Posted inଜାତୀୟ

ଗଙ୍ଗା ଜଳକୁ ଅମୃତ କରୁଥିବା ମିତ୍ର ବ୍ୟାକ୍ଟେରିଆ ଶେଷ ହେବାରେ ଲାଗିଛି…

ନୂଆଦିଲ୍ଲୀ, ୧୪।୮ : ଗଙ୍ଗାର ଉପନଦୀ ଅଲକନନ୍ଦା ଏବଂ ଭାଗୀରଥୀର ଜଳର ସ୍ଥିତି ଭଲ ନାହିଁ। ଜଳସ୍ତରକୁ ଅମୃତ ଭଳି ବିଶୁଦ୍ଧ କରୁଥିବା ଜଳ ମିତ୍ର ମାଇକ୍ରୋ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶେଷ ହେବାରେ ଲାଗିଛି। ଏହି ମିତ୍ର ବ୍ୟାକ୍ଟେରିଆ ଜଳକୁ ବିଶୁଦ୍ଧ କରି ଅମୃତ ତୁଲ୍ୟ କରିଥାଏ। ତେବେ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁ ଏଭଳି ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶୀଘ୍ର ଲୋପ ପାଇବାକୁ ଲାଗିଛି।

ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏକ ଅନୁସନ୍ଧାନ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାଗୀରଥୀ ନଦୀରେ ଗୋମୁଖରୁ ଦେବପ୍ରୟାଗ ପର୍ଯ୍ୟନ୍ତ ଅଞ୍ଚଳରେ ଜଳରେ ଏହି ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଅନୁପସ୍ଥିତ କିମ୍ବା ସେମାନଙ୍କ ସଂଖ୍ୟା ବହୁତ କମ ରହିଛି। ମାଣା ଠାରୁ ଦେବପ୍ରୟାଗ ପର୍ଯ୍ୟନ୍ତ ଅଲକନନ୍ଦା ନଦୀରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ବୈଜ୍ଞାନିକମାନଙ୍କ ମତରେ, ଉଭୟ ନଦୀରେ ମାଇକ୍ରୋ-ଇନଭଟିବ୍ରେଟସଙ୍କ କମ୍‌ ଉପଲବ୍ଧତା ଏକ ସଂକେତ ଦେଉଛି ଯେ ବର୍ତ୍ତମାନ ଏଠାରେ ଜଳର ଗୁଣବତ୍ତା ଭଲ ନୁହେଁ। ଏନେଇ ବୈଜ୍ଞାନିକ ଦଳ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।

ପରିବର୍ତ୍ତିତ ପାଣିପାଗ ସହିତ ନଦୀ କୂଳରେ ବୃହତ ବିକାଶମୂଳକ କାର୍ଯ୍ୟର ଆବର୍ଜନା ସିଧାସଳଖ ନଦୀରେ ପଡୁଛି। ନଦୀ କୂଳରେ ଅବସ୍ଥିତ ସହରଗୁଡିକର ଘରୁ ବାହାରୁଥିବା ମଇଳା ଜଳକୁ ବିନା ଟ୍ରିଟ୍‌ମେଣ୍ଟରେ ନଦୀରେ ଛାଡି ଦିଆଯାଉଛି। ବାଟ୍ରିଆଫୋସ ବ୍ୟାକ୍ଟେରିଆ ଯୋଗୁ ୁ ଗଙ୍ଗା ଜଳର ଶୁଦ୍ଧତା ରହିଥାଏ । ଏହି ବ୍ୟାକ୍ଟେରିଆରେ ଥିବା ରାସାୟନିକ ଜଳ ବିଶୁଦ୍ଧିକରଣରେ ସହାୟକ ହୋଇଥାଏ।

ବୈଜ୍ଞାନିକଙ୍କ ଅନୁଯାୟୀ, ଏଥିରେ ବହୁ ପରିମାଣର ଗନ୍ଧକ ଥିବାରୁ ଗଙ୍ଗା ଜଳର ଶୁଦ୍ଧତା ଅକ୍ଷୁର୍ଣ୍ଣ ରହିଥାଏ ଏବଂ ଗଙ୍ଗା ଜଳ ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୋଇ ନଥାଏ। କେବଳ ଏକ କିଲୋମିଟର ପ୍ରବାହରେ ଗଙ୍ଗା ନିଜର ମଇଳାକୁ ପରିଷ୍କାର କରିଥାଏ। ଏହା ମଧ୍ୟ ବୈଜ୍ଞାନିକ ଅନୁସନ୍ଧାନରୁ ସାମ୍ନାକୁ ଆସିଛି ଯେ ଦେଶର ଅନ୍ୟ ନଦୀଗୁଡ଼ିକ ପନ୍ଦରରୁ କୋଡ଼ିଏ କିଲୋମିଟର ପ୍ରବାହିତ ହେବା ପରେ ଏବଂ ନିଜ ଜଳକୁ ସଫା କରିବାରେ ସକ୍ଷମ ହୋଇ ନଥାନ୍ତି। ଆବର୍ଜନା ଏସବୁ ନଦୀର ତଳ ଭାଗରେ ଜମା ହୋଇଯାଏ। କିନ୍ତୁ, ଗଙ୍ଗା କେବଳ ଏକ କିଲୋମିଟର ପ୍ରବାହରେ ନିଜର ଜଳକୁ ସଫା କରିପାରିଥାଏ।

