Posted inଜାତୀୟ

ସେନାରେ ଶେଷ ହେବ ପରାଧୀନତାର ଚିହ୍ନ, ବଦଳିବ ପୋଷାକ…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନୂତନ ନୌସେନା ପତାକା ଉନ୍ମୋଚନ କରିଛନ୍ତି। ପତାକାରେ ବ୍ରିଟିଶ ଶାସନର ପ୍ରତୀକ ରେଡ କ୍ରସ ହଟାଯାଇଛି। ବର୍ତ୍ତମାନ ଆଲୋଚନା ହେଉଛି ଯେ ସେନାରେ ଥିବା ସେହି ସମସ୍ତ ଚିହ୍ନକୁ ଶେଷ କରିବାକୁ ପ୍ରସ୍ତୁତି ଚାଲିଛି, ଯାହା ଆମକୁ ବ୍ରିଟିଶ ଶାସନକୁ ମନେ ପକାଇଥାଏ। ଆଗାମୀ ସମୟରେ, ଯବାନମାନଙ୍କ ୟୁନିଫର୍ମ, ସମାରୋହ ତଥା ରେଜିମେଣ୍ଟ ଏବଂ କୋଠାର ନାମରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ସେନାର ଆଡଜୁଟାଣ୍ଟ ଜେନେରାଲ ପ୍ରଚଳିତ ରୀତିନୀତି, ପୁରୁଣା ଅଭ୍ୟାସ ଏବଂ ନୀତି ସମୀକ୍ଷା କରିବେ।

ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ସମୟରେ କାନ୍ଧରେ ଥିବା ଦଉଡିଟି ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ବ୍ୟତୀତ ରେଜିମେଣ୍ଟର ନାମ ମଧ୍ୟ ବିଚାର କରାଯିବ। ଶିଖ, ଗୋରଖା, ଜାଟ, ପଞ୍ଜାବ, ଡୋଗ୍ରା, ରାଜପୁତ ଏବଂ ଆସାମ ପରି ପଦାତିକ ରେଜିମେଣ୍ଟର ନାମ ବ୍ରିଟିଶମାନଙ୍କ ଦ୍ୱାରା ହୋଇଥିଲା।

ଗତ ବର୍ଷ ମିଳିତ କମାଣ୍ଡରଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀରେ ନୀତି, ପ୍ରଣାଳୀ ଏବଂ ରୀତିନୀତିର ସ୍ବଦେଶୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ସେ ତିନି ପ୍ରତିରକ୍ଷା ସେବାକୁ ପରାମର୍ଶ ଦେଇଥିଲେ ଯେ ଯାହା ସେମାନଙ୍କର ଉପଯୋଗୀତା ଏବଂ ପ୍ରାସଙ୍ଗିକତା ହରାଇଛି ସେସବୁକୁ ବାଦ ହେବା ଜରୁରୀ।

ସୂଚନାଯୋଗ୍ୟ ଆଜି ବି ଦେଶର ଅନେକ କୋଠା, ରାସ୍ତାଘାଟ ଏବଂ ପାର୍କ ବ୍ରିଟିଶ କମାଣ୍ଡୋଙ୍କ ନାମରେ ନାମିତ ହୋଇଛି ଯେପରିକି ସାର୍‌ କ୍ଲାଉଡ ଆଚିନ୍ଲେକ ଏବଂ ହର୍ବର୍ଟ କିଚେନରଙ୍କ ନାମରେ ନାମିତ ହୋଇଛି। ଭବିଷ୍ୟତରେ ଏହି ନାମଗୁଡିକର ମଧ୍ୟ ପରିବର୍ତ୍ତନ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri