Posted inଜାତୀୟ

ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା ସମେତ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସୋମବାର କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ରବିବାର ରେସି ଜିଲାର ଏକ ଗାଁରେ ଲୋକମାନେ ଲଶ୍କର-ଇ-ତୋଏବା କମାଣ୍ଡର ତାଲିବ ହୁସେନ ଶାହା ଏବଂ ତାଙ୍କ ସହଯୋଗୀ ଫୈସଲ ଅହମ୍ମଦ ଦାରଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁଯାୟୀ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପଚରାଉଚରା ବେଳେ ଶାହା ରାଜୌରୀର ଡ୍ରାଜ ଗ୍ରାମରେ ଆତଙ୍କବାଦୀ ଶିବିର ଥିବା ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ପରେ ସେଠାରେ ଚଢ଼ାଉ କରାଯାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ଚଢ଼ାଉ ବେଳେ ସେଠାରୁ ୬ ଟି ଷ୍ଟିକି ବୋମା, ଗୋଟିଏ ପିସ୍ତଲ, ୩ ପିସ୍ତଲ ମାଗାଜିନ, ପିସ୍ତଲ କାର୍ଟ୍ରିଜ, ଗୋଟିଏ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର, ତିନୋଟି ୟୁବିଜିଏଲ ଗ୍ରେନେଡ, ଏକେ ଆସଲ୍ଟ ରାଇଫଲର ୭୫ ଟି କାର୍ଟ୍ରିଜ ଏବଂ ରିମୋଟ ସହିତ ଗୋଟିଏ ଆଇଡି ଆଣ୍ଟେନା ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଅବସ୍ଥାରେ ମିଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ

ହାଇଦ୍ରାବାଦ,୧ ।୮: ତେଲେଙ୍ଗାନାର ଟିଡିପି ସଂସ୍ଥାପକ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଉମା ମାହେଶ୍ୱରିଙ୍କ ପରଲୋକ ହୋଇଛି । ହାଇଦ୍ରାବଦରେ...

ନିଜେ ଫିଟ୍‌ ଥିବା ଦର୍ଶାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ତାଙ୍କ ଫିଟ୍‌ନେସ୍‌ର ଅସଲ ଗୁମର ଖୋଲିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ସ୍କ୍ବାସ୍‌ ଖେଳୁଥିବାର ଏକ...

ଦିନକୁ ୩୮ ମିନିଟ୍‌ ରିଲ୍ସ ଦେଖୁଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୩୦ା୧୦: ଯୁବପିଢ଼ିଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକଙ୍କ ଭିତରେ ୟୁଟ୍ୟୁବ୍‌ ଶର୍ଟ ଭିଡିଓ ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ କ୍ରେଜ୍‌। ରାତାରାତି ପ୍ରସିଦ୍ଧ ହେବା...

୪୦ କଂଗ୍ରେସ ବିଧାୟକଙ୍କୁ ପଠାଗଲା ହୋଟେଲ

ଜୟପୁର,୨।୬: ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ...

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ...

ମୋବାଇଲରେ କାର୍ଟୁନ ଦେଖୁଦେଖୁ ବାଲ୍‌କୋନିରୁ ଖସିପଡ଼ିଲେ ୨ ବର୍ଷର ଶିଶୁ

ମୁମ୍ବାଇ,୧୫ା୯: ଆଜିକାଲି ଛୋଟପିଲାଙ୍କୁ ଭୁଲାଇବା ପାଇଁ ମାତାପିତା ମୋବାଇଲର ସାହାରା ନେଉଛନ୍ତି। ମାତ୍ର ଏହି ମୋବାଇଲ ବେଳେବେଳେ ପିଲାଙ୍କ ପାଇଁ କାଳ ସାଜୁଛି। ଏମିତି ଏକ...

ପ୍ରଥମ ଥର ଭାରତ ଗ୍ରସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ-ଜାପାନର ୧୪ତମ ବାର୍ଷିକ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। କିଶିଡା...

ୟୁପିଏସ୍‌ସି ପରୀକ୍ଷା: ଓଭର ଏଜ୍‌ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ,୨୪।୨: ୟୁପିଏସ୍‌ସି ପରୀକ୍ଷା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଝଟ୍‌କା ଲାଗିଛି। ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ସମୟରେ ପରୀକ୍ଷା ଦେଇଥିବା ଓଭର ଏଜ୍‌...

Advertisement
Archives

Model This Week