Posted inଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ବୈଦେଶିକ ଗସ୍ତର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମେ’ ୨ରୁ ୪ ପର୍ଯ୍ୟନ୍ତ ୟୁରୋପ ଗସ୍ତ କରିବେ। ଏନେଇ ବୁଧବାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହି ଗସ୍ତ ସମୟରେ ମୋଦି ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଯିବେ। ଏହି ସମୟରେ ସେ ଉକ୍ତ ଦେଶର ମୁଖ୍ୟମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନା ମୁତାବକ, ମୋଦି ଜର୍ମାନୀରେ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏତଦ୍‌ବ୍ୟତୀତ ସେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ଅନ୍ତ-ସରକାରୀ ବୈଠକରେ ମଧ୍ୟ ଭାଗ ନେବେ। ଜର୍ମାନୀ ପରେ ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକ୍‌ସେନ୍‌ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି କୋପେନହାଗେନ ଗସ୍ତ କରିବେ। ଯେଉଁଠାରେ ସେ ଦ୍ୱିତୀୟ ଭାରତ-ନର୍ଡିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ତେବେ ମେ’୪ରେ ଭାରତ ଫେରିବା ପୂର୍ବରୁ ମୋଦି ଫ୍ରାନ୍ସରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଇମାନୁଏଲ ମାକ୍ରୋନ୍‌ଙ୍କୁ ଭେଟିବେ ବୋଲି ସୂଚନା ରହିଛି। ନିର୍ବାଚନରେ ବିଜୟ ପରେ ମାକ୍ରୋନଙ୍କୁ ଭେଟିଥିବା ନେତାଙ୍କ ମଧ୍ୟରେ ମୋଦି ହେଉଛନ୍ତି ପ୍ରଥମ। ଅନ୍ୟପଟେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁରୋପ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ରୁଷିଆ ଉପରେ ନିଜର ନିର୍ଭରଶୀଳତା ହ୍ରାସ କରିବାକୁ ୟୁରୋପ କ୍ରମାଗତ ଭାବେ ଭାରତକୁ କହିଆସୁଛି। ଏତଦ୍‌ବ୍ୟତୀତ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାରେ ଭାରତ ଯଦି ମଧ୍ୟସ୍ଥତା କରେ ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ପୂର୍ବରୁ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ କହିସାରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ୩ଟି ଦେଶ ସହିତ ସଙ୍କଟର ସମାଧାନ ପାଇଁ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି...

ପୋକ୍ସୋ ଯୌନ ଶୋଷଣ ମାମଲା ରୁଜୁ କ୍ଷେତ୍ରରେ ଏସିପିଙ୍କ ମଞ୍ଜୁରୀ ଜରୁରୀ …

ମୁମ୍ବାଇ, ୧୧।୬ : ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସଂପୃକ୍ତ ଅତିରିକ୍ତ କମିଶନର୍‌ (ଏସିପି)ଙ୍କ ଅନୁମୋଦନ ଜରୁରୀ...

୧୭୦ ବିଲ୍ଡିଂର ସୁରକ୍ଷା ଦାୟିତ୍ୱ ୨୦୦୦ ଯବାନଙ୍କ ହାତରେ…

ଚଣ୍ଡିଗଡ଼, ୧୨।୫ : ମୋହାଲିରେ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା...

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଗୋଟିଏ ଦିନରେ ୩ ମୁଣ୍ଡ ନେଲା କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭; ମୃତକଙ୍କ ମଧ୍ୟରେ ୬ଜଣଙ୍କୁ ଡାଇବେଟିସ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ରବିବାର ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ...

ଭାଜପାରେ ମିଶିବା ପାଇଁ ଟଙ୍କା ଯାଚିଥିଲେ ପାଇଲଟ

ଜୟପୁର,୨୧ା୭(ପି.ଟି.): ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେବା ପାଇଁ ବିଦ୍ରୋହୀ ନେତା ସଚିନ ପାଇଲଟ ତାଙ୍କୁ ଟଙ୍କା ଯାଚିଥିଲେ ବୋଲି ରାଜସ୍ଥାନର କଂଗ୍ରେସ ବିଧାୟକ...

ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍‌ ୨୦ରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ...

ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ: ଜେଜେପି

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିଛି। ଏଠାରେ ଭାଜପା ବହୁମତ ହାସଲଠାରୁ ପଛରେ ପଡ଼ିଛି। ଅପରପକ୍ଷରେ କଂଗ୍ରେସ ଶାସକ ଦଳ ସହିତ କଡ଼ା...

Advertisement
Archives

Model This Week