Posted inଜାତୀୟ

୮୪ ଔଷଧର ମୂଲ୍ୟ ନିର୍ଦ୍ଧାରଣ, ଦାମ୍‌ ବଢ଼ାଇପାରିବେ ନାହିଁ କମ୍ପାନୀ …

ନୂଆଦିଲ୍ଲୀ, ୪।୭ : ଡାଇବେଟିସ୍‌, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ଚିକିତ୍ସାରେ ବ୍ୟବହୃତ ୮୪ ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏହା କରାଯାଇଛି। ଏହା ସହିତ ଉଚ୍ଚ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସେରାଇଡ ସ୍ତରକୁ ହ୍ରାସ କରିବା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ମଧ୍ୟ ସ୍ଥିର ହୋଇଛି। ଏହାଦ୍ୱାରା ଏଣିକି ଔଷଧ କମ୍ପାନୀଗୁଡ଼ିକ ଏସବୁ ଔଷଧର ନିଜ ଇଛା ଅନୁସାରେ ଆଉ ଦାମ୍‌ ବୃଦ୍ଧି କରି ପାରିବେ ନାହିଁ।

ଡ୍ରଗ୍ସ ମୂଲ୍ୟ ନିୟନ୍ତ୍ରଣ ଆଦେଶ-୨୦୧୩ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି, ଏନପିପିଏ ଔ ଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛି ବୋଲି ନିୟାମକ ଏକ ବିଜ୍ଞପ୍ତିରେ କହିଛନ୍ତି। ଏହା ଦ୍ୱାରା ଡାଇବେଟିସ ଔଷଧ ମେଟଫର୍ମିନ ହାଇଡ୍ରୋକ୍ଲୋରାଇଡର ଗୋଟିଏ ଟାବଲେଟର ମୂଲ୍ୟ ଏବେ ଜିଏସଟିକୁ ଛାଡ଼ି ୧୦.୪୭ ଟଙ୍କା ହେବ।

ସେହିଭଳି ପାରାସିଟାମୋଲ ଏବଂ କ୍ୟାଫେନର ମୂଲ୍ୟ ଟାବଲେଟ ପିଛା ୨.୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଗୋଟିଏ ରୋଜୁଭାଷ୍ଟାଟିନ ଆସ୍ପିରିନ ଏବଂ କ୍ଲୋପିଡୋଗ୍ରେଲ କ୍ୟାପସୁଲର ମୂଲ୍ୟ ୧୩.୯୧ ଟଙ୍କା ସ୍ଥିର କରାଯାଇଛି। ଏସବୁ ଔଷଧ ସାଧାରଣତଃ ଅଧିକ ବ୍ୟବହୃତ ହୋଇଥାଏ। ଏନପିପିଏ ବିଜ୍ଞପ୍ତିରେ କୁହାଯାଇଛି ଯେ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ ସ୍ଥିର ମୂଲ୍ୟକୁ କଡାକଡି ପାଳନ କରିବା ଆବଶ୍ୟକ। ଏହାର ଉଲ୍ଲଂଘନ କଲେ ସେମାନଙ୍କ ଉପରେ ସୁଧ ସହିତ ଜରିମାନା ମଧ୍ୟ ଲଗାଯିବ।

ଏସବୁ ଔଷଧଗୁଡ଼ିକ ମଧ୍ୟରେ ଟାଇପ-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରୋ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ, ହୃଦଘାତ ଓ ଷ୍ଟ୍ରୋକକୁ ରୋକିବା ଔଷଧ, ରକ୍ତରେ ଟ୍ରାଇଗ୍ଲାଇସରାଇଡ ସ୍ତରକୁ କମାଇବା ପାଇଁ ବ୍ୟବହୃତ ହେଉଥିବା ଔଷଧ ଆଦି ଅନ୍ତର୍ଭୁକ୍ତ ରହିଛି।

ଏକ ପୃଥକ ବିଜ୍ଞପ୍ତିରେ, ଏନପିପିଏ କହିଛି ଯେ ତରଳ ମେଡିକାଲ ଅମ୍ଳଜାନ ଏବଂ ଶ୍ୱାସକ୍ରିୟା ପାଇଁ ବ୍ୟବହୃତ ହୋଉଥିବା ଅମ୍ଳଜାନର ସଂଶୋଧିତ ମୂଲ୍ୟ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri