Posted inଜାତୀୟ

ବ୍ରେକ ପରେ ପୁଣି ବଢୁଛି ସମ୍ପର୍କ

ନୂଆଦିଲ୍ଲୀ,୨୮ ।୩: ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ପୁଣିଥରେ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ଇତିମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମ୍ପର୍କରେ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ କ’ ଣ କଥାବାର୍ତ୍ତା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନୁମାନ କରାଯାଉଛି କି ପିକି ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରଚାର ଅଭିଯାନର ମଙ୍ଗ ଧରିପାରନ୍ତି । ଆହୁରି ମଧ୍ୟ କୁହାଯାଉଛି କି ପିକେ ଓ କଂଗ୍ରେସ ନେତୃତ୍ୱ ଗୁଜରାଟ ନିର୍ବାଚନ ସହ ଅନ୍ୟ ଦିଗକୁ ନେଇ ବି ମନ୍ଥନ କରିପାରନ୍ତି ।
ଏହାକୁ ନେଇ ଏବେ କଂଗ୍ରେସ ନେତାମାନେ ଚୁପ ରହିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିକଟତମଙ୍କ କହିବା କଥା ହେଲା ଏବେ ସେମାନେ ଏ ବିଷୟରେ କୌଣସି ଟିପ୍ପଣି ଦେବେ ନାହିଁ । ଏପଟେ ପ୍ରଶାନ୍ତ କିଶୋରଙ୍କ ପକ୍ଷରୁ ଏହାକୁ ଖଣ୍ଡନ ବି କରାଯାଉ ନାହିଁ ।
ଗୁଜରାଟ କଂଗ୍ରେସର ପ୍ରଭାରୀ ରଘୁ ଶର୍ମାଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ ନୋ କମେଣ୍ଟସ୍ ବୋଲି କହିଛନ୍ତି । କଂଗ୍ରେସର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପିକେଙ୍କ ସହ କଂଗ୍ରେସର ଯେପର୍ଯ୍ୟନ୍ତ ସହମତି ହୋଇନାହିଁ ସେପର୍ଯ୍ୟନ୍ତ ଦୁଇପକ୍ଷରୁ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ,୬।୯: ବଲିଉଡ୍‌ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ...

ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ

ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍‌ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା...

ଅଭିଷେକଙ୍କ ଘରେ ପହଞ୍ଚିଲା ସିବିଆଇ

କୋଲକାତା,୧୪।୬: କୋଇଲା ଦୁର୍ନୀତି ମାମଲାରେ ମଙ୍ଗଳବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଟିମ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ...

ଆଖି ବୁଜିଲେ ୩୮ ରୋଗୀ

ନୂଆଦିଲ୍ଲୀ,୨୪ା୪: ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ କୋଭିଡ୍‌ ହସ୍ପିଟାଲରେ ୪ ଦିନ ହେଲା ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ ରୋଗୀ ଆଖି ବୁଜିବାରେ ଲାଗିଛନ୍ତି। ଏହିକ୍ରମରେ ସାର୍‌...

ସାମ୍ନାକୁ ଆସିଲା ଭୂମି ପୂଜନର ନିମନ୍ତ୍ରଣ କାର୍ଡ

ଆଯୋଧ୍ୟା,୩।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ଭୂମିି ପୂଜନ ସୋମବାରଠାରୁ ବୈଦିକ ରୀତିନୀତିରେ ଆରମ୍ଭ...

୮ ବର୍ଷ ବାଳକ-ସାପ କାମୁଡ଼ା କାମୁଡ଼ି, ଶେଷରେ ସାପ ମଲା…

ଜସପୁର,୫।୧୧ : ଛତିଶଗଡର ଜସପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯସପୁରରେ ଜଣେ ୮ ବର୍ଷ ବୟସ୍କ ବାଳକଙ୍କୁ ସାପ କାମୁଡ଼ିବା ପରେ...

ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ମନେ ପକାଇଲେ ନିର୍ବାଚନ କମିଶନ, ପ୍ରଚାରରେ ପୂଜା ସ୍ଥଳର ନ ହେଉ ବ୍ୟବହାର…

ନୂଆଦିଲ୍ଲୀ,୨୧।୧ : ୩ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ଉପ-ନିର୍ବାଚନ ପୂର୍ବରୁ ର୍ନିବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଆଇନର ଧାରା ଏବଂ...

ଶିଖ୍‌ ତୀର୍ଥଯାତ୍ରୀଙ୍କ ସହ ପାକ୍‌ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି

ନୂଆଦିଲ୍ଲୀ,୮-୧୧(ଆଇଏଏନ୍‌ଏସ୍‌):ନଭେମ୍ବର ୯ରେ କର୍‌ତାରପୁର କରିଡର ଦେଇ ପାକିସ୍ତାନର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଅନୁମତି...

Advertisement
Archives

Model This Week