Posted inଜାତୀୟ

ସାକିନାକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ,୨।୬: ସାକିନାକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମୋହନ ଚୌହାନଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଏହାକୁ ଏକ ବିରଳ ମାମଲା ବୋଲି କହିଛନ୍ତି। ଏଭଳି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ରାଜ୍ୟ ସରକାର କୋର୍ଟରେ ଦାବି କରିଛନ୍ତି।
ଅଭିଯୁକ୍ତ ମୋହନ ଚୌହାନ ଅନ୍ଧେରିର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷ ବୟସ୍କା ପ୍ରଥମେ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ପ୍ରାଇଭେଟ୍‌ ପାର୍ଟରେ ମାରଣାସ୍ତ୍ର ପୂରାଇ ତାଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ମୋହନ ପେଶାରେ ଡ୍ରାଇଭର ଥିଲେ। କୋର୍ଟରେ ଏହି ମାମଲାର ଶୁଣାଣି କରାଯାଉଥିବାବେଳେ ସେ ପୀଡିତା ପକ୍ଷର ଓକିଲମାନଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏତେ ବଡ଼ ଭୁଲ୍‌ କରିବା ପରେ ମଧ୍ୟ ତାଙ୍କ ମନରେ ଆଦୌ ପଶ୍ଚାତାପ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର...

ଭାଜପା-କଂଗ୍ରେସର ଆର୍ମି କାର୍ଡ,ରାହୁଲଙ୍କ ରାଲିରେ ରାଓ୍ବତଙ୍କ କଟ୍‌ଆଉଟ୍‌…

ଡେରାଡୁନ୍‌, ୧୬।୧୨: ଆସନ୍ତା ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ଏବଂ କଂଗ୍ରେସ ଭୋଟରଙ୍କୁ ହାତେଇବା ପାଇଁ ଆର୍ମି କାର୍ଡ ଖେଳିବା...

ମହିଷାସୁର ସ୍ଥାନରେ ମହାତ୍ମା : ମୁହଁ ଖୋଲିଲା ହିନ୍ଦୁ ମହାସଭା…

କୋଲକାତା,୫।୧୦ : ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦକ୍ଷିଣ-ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଥିବା ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ...

ସେନା ପୋଷାକ ସହ ଖାପ ଖାଉଥିବା ପୋଷାକ ପିନ୍ଧି ଅଡୁଆରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୨: ରାଜଧାନୀ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଦିଲ୍ଲୀ ପୋଲିସ ଏକ...

ରାହୁଲଙ୍କ ନେତୃତ୍ୱକୁ କେହି କରିବେନି ସ୍ବୀକାର: ଭାଜପା…

ନୂଆଦିଲ୍ଲୀ,୨୦।୩ : ଭାଜପା ରାଜ୍ୟସଭା ଏମ୍‌ପି ହରନାଥ ସିଂ ଯାଦବ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି...

ନୌସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୩ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର…

ମୁମ୍ବାଇ,୮।୩ : ଏକ ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳବର୍ତ୍ତୀ ଆରବ ସାଗରରେ ମଝି ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଛି। ୩ ଜଣ କ୍ରୁ ସଦସ୍ୟଙ୍କୁ...

ସିଏଏ, ଏନ୍‌ଆର୍‌ସିକୁ ଭୟ କରନି: ଉଦ୍ଧବ

ନୂଆଦିଲ୍ଲୀ, ୨୨ା୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭାଜପା ହାତ ଛାଡ଼ି ମହାରାଷ୍ଟ୍ରରେ...

୮୩ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ କୋବ୍ରା-ସିଆର୍‌ପିଏଫ୍‌ ଯବାନ

ଗୟା,୨୭।୨: ବିହାରର ଗୟା ଜିଲାରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ୮୩ ଲ୍ୟାଣ୍ଡ୍‌ମାଇନ୍‌କୁ ଠାବ କରି ଏସବୁକୁ ନିଷ୍କ୍ରିୟ କରାଯାଇଛି। କୋବ୍ରା-୨୫୦ ବାଟାଲିୟନ୍‌ ଏବଂ ସିଆର୍‌ପିଏଫ୍‌ର...

Advertisement
Archives

Model This Week