ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଅସୁସ୍ଥ. ଆରଏମଏଲ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ, ୯ ।୬: ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅସୁବିଧା ବଢିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ସତ୍ୟେନ୍ଦ୍ର ଜୈନଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିବା ସମୟରେ ତାଙ୍କ ରିମାଣ୍ଡକୁ ଆଉ କିଛିଦିନ…
ଅପରାହ୍ନ ୩ଟାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା…
ନୂଆଦିଲ୍ଲୀ, ୯।୬ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି। ଏନେଇ ଗୁରୁବାର ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯିବ। ସମ୍ବିଧାନର ଅନୁଚ୍ଛେଦ ୬୨ ଅନ୍ତର୍ଗତ ଏହି ଘୋଷଣା ହେବ।…
ବାୟୋଟେକ୍ କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ଶୀର୍ଷ ୧୦ ଦେଶ ମଧ୍ୟରେ ସ୍ଥାନୀତ ହେବ, କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୯।୬ : ଭାରତ ବାୟୋଟେକ୍ କ୍ଷେତ୍ରରେ ଖୁବ୍ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନୀତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ର ଉଦଘାଟନ କର ଏଭଳି…
ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ନିଜ ସହିତ ନିଜର ବିବାହ କଲେ କ୍ଷମା ବିନ୍ଦୁ, ଏବେ ହନିମୁନ୍ ଗୋଆରେ…
ବଡୋଦରା, ୯।୬ : ଗୁଜୁରାଟର ବଡୋଦରାର କ୍ଷମା ବିନ୍ଦୁ, ନିଜେ ବର ହେବାର ସ୍ବପ୍ନକୁ ପୂରଣ କରି ଶେଷରେ ନିଜକୁ ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବିବାହ କରିଛନ୍ତି। ଜୁନ ୧୧ ରେ ସେ ନିଜକୁ ବିବାହ କରିବାକୁ ଘୋଷଣା…
ସରକାରୀ ଅଧିକାରୀ ଦେବେ ସମ୍ପତ୍ତି ହିସାବ, ସ୍ପାରୋ ପୋର୍ଟାଲ ପ୍ରସ୍ତୁତି ଶେଷ…
ଲକ୍ଷ୍ନୌ, ୯।୬ : ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିରେ ଉତ୍ତରପ୍ରଦେଶରେ ଦୁର୍ନୀତି ରୋକିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ମନ୍ତ୍ରୀମାନଙ୍କୁ ପ୍ରତିବର୍ଷ ନିଜ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ପତ୍ତିର ବିବରଣୀ ଦେବାକୁ କୁହାଯାଇଛି। ମନ୍ତ୍ରୀଙ୍କ…
ଗହମ ରପ୍ତାନି କରିବ ଭାରତ
ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନୀ ନେଇ ଲଗାଯାଇଥିବା କଟକଣା ପରେ ଦେଶର…
ଛୁଟି ନେଇ ମଧ୍ୟ ଭୋଟ ନ ଦେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ, ୯।୬ : ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ (ଇସି) ସମସ୍ତ କେନ୍ଦ୍ର ତଥା ରାଜ୍ୟ ସରକାରୀ ବିଭାଗ, ସରକାରୀ କ୍ଷେତ୍ର ଏବଂ ୫୦୦ରୁ ଅଧିକ କର୍ମଚାରୀ ଥିବା ବେସରକାରୀ କମ୍ପାନୀଗୁଡିକୁ ନିର୍ବାଚନ ଦିନ ବିଶେଷ…
ଦୈନିକ ସଂକ୍ରମଣ ୭ ହଜାର ଟପିଲା…
ନୂଆଦିଲ୍ଲୀ, ୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ବାପାଙ୍କ କଥା ଭୁଲି ନାହାନ୍ତି ଉଦ୍ଧବ
ମୁମ୍ବାଇ,୯ ।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ତାଙ୍କ ପିତା ବାଲ ଠାକରେ ଦେଇଥିବା କଥାକୁ ସେ କେବେ ଭୁଲିନାହାନ୍ତି । ସେ କହିଛନ୍ତି ଔରଙ୍ଗାବାଦର ନାମ ପରିବର୍ତ୍ତନ ହେବ, ନିଶ୍ଚୟ ହେବ । ମୋ ପିତା କଥା ଦେଇଥିଲେ,…
ନୁପୁର ଶର୍ମା. ସବା ନକଭି, ନବିନ ଜିନ୍ଦଲଙ୍କ ସମେତ ୯ ଜଣଙ୍କ ନାଁରେ ଏଫଆଇଆର୍
ନୂଆଦିଲ୍ଲୀ,୯ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ବିରୋଧରେ ମହମ୍ମଦଙ୍କ ସମ୍ପର୍କରେ ଏକ ଟେଲିଭିଜନ ଡିବେଟରେ ଆପତ୍ତିଜନକ ଟିପ୍ପଣି ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏଫଆଇଆର ଦେଇଛି । ଏହାସହ ମହମ୍ମଦଙ୍କୁ ନେଇ ସୋସିଆଲ ମିଡିଆରେ ଉତ୍ତେଜିତ…
ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି ଶୀର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍ସି…
ନୂଆଦିଲ୍ଲୀ/ଲଣ୍ଡନ, ୯।୬ : ଦେଶର ଶ୍ରେଷ୍ଠ ଏବଂ ଦକ୍ଷିଣ ଏସିଆର ଉଦୀୟମାନ ବିଶ୍ୱବିଦ୍ୟାଳୟ ଭାବରେ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍ସି)କୁ ପୁଣି ଥରେ ସମ୍ମାନିତ କରାଯାଇଛି। ଏହି ତାଲିକାରେ ଆଇଆଇଟି ବମ୍ବେ ଦ୍ୱିତୀୟ ଏବଂ ଆଇଆଇଟି…
ଏଲ୍ଓସିରେ ପାକିସ୍ତାନୀ ଡ୍ରୋନ୍…
ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍ ପ୍ରାୟ ୪ଟା ୧୫ ସମୟରେ ଏଲ୍ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ ମାର୍ଗରେ ଉଡ଼ିବୁଲୁଥିବାର ଦେଖାଦେଇଛି। ଏହି ଡ୍ରୋନ ପାକିସ୍ତାନ ପାର୍ଶ୍ୱରୁ ଆସିଥିଲା। ଡ୍ରୋନର ଆଲୋକ ଦେଖି…
Archives


