Posted inଜାତୀୟ

ନିଦ୍ରା ହେଲା ଶେଷ ନିଦ୍ରା: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ୪ ମୃତ…

ନୂଆଦିଲ୍ଲୀ, ୨୧।୯ :ବୁଧବାର ବିଳମ୍ବିତ ରାତି ୧ଟା ୫୧ରେ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏକ ଟ୍ରକ ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଛି। ଫଳରେ ଶୋଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ଘଟିବା ସହିତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ଏହି ସମସ୍ତ ଲୋକ ରାସ୍ତା କଡରେ ଥିବା ଡିଭାଇଡର୍‌ ଉପରେ ଶୋଇଥିଲେ। ଆହତମାନେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୋଲିସ ଦେଇଥିବା ଖବର ଅନୁଯାୟୀ ଏକ ଅଜଣା ଟ୍ରକ ଏଭଳି କରିଛି ଏହି ହତ୍ୟାକାଣ୍ଡ ଘଟାଇଛି। କୁହାଯାଉଛି ଯେ ସେମାପୁରୀରେ ଡିଟିସି ଡିପୋ ରେଡଲାଇଟ ଅତିକ୍ରମ କରୁଥିବାବେଳେ ଏହି ଟ୍ରକ ରାସ୍ତା କଡରେ ଥିବା ଡିଭାଇଡର୍‌ ଉପରେ ଶୋଇଥିବା ଲୋକଙ୍କ ଉପରେ ନିୟନ୍ତ୍ରଣ ହରାଇ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବାବେଳେ ଚତୁର୍ଥ ବ୍ୟକ୍ତିଙ୍କର ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅନ୍ଧକାରର ସୁଯୋଗ ନେଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଟ୍ରକ ସହିତ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

ମୃତକଙ୍କ ନାମ ୫୨ ବର୍ଷିୟ କରିମ, ୨୫ ବର୍ଷିୟ ଛୋଟ ଖାନ, ୩୮ ବର୍ଷିୟ ଶାହ ଆଲାମ ଏବଂ ୪୫ ବର୍ଷିୟ ରାହୁଲ ବୋଲି ଜଣାପଡିଛି। ଏହା ବ୍ୟତୀତ ଆହତ ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ୧୬ବର୍ଷ ବୟସ୍କ ମନୀଷ ଏବଂ ୩୦ ବର୍ଷ ବୟସ୍କ ପ୍ରଦୀପ ବୋଲି ଜଣାପଡିଛି। ସଡ଼କ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଟିମ୍‌ ଗଠନ କରାଯାଇଛି। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଛି।

କରିମ, ଛୋଟ ଖାନ ଏବଂ ଶାହା ଆଲାମ ନୂଆ ସୀମା ପୁରୀ ଅଞ୍ଚଳର ବାସିନ୍ଦା ଥିଲେ। ରାହୁଲ ଶାହିବାବାଦର ଶାଲିମାର ବଗିଚା ବିକ୍ରମ ଏନକ୍ଲେର ବାସିନ୍ଦା ଥିଲେ। ଆହତ ମନୀଷ ଗଗନ ବିହାରର ଶାହାବାବାଦର ତୁସଲି ନିକେତନର ବାସିନ୍ଦା ଏବଂ ପ୍ରଦୀପ ଦିଲ୍ଲୀର ତାହିପୁର ଗାଁର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?