ଅଲକନନ୍ଦା ଏବଂ ଭାଗୀରଥୀ ନଦୀରେ ମିତ୍ର ବ୍ୟାକ୍ଟେରିଆଙ୍କ ସଂଖ୍ୟା ୧୫ ପ୍ରତିଶତରୁ କମ ରହିଛି। ଏଫେମେରୋପେରା, ପ୍ଲେକୋପେରା, ଟ୍ରାଇକୋପ୍ଟେରା (ଇପିଟି) ର ପାରାମିଟର ଉପରେ ଏହି ବ୍ୟାକ୍ଟେରିଆର ଅଧ୍ୟୟନ କରାଯାଇଥିଲା। ଯଦି ନଦୀର ଜଳରେ ଇପିଟି ସୂଚକାଙ୍କ ୨୦ ପ୍ରତିଶତ ଥିଲେ ଏହା ପ୍ରମାଣ କରେ ଯେ ଜଳର ଗୁଣ ଭଲ ଅଛି । ଯଦି ଇପିଟି ସୂଚକାଙ୍କ ୩୦ ପ୍ରତିଶତରୁ ଅଧିକ ଥାଏ। ଏହାର ଅର୍ଥ ହେଉଛି ଜଳର ଗୁଣ ବହୁତ ଭଲ । ତେବେ ଉଭୟ ନଦୀର ଅନେକ ସ୍ଥାନରେ ଇପିଟିର ସୂଚକାଙ୍କ ୧୫ ପ୍ରତିଶତରୁ କମ ବୋଲି ଜଣାପଡିଛି, ଯାହା ଏକ ଚିନ୍ତାଜନକ ବିଷୟ।

ବରିଷ୍ଠ ବୈଜ୍ଞାନିକ ଡକ୍ଟର ଭି.ପି ୟୁନିୟାଲଙ୍କ ତତ୍ତ୍ୱାବଧାନରେ ଡକ୍ଟର ନିଖିଲ ସିଂ ଏବଂ ଅନ୍ୟମାନେ ଉଭୟ ନଦୀର ବିଭିନ୍ନ ସ୍ଥାନରେ ମିତ୍ର ବ୍ୟାକ୍ଟେରିଆ ପରୀକ୍ଷା କରିଥିଲେ। ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା (ଏନଏମସିଜି) ଅନ୍ତର୍ଗତ ବୈଜ୍ଞାନିକମାନେ ବଦ୍ରିନାଥର ମାଣାଠାରୁ ଅଲକନନ୍ଦା ନଦୀର ଦେବପ୍ରୟାଗ ଏବଂ ଗୋମୁଖରୁ ଭାଗୀରଥୀ ନଦୀର ଦେବପ୍ରୟାଗ ପର୍ଯ୍ୟନ୍ତ ଏହି ଅଧ୍ୟୟନ କରିଥିଲେ। ବୈଜ୍ଞାନିକମାନଙ୍କ ମତରେ, ଗଙ୍ଗା ଜଳ ଅନ୍ୟ ନଦୀଗୁଡ଼ିକର ଜଳ ଅପେକ୍ଷା ବାୟୁମଣ୍ଡଳରୁ ଅମ୍ଳଜାନ ଶୋଷଣ କରିବାର କ୍ଷମତା ଅଛି। ଅନ୍ୟ ନଦୀ ତୁଳନାରେ ଗଙ୍ଗାରେ ମଇଳା ନଷ୍ଟ କରିବାର କ୍ଷମତା ୨୦ ଗୁଣ ଅଧିକ ବୋଲି ଜଣାପଡିଛି। ଗଙ୍ଗାର ଅପରିଷ୍କାର ଅବଶୋଷଣ କରିବାର କ୍ଷମତା ୨୦ଗୁଣ ଅଧିକ। ଗଙ୍ଗାର ମୁଖ୍ୟ ଉପନଦୀଗୁଡ଼ିକ ହେଉଛି ଭାଗୀରଥୀ, ଅଲକନନ୍ଦା, ମହାକାଲୀ, କର୍ନାଲୀ, କୋସି, ଗଣ୍ଡକ, ସରଯୁ, ଯମୁନା, ସୋନ ନଦୀ ଏବଂ ମହାନନ୍ଦା ନଦୀ।

ଗଙ୍ଗା ନଦୀରେ ଡଲଫିନ ସମେତ ମାଛର ୧୪୦ ପ୍ରଜାତି, ସରୀସୃପଙ୍କ ୩୫, ସ୍ତନ୍ୟପାୟୀ ପ୍ରାଣୀଙ୍କ ୪୨ ପ୍ରଜାତି ମିଳିଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?