Posted inଜାତୀୟ

ତାଜମହଲ ବନ୍ଦ କୋଠରୀରେ କେତେ ମୂର୍ତ୍ତି ରହିଛି ? ଉତ୍ତର ଦେଲା ଏଏସଆଇ…

ଆଗ୍ରା, ୪।୭ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଆଗ୍ରାର ବିଶ୍ୱ ପ୍ରସିଦ୍ଧ ତାଜମହଲର ଏକ ପ୍ରାଚୀନ ମନ୍ଦିର ଏବଂ ଏହାର ବନ୍ଦ କୋଠରୀରେ ରହିଥିବା ମୂର୍ତ୍ତି ଦାବିକୁ ପୁଣି ଥରେ ଖାରଜ କରିଦେଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେ ଏ ସମ୍ପର୍କରେ ଆରଟିଆଇରେ ଆବେଦନ କରିଥିଲେ।

ଏନେଇ ଏଏସଆଇ ଆଗ୍ରା ପକ୍ଷରୁ ଉତ୍ତର ପ୍ରଦାନ କରାଯାଇଛି। ଏଏସଆଇ ସ୍ପଷ୍ଟ କରିଛି ଯେ ତାଜମହଲରେ କୌଣସି ବନ୍ଦ କୋଠରୀ ନାହିଁ ଏବଂ କୌଣସି କୋଠରୀରେ ହିନ୍ଦୁ ଦେବୀଦେବତାମାନଙ୍କର ମୂର୍ତ୍ତି ରଖାଯାଇ ନାହିଁ।

ସାକେତ ଗୋଖଲେ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ଯେ ତାଜମହଲ ଯେଉଁଠାରେ ଅଛି ସେଠାରେ କୌଣସି ମନ୍ଦିର ନାହିଁ। ସେହିପରି ତାଜମହଲରେ କୌଣସି ମୂର୍ତ୍ତି ଥିବା ବନ୍ଦ କୋଠରୀ ମଧ୍ୟ ନାହିଁ ।

ସୂଚନାଯୋଗ୍ୟ, ତାଜମହଲକୁ ନେଇ ଅନେକ ଦାବି ସାମ୍ନାକୁ ଆସିଛି। କେହି କେହି ଏହାକୁ ଏକ ପ୍ରାଚୀନ ଶିବ ମନ୍ଦିର ବୋଲି ଦାବି କରିଥିଲେ। କେହି କେହି ଏହାକୁ ଜୟପୁର ରାଜ ପରିବାରର ପ୍ରାଚୀନ ପ୍ରାସାଦ ବୋଲି କହିଥିଲେ। ସେହିପରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହାର ୨୨ ଟି ବନ୍ଦ କୋଠରୀ ଖୋଲିବା ପାଇଁ ଏକ ପିଟିଣନ ମଧ୍ୟ ଦାଖଲ କରାଯାଇଥିଲା। ଯାହାକୁ କୋର୍ଟ କଡ଼ା ତାଗିଦ କରି ଖାରଜ କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଅଯୋଧ୍ୟା ନିବାସୀ ରଜନୀଶ ସିଂ ତାଜମହଲର ଇତିହାସ ଜାଣିବା ପାଇଁ ଏକ କମିଟି ଗଠନ କରିବା ଏବଂ ଏହି ଐତିହାସିକ ଭବନରେ ଥିବା ୨୨ ବନ୍ଦ କୋଠରୀ ଖୋଲିବାକୁ ନିର୍ଦ୍ଦେଶ ଦେବା ନେଇ କୋର୍ଟଙକ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ଆବେଦନରେ ୧୯୫୧ ଏବଂ ୧୯୫୮ ରେ ପ୍ରଣିତ ହୋଇଥିବା ଆଇନକୁ ସମ୍ବିଧାନ ବିରୁଦ୍ଧ ଘୋଷଣା କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏହି ନିୟମ ଅନୁଯାୟୀ ତାଜମହଲ, ଫତେହପୁର ସିକ୍ରି ଦୁର୍ଗ ଏବଂ ଆଗ୍ରାର ଲାଲ୍‌ କିଲ୍ଲା ଆଦିକୁ ଐତିହାସିକ ଅଟ୍ଟାଳିକା ଭାବରେ ଘୋଷିତ ହୋଇଥିଲା। ବହୁ ଦକ୍ଷିଣପନ୍ଥୀ ସଂଗଠନ ଅତୀତରେ ଦାବି କରିଛନ୍ତି ଯେ ମୋଗଲ ସମୟର ଏହି ସମାଧି ଭଗବାନ ଶିବଙ୍କ ମନ୍ଦିର ଥିଲା। ଏହି ସ୍ମାରକୀ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ସଂରକ୍ଷଣ କରାଯାଇଛି।

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଜଷ୍ଟିସ ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକ ବେଞ୍ଚ ଏହି ଆବେଦନ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଅନିୟମିତତା ଭାବେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଭାରତର ସମ୍ବିଧାନର ଧାରା ୨୨୬ ଅନୁଯାୟୀ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?