Posted inଜାତୀୟ

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ୫୦୦ କୋଟିରୁ ଅଧିକ କାରବାର …

ନୂଆଦିଲ୍ଲୀ, ୧୪।୮ : ସମଗ୍ର ଦେଶରେ ଭାରତୀୟ ତ୍ରିରଙ୍ଗାକୁ ପ୍ରତିଟି ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର୍‌ ଘର୍‌ ତିରଙ୍ଗା ଅଭିଯାନ ଲୋକାଲରେ ଭୋକାଲ ତଥା ଆତ୍ମନିର୍ଭର ଭାରତ ପଦକ୍ଷେପକୁ ପ୍ରୋତ୍ସାହିତ କରିଛି। ଏହି ଅଭିଯାନ ଯୋଗୁଁ ସାରା ଦେଶରେ ୩୦ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇସାରିଛି। ଏଥିସହିତ ଏହା ଦ୍ୱାରା ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି।

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ ) କହିଛି ଯେ ଦେଶପ୍ରେମ ତଥା ଆତ୍ମନିଯୁକ୍ତିର ଏହି ଅଭିଯାନ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଏକ ଚମତ୍କାର ଭାବନା ଏବଂ ସହଯୋଗୀ ବ୍ୟବସାୟର ବଡ଼ ସମ୍ଭାବନା ସୃଷ୍ଟି କରିଛି।

କ୍ୟାଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତିଆ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଗତ ୧୫ ଦିନ ମଧ୍ୟରେ ବହୁ ସଂଖ୍ୟକ ବ୍ୟବସାୟିକ ସଂଗଠନ ସାରା ଦେଶରେ କ୍ୟାଟ ସହଯୋଗରେ ୩୦୦୦ ରୁ ଅଧିକ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଥିରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ଉଭୟ ବ୍ୟବସାୟୀ ନେତା କହିଛନ୍ତି ଯେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଭାରତୀୟ ଉଦ୍ୟୋଗୀଙ୍କ ସମ୍ଭାବନାକୁ ଦର୍ଶାଇଛି। ଲୋକଙ୍କ ତ୍ରିରଙ୍ଗା ଚାହିଦା ପୂରଣ କରିବା ପାଇଁ ପ୍ରାୟ ୨୦ ଦିନର ରେକର୍ଡ ସମୟ ମଧ୍ୟରେ ୩୦ କୋଟିରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ ହୋଇଥିଲା।

କ୍ୟାଟ୍‌ର ଆହ୍ବାନରେ ସାରା ଦେଶରେ ବ୍ୟବସାୟିକ ସଂଗଠନମାନେ ରାଲି, ପଦଯାତ୍ରା, ଟର୍ଚ୍ଚ ଶୋଭାଯାତ୍ରା, ତିରଙ୍ଗା ଗୌରବ ଯାତ୍ରା, ସମସ୍ତ ରାଜ୍ୟରେ ସାଧାରଣ ସଭା ଏବଂ ସମ୍ମିଳନୀ ସମେତ ବୃହତ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରି ଦେଶପ୍ରେମ ଭାବନା ଜାଗ୍ରତ କରିଥିଲେ। ଭରତିଆ ଏବଂ ଖଣ୍ଡେଲୱାଲ କହିଛନ୍ତି ଯେ ପଲିଷ୍ଟର ଏବଂ ମେସିନ ନିର୍ମିତ ପତାକାକୁ ଅନୁମତି ଦେଇ ଫ୍ଲାଗ କୋଡରେ କେନ୍ଦ୍ର ସରକାର କରିଥିବା ପରିବର୍ତ୍ତନ ଯୋଗୁ ଦେଶରେ ପତାକା ସହଜରେ ଉପଲବ୍ଧ ହୋଇପାରିଛି। ପୂର୍ବରୁ ଭାରତୀୟ ତ୍ରିରଙ୍ଗାକୁ କେବଳ ଖଦି କିମ୍ବା କପଡ଼ାରେ ତିଆରି କରିବାକୁ ଅନୁମତି ଦିଆଯାଇଥିଲା। ଫ୍ଲାଗ କୋଡର ଏହି ସଂଶୋଧନ ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି। ଲୋକ ନିଜ ଘରେ କିମ୍ବା ଛୋଟ ସ୍ଥାନରେ ସ୍ଥାନୀୟ ଟେଲରଙ୍କ ସାହାଯ୍ୟରେ ବହୁ ପରିମାଣରେ ତ୍ରିରଙ୍ଗା ପତାକା ତିଆରି କରିଥିଲେ।

ବହୁ ସଂଖ୍ୟକ ଜାତୀୟ ପତାକା ଉତ୍ପାଦନ ପାଇଁ ଏସଏମଇ ଉତ୍ପାଦନ ଏବଂ ବାଣିଜ୍ୟ କ୍ଷେତ୍ରର କମ୍ପାନୀ ଦିନରାତି କାର୍ଯ୍ୟ କରିଥିଲେ। ପତାକାର ବିଭିନ୍ନ ଆକାର ତିଆରି ହୋଇଥିଲା। ପୂର୍ବ ବର୍ଷଗୁଡ଼ିକରେ, ସ୍ବାଧୀନତା ଦିବସ ଅବସରରେ, ଭାରତୀୟ ତ୍ରିରଙ୍ଗାର ବାର୍ଷିକ ବିକ୍ରି ପ୍ରାୟ ୧୫୦ରୁ ୨୦୦ କୋଟି ଟଙ୍କା ମଧ୍ୟରେ ସୀମିତ ଥିଲା। ହର୍‌ ଘର୍‌ ତିରଙ୍ଗା ଅଭିଯାନରେ ବିକ୍ରି ବହୁଗୁଣିତ ହେବା ସହିତ କାରବାର ୫୦୦ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri