ଜାତୀୟ

୪୦ କଂଗ୍ରେସ ବିଧାୟକଙ୍କୁ ପଠାଗଲା ହୋଟେଲ

ଜୟପୁର,୨।୬: ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ ୪୦ ଜଣଙ୍କୁ ଉଦୟପୁରର ଏକ ହୋଟେଲକୁ ପଠାଇଦେଇଛି। ଏହା ବ୍ୟତୀତ ଅନ୍ୟ କେତେଜଣ ସ୍ବାଧୀନ…

ପୂର୍ବତନ ଗୃହମନ୍ତ୍ରୀ ଅନିଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ସିବିଆଇ

ମୁମ୍ବାଇ,୨।୬: ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ଚାର୍ଜଶିଟ୍‌ ଦାଖଲ କରିଛି। ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ୭୧ ବର୍ଷୀୟ ଏନ୍‌ସିପି ନେତା ମନି ଲଣ୍ଡରିଂ ମାମଲାରେ ଏବେ…

ତାଲିକାରୁ ବାଦ୍‌ ପଡ଼ିଲେ ୮୭ ରାଜନୈତି ଦଳ

ନୂଆଦିଲ୍ଲୀ,୨।୬: ନିର୍ବାଚନ କମିଶନ ଯାଞ୍ଚ କରିବା ପରେ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ(ଆର୍‌ୟୁପିପି) ତାଲିକାରୁ ୮୭ ଦଳକୁ ବାଦ୍‌ ଦେଇଛନ୍ତି। ନିୟମ ଓ ନିର୍ବାଚନ ଆଇନର ଉଲ୍ଲଂଘନ କରୁଥିବା୨,୧୦୦ରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ଅଣସ୍ବୀକୃତ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

କଶ୍ମୀରରେ ୧୯୯୦ ଭଳି ସ୍ଥିତି: ଘାଟି ଛାଡ଼ିବାକୁ ଚେତାବନୀ ଦେଲେ କଶ୍ମୀରୀ ପଣ୍ଡିତ

ଶ୍ରୀନଗର,୨।୬: ଜମ୍ମୁ-କଶ୍ମୀରରେ ଲଗାତର ଭାବେ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ସେଠାରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଇତିମଧ୍ୟରେ ଗୁରୁବାର ଆଉ ଜଣେ ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀ ଗୁଳି…

ବିହାରରେ ଜାତିଗତ ଜନଗଣନାକୁ କ୍ୟାବିନେଟର ମୋହର

ପାଟନା,୨।୬: ବିହାରରେ ଜାତି ଭିତ୍ତିକ ଜନଗଣନାକୁ ନୀତିଶ କୁମାରଙ୍କ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଜାତିଗତ ଜନଗଣନା ସମୟରେ ଅର୍ଥନୈତିକ ଆଧାରରେ ଏକ ସର୍ଭେ କରିବା ପାଇଁ ଉଦ୍ୟମ…

ଶୁକ୍ରବାର ୟୁପି ଗସ୍ତ କରିବେ ମୋଦି

ଲକ୍ଷ୍ନୌ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୩ ଅର୍ଥାତ୍‌ ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମୋଦି ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ। ଏହାପରେ ଦ୍ୱିପ୍ରହର ୧ଟା ୪୫ରେ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କାନପୁର…

ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବେଲା ଗୁରୁବାର ସୂଚନା ଦେଇଛନ୍ତି। ତେବେ ସୋନିଆଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍‌ କରି ଲେଖିଛନ୍ତି ଯେ,…

ସିଧୁଙ୍କ ହତ୍ୟାର ୫ଦିନ ପରେ ପୁଣି ବଢ଼ିଲା ଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨।୬: ପଞ୍ଜାବ ସରକାର ୪୨୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ରାପର ଗାୟକ ସିଧୁ ମୂସେଓ୍ବାଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ତେବେ ଘଟଣାର ୫ଦିନ ପରେ…

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରିଙ୍କ ପରଲୋକ

ଗୁରୁଗାଁଓ,୨।୬: ପ୍ରସିଦ୍ଧ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଗୁରୁଗାଁଓର ଫୋର୍ଟିସ ହସ୍ପିଟାଲରେ ତାଙ୍କର ଚିକିତ୍ସା…

ଜମ୍ମୁ-କଶ୍ମୀରରେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ହତ୍ୟା ଘଟଣା: ନିଜକୁ ଦାୟୀ କଲା କେଏଫ୍‌ଏଫ୍‌

ଶ୍ରୀନଗର,୨।୫: ଜମ୍ମୁ-କଶ୍ମୀରର କୁଲଗାମରେ ଗୁରୁବାର ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ କଶ୍ମୀର ଫ୍ରିଡମ୍‌ ଫାଇଟର୍ସ(କେଏଫ୍‌ଏଫ୍‌) ନିଜକୁ ଦାୟୀ କରିଛି। କେବଳ ଏତିକି ନୁହେଁ, କେଏଫ୍‌ଏଫ୍‌ ଏକ ପତ୍ର ଜାରି କରି ଚେତାବନୀ…

ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ

ନୂଆଦିଲ୍ଲୀ,୨।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଗୁରୁବାର ଭେଟିଛନ୍ତି। ଅମିତ ଶାହା ଓ ଡୋଭାଲଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।…

ସାକିନାକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ,୨।୬: ସାକିନାକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମୋହନ ଚୌହାନଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଏହାକୁ ଏକ ବିରଳ ମାମଲା ବୋଲି କହିଛନ୍ତି। ଏଭଳି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଆବଶ୍ୟକ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?