ଜାତୀୟ

ସଞ୍ଜୟ ରାଉତଙ୍କ ନାଁରେ ୱାରଣ୍ଟ ଜାରି

ମୁମ୍ବାଇ,୪ ।୭: ମୁମ୍ବାଇର ଏକ ଅଦାଲତ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏକ ୱାରଣ୍ଟ ଜାରି କରିଛନ୍ତି । ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି କିରିଟ ସୌମୈୟାଙ୍କ ପତ୍ନି ମେଘା ସୋମୈୟାଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ…

ଗତ ସପ୍ତାହରେ ଉଦ୍ଧବଙ୍କ ଠାକ୍‌ରେ ପାଇଁ କାନ୍ଦୁଥିଲେ, ଆଜି ଦେଲେ ଧୋକା

ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ଉଦ୍ଧବ ସହ ଥିବା ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଧେ ଦଳରେ ଯୋଗ ଦେଇଥିଲେ। ରବିବାର ବିଳମ୍ବିତ ରାତିରେ…

‘ଇଡି’ ସରକାରର ଅର୍ଥ ବୁଝାଇଲେ ଫଡ୍‌ନବିସ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବାଜି ମାରିନେଇଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଖଣ୍ଡ ଭୋଟ ଯାଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ…

ମୂସଓ୍ବୋଲାଙ୍କୁ ଗୁଳି ମାରିଥିବା ଶୁଟର ଗିରଫ

ନୂଆଦିଲ୍ଲୀ,୪।୭:ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କୁ ଗୁଳି ମାରି ହତ୍ୟା କରିଥିବା ଶୁଟର୍‌ ଅଙ୍କିତ ସିରସାଙ୍କୁ ତାଙ୍କ ସହଯୋଗୀଙ୍କ ସହ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି। ମୂସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଶୁଟରମାନଙ୍କ ମଧ୍ୟରୁ ଅଙ୍କିତ ଅନ୍ୟତମ। ସେ ରାଜସ୍ଥାନରେ ୨…

ମଣିପୁର ଭୂସ୍ଖଳନ: ୪୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଇମ୍ଫାଲ୍‌,୪।୭: ମଣିପୁର ନୋନି ଜିଲାରେ ଭୂସ୍ଖଳନ ଘଟଣାକୁ ୬ ଦିନ ବିତିଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଘଟଣାରେ ୨୦ ଜଣ ଏବେବି ନିଖୋଜ ଥିବା ଉଦ୍ଧାରକାରୀ ଦଳ…

ନେପାଳକୁ ୭୫ ଆମ୍ବୁଲାନ୍ସ, ୧୭ ସ୍କୁଲ ବସ୍‌ ଉପହାର ଦେଲା ଭାରତ

ନୂଆଦିଲ୍ଳୀ,୩।୭: ଭାରତ ସରକାରଙ୍କ ପକ୍ଷରୁ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍‌ ପଡ଼ୋଶୀ ଦେଶ ନେପାଳକୁ ଉପହାର ପ୍ରଦାନ କରାଯାଇଛି। ନେପାଳରେ ନବନିଯୁକ୍ତ ଭାରତ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଆମ୍ବୁଲାନ୍ସ ଏବଂ ବସ୍‌ର ଚାବି ନେପାଳ ଶିକ୍ଷାମନ୍ତ୍ରୀ ଦେବେନ୍ଦ୍ର ପଉଦେଲଙ୍କୁ…

ସୁପ୍ରିମ୍‌କୋର୍ଟରେ ଅଗ୍ନିପଥ ଯୋଜନା, ଆଗାମୀ ସପ୍ତାହରେ ଶୁଣାଣି…

ନୂଆଦିଲ୍ଲୀ, ୪।୭ : ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି।…

ଶକ୍ତି ପରୀକ୍ଷାରେ ସିନ୍ଧେ ସଫଳ, ସପକ୍ଷରେ ୧୬୪ ଭୋଟ…

ମୁମ୍ବାଇ୍‌, ୪।୭ : ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ତାଙ୍କ ସରକାର ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଛନ୍ତି। ଫଳରେ ଏବେ ସିନ୍ଧେ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଶ୍‌ ହୋଇଛନ୍ତି। ବାଚସ୍ପତିଙ୍କ…

ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା ସମେତ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସୋମବାର କଶ୍ମୀର ଜୋନ୍‌ ପୋଲିସ…

ତାଜମହଲ ବନ୍ଦ କୋଠରୀରେ କେତେ ମୂର୍ତ୍ତି ରହିଛି ? ଉତ୍ତର ଦେଲା ଏଏସଆଇ…

ଆଗ୍ରା, ୪।୭ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଆଗ୍ରାର ବିଶ୍ୱ ପ୍ରସିଦ୍ଧ ତାଜମହଲର ଏକ ପ୍ରାଚୀନ ମନ୍ଦିର ଏବଂ ଏହାର ବନ୍ଦ କୋଠରୀରେ ରହିଥିବା ମୂର୍ତ୍ତି ଦାବିକୁ ପୁଣି ଥରେ ଖାରଜ କରିଦେଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜାତୀୟ…

୮୪ ଔଷଧର ମୂଲ୍ୟ ନିର୍ଦ୍ଧାରଣ, ଦାମ୍‌ ବଢ଼ାଇପାରିବେ ନାହିଁ କମ୍ପାନୀ …

ନୂଆଦିଲ୍ଲୀ, ୪।୭ : ଡାଇବେଟିସ୍‌, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ଚିକିତ୍ସାରେ ବ୍ୟବହୃତ ୮୪ ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏହା କରାଯାଇଛି। ଏହା ସହିତ ଉଚ୍ଚ କୋଲେଷ୍ଟ୍ରଲ ଏବଂ…

ରାସ୍ତା ତଳକୁ ଖସିଲା ବସ୍‌, ସ୍କୁଲ ପିଲାଙ୍କ ସହିତ ୧୬ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

କୁଲୁ, ୪।୭ : ହିମାଚଳ ପ୍ରଦେଶର କୁଲୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁଲୁର ଶୈନଶରରୁ ସୈଞ୍ଜ ଆଡକୁ ଆସୁଥିବା ଘରୋଇ ବସ ଜଙ୍ଗଲା ଗାଁ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତାର ୨୦୦ ମିଟର ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?