୁଦୀ, ବାହାଇ ଏବଂ ହିନ୍ଦୁ ଧର୍ମର ଅନୁଗାମୀମାନେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ନାହିଁ। ଏହା ଭୁଲ ବୋଲି ଆବେଦନରେ କୁହାଯାଇଛି।

ରାଜ୍ୟ ମଧ୍ୟରେ ସଂଖ୍ୟାଲଘୁ ଭାବରେ ସେମାନଙ୍କର ପରିଚୟ ସମ୍ବନ୍ଧୀୟ ବିଷୟଗୁଡିକ ରାଜ୍ୟ ସ୍ତରରେ ବିଚାର କରାଯାଇପାରେ ବୋଲି ଏଥିରେ ଅନୁରୋଧ କରାଯାଇଛି। ।ଧାରା ୨(ଏଫ୍‌) କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରୁଥିବା ଦାବିକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ୨୦୨୪ ନିର୍ବାଚନ ପ୍ରସ୍ତୁତି: ଚର୍ଚ୍ଚ ପରେ ଏବେ ଦରଘା ଉପରେ ନଜର, ଇଦ ପରେ କୱାଲି ଶୁଣିବେ ନେତା…

ନୂଆଦିଲ୍ଲୀ,୧୦।୪ : ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ଏବେ ‘ସବକା ସାଥ, ସବକା ବିଶ୍ୱାସ ଲୋଡୁଛି। ଏହ ମର୍ମରେ...

ପୃଥିବୀକୁ ଖସିପାରେ ସୋଭିଏଟ୍‌ ମହାକାଶ ଯାନ

ନୂଆଦିଲ୍ଲୀ,୩୧।୫ :ଶୁକ୍ର ଗ୍ରହ ସମ୍ପର୍କରେ ଗବେଷଣା ଲାଗି ତତ୍କାଳୀନ ସୋଭିଏଟ୍‌ ରୁଷ୍‌ ୧୯୭୨ରେ ପଠାଇଥିବା ଏକ ମହାକାଶ ଯାନ ପୃଥିବୀ ପୃଷ୍ଠକୁ ଖସିବାର ସମ୍ଭାବନା ସୃଷ୍ଟି...

ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ

ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଆଞ୍ଚଳିକ ମୁଖ୍ୟ ସମୀର...

ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ

ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ...

ଟିକିଲି ଲଗାଇ ନ ଥିବାରୁ ମହିଳାଙ୍କୁ ଗାଳି କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୯।୩: କର୍ନାଟକରେ ଭାଜପା ଏମ୍‌ପି ଏସ ମୁନିସ୍ବାମୀ ବିବାଦ ଘେରକୁ ଆସିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମୁନିସ୍ବାମୀ କୋଲାର ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ...

୪୦ ଫୁଟ ଗଭୀର ଶୁଖିଲା କୂଅରୁ ଶୁଭିଲା ଶବ୍ଦ, ଲୋକେ ଯାହା ଦେଖିଲେ ଉଡିଗଲା ହୋଶ୍‌

ପାଟଣା,୩୦।୯: ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ‘ଆର୍‌ଡି ଆଣ୍ଡ ଡିଜି’ କଲେଜ କ୍ୟାମ୍ପସ ନିକଟରେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଭୁଥିଲା।...

ରାସ୍ତାରେ ଖେଳିଲେ ମୀନ

ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି...

ବି.ଆର୍‌. ଆମ୍ବଡେକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବଡେକରଙ୍କ ଶୁକ୍ରବାର ୬୩ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ...

Advertisement
Archives

Model This Week