Posted inଜାତୀୟ

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ୫୦୦ କୋଟିରୁ ଅଧିକ କାରବାର …

ନୂଆଦିଲ୍ଲୀ, ୧୪।୮ : ସମଗ୍ର ଦେଶରେ ଭାରତୀୟ ତ୍ରିରଙ୍ଗାକୁ ପ୍ରତିଟି ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର୍‌ ଘର୍‌ ତିରଙ୍ଗା ଅଭିଯାନ ଲୋକାଲରେ ଭୋକାଲ ତଥା ଆତ୍ମନିର୍ଭର ଭାରତ ପଦକ୍ଷେପକୁ ପ୍ରୋତ୍ସାହିତ କରିଛି। ଏହି ଅଭିଯାନ ଯୋଗୁଁ ସାରା ଦେଶରେ ୩୦ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇସାରିଛି। ଏଥିସହିତ ଏହା ଦ୍ୱାରା ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି।

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ ) କହିଛି ଯେ ଦେଶପ୍ରେମ ତଥା ଆତ୍ମନିଯୁକ୍ତିର ଏହି ଅଭିଯାନ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଏକ ଚମତ୍କାର ଭାବନା ଏବଂ ସହଯୋଗୀ ବ୍ୟବସାୟର ବଡ଼ ସମ୍ଭାବନା ସୃଷ୍ଟି କରିଛି।

କ୍ୟାଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତିଆ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଗତ ୧୫ ଦିନ ମଧ୍ୟରେ ବହୁ ସଂଖ୍ୟକ ବ୍ୟବସାୟିକ ସଂଗଠନ ସାରା ଦେଶରେ କ୍ୟାଟ ସହଯୋଗରେ ୩୦୦୦ ରୁ ଅଧିକ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଥିରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ଉଭୟ ବ୍ୟବସାୟୀ ନେତା କହିଛନ୍ତି ଯେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଭାରତୀୟ ଉଦ୍ୟୋଗୀଙ୍କ ସମ୍ଭାବନାକୁ ଦର୍ଶାଇଛି। ଲୋକଙ୍କ ତ୍ରିରଙ୍ଗା ଚାହିଦା ପୂରଣ କରିବା ପାଇଁ ପ୍ରାୟ ୨୦ ଦିନର ରେକର୍ଡ ସମୟ ମଧ୍ୟରେ ୩୦ କୋଟିରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ ହୋଇଥିଲା।

କ୍ୟାଟ୍‌ର ଆହ୍ବାନରେ ସାରା ଦେଶରେ ବ୍ୟବସାୟିକ ସଂଗଠନମାନେ ରାଲି, ପଦଯାତ୍ରା, ଟର୍ଚ୍ଚ ଶୋଭାଯାତ୍ରା, ତିରଙ୍ଗା ଗୌରବ ଯାତ୍ରା, ସମସ୍ତ ରାଜ୍ୟରେ ସାଧାରଣ ସଭା ଏବଂ ସମ୍ମିଳନୀ ସମେତ ବୃହତ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରି ଦେଶପ୍ରେମ ଭାବନା ଜାଗ୍ରତ କରିଥିଲେ। ଭରତିଆ ଏବଂ ଖଣ୍ଡେଲୱାଲ କହିଛନ୍ତି ଯେ ପଲିଷ୍ଟର ଏବଂ ମେସିନ ନିର୍ମିତ ପତାକାକୁ ଅନୁମତି ଦେଇ ଫ୍ଲାଗ କୋଡରେ କେନ୍ଦ୍ର ସରକାର କରିଥିବା ପରିବର୍ତ୍ତନ ଯୋଗୁ ଦେଶରେ ପତାକା ସହଜରେ ଉପଲବ୍ଧ ହୋଇପାରିଛି। ପୂର୍ବରୁ ଭାରତୀୟ ତ୍ରିରଙ୍ଗାକୁ କେବଳ ଖଦି କିମ୍ବା କପଡ଼ାରେ ତିଆରି କରିବାକୁ ଅନୁମତି ଦିଆଯାଇଥିଲା। ଫ୍ଲାଗ କୋଡର ଏହି ସଂଶୋଧନ ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି। ଲୋକ ନିଜ ଘରେ କିମ୍ବା ଛୋଟ ସ୍ଥାନରେ ସ୍ଥାନୀୟ ଟେଲରଙ୍କ ସାହାଯ୍ୟରେ ବହୁ ପରିମାଣରେ ତ୍ରିରଙ୍ଗା ପତାକା ତିଆରି କରିଥିଲେ।

ବହୁ ସଂଖ୍ୟକ ଜାତୀୟ ପତାକା ଉତ୍ପାଦନ ପାଇଁ ଏସଏମଇ ଉତ୍ପାଦନ ଏବଂ ବାଣିଜ୍ୟ କ୍ଷେତ୍ରର କମ୍ପାନୀ ଦିନରାତି କାର୍ଯ୍ୟ କରିଥିଲେ। ପତାକାର ବିଭିନ୍ନ ଆକାର ତିଆରି ହୋଇଥିଲା। ପୂର୍ବ ବର୍ଷଗୁଡ଼ିକରେ, ସ୍ବାଧୀନତା ଦିବସ ଅବସରରେ, ଭାରତୀୟ ତ୍ରିରଙ୍ଗାର ବାର୍ଷିକ ବିକ୍ରି ପ୍ରାୟ ୧୫୦ରୁ ୨୦୦ କୋଟି ଟଙ୍କା ମଧ୍ୟରେ ସୀମିତ ଥିଲା। ହର୍‌ ଘର୍‌ ତିରଙ୍ଗା ଅଭିଯାନରେ ବିକ୍ରି ବହୁଗୁଣିତ ହେବା ସହିତ କାରବାର ୫୦୦ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?