ଜାତୀୟ

ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…

ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)…

ସୀମାରେ ଡ୍ରୋନ୍‌ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…

ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ ୩ କିଲୋଗାମ୍‌ ହେରୋଇନ ବିଏସ୍‌ଏଫ୍‌ ପକ୍ଷରୁ ଜବତ ହୋଇଛି। ଏହା ସହିତ ଚାରିଜଣ ଚୋରା…

ଜୀବନ ଦେଇଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି, କହିଲେ ମମତା…

କୋଲକାତା, ୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗକୁ ବିଭାଜନ କରିବାକୁ ଦେବି ନାହିଁ।…

ପରିବେଶ ସଂରକ୍ଷଣ ତାଲିକାରେ ଭାରତ ତଳେ…

ନୂଆଦିଲ୍ଲୀ, ୭।୬ : ପରିବେଶ ସଂରକ୍ଷଣ ନେଇ ସମଗ୍ର ବିଶ୍ୱରେ ଏକ ଅଭିଯାନ ଚାଲିଛି ଏବଂ ଏହାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ଦେଶ ପରିବେଶକୁ ବଞ୍ଚାଇବା ପାଇଁ ଏକ ଅଭିଯାନ ଚଳାଉଛନ୍ତି। ଭାରତରେ ମଧ୍ୟ ଏହି ଅଭିଯାନ…

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲେ ବିଏସ୍‌ଏଫ୍‌ ଯବାନ…

ଶ୍ରୀନଗର, ୭।୬ : ଜମ୍ମୁ-କଶ୍ମୀରର କାନାଚକ ଅଞ୍ଚଳରେ ସୁରକ୍ଷା ବାହିନୀ ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ପଠାଯାଇଥିବା ଏକ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ…

୩ ମାସରେ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଲକ୍ଷ୍ନୌ, ୭।୬ : ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ହେବା ପରଠାରୁ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଗତ ୩ ମାସରେ ମୋଟ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିରେ ମାଫିଆଙ୍କ ବିରୋଧରେ କଡ଼ା…

୨୬ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୭।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ଲାଲୁଙ୍କ ରୁମ୍‌ରେ ଲାଗିଲା ନିଆଁ

ରାଞ୍ଚି,୭।୬: ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରୁମ୍‌ରେ ନିଆଁ ଲାଗିଯାଇଛି। ଲାଲୁ ଝାଡଖଣ୍ଡର ପାଲାମୁ ସ୍ଥିତ ସର୍କିଟ ହାଉସର ଏକ ରୁମ୍‌ରେ ଥିଲେ। ଅଗ୍ନିକାଣ୍ଡ ହେତୁ କାହାରି…

ନୁପୁରଙ୍କ ସୁରକ୍ଷା ବ୍ୟବସ୍ଥା ବଢିଲା

ନୂଆଦିଲ୍ଲୀ, ୭।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ଏହି ମନ୍ତବ୍ୟ ପରେ ନୂପୁରଙ୍କୁ ହତ୍ୟା ଧମକ ଦିଆଯାଉଥିଲା।…

ସିଦ୍ଧୁ ମୂସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବା ପାଇଁ ମଙ୍ଗଳବାର ମାନସାର ମୁସା ଗାଁରେ ପହଞ୍ଚିଛନ୍ତି। ରାହୁଲ ସିଦ୍ଧୁଙ୍କ ପିତାଙ୍କୁ ଭେଟି ଦୁଃଖ ପ୍ରକାଶ କରିଥିଲେ। ଏହାପୂର୍ବରୁ ଅନେକ ନେତା ସାନ୍ତ୍ୱନା ଦେବା ପାଇଁ ମୁସେୱାଲାଙ୍କ ଘରେ…

ବ୍ୟାଗ୍‌ରୁ ମିଳିଲା ମନୁଷ୍ୟର କଟା ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ,୭।୬: ପୂର୍ବ ଦିଲ୍ଲୀ କଲ୍ୟାଣୀପୁରା ରାମଲୀଳା ପଡ଼ିଆରୁ ପୋଲିସ ମନୁଷ୍ୟର କଟା ହୋଇଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଭର୍ତ୍ତି ଏକ ବ୍ୟାଗ୍‌ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ରାମଲୀଳା ପଡ଼ିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ପଡ଼ିଆ ପାଖ ଏକ…

ମଇଁଷି ଛୁଆର ପ୍ରକୃତ ମାଲିକ କିଏ, ହେବ ଡିଏନ୍‌ଏ ଟେଷ୍ଟ

ଲକ୍ଷୌ,୭।୬: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ମଇଁଷି ଛୁଆ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ଏହି ଚୋରି ଅଭିଯୋଗ ଆସିଛି ସେ ଏହାକୁ ଅସ୍ବୀକାର କରୁଛନ୍ତି। ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri