Posted inଜାତୀୟ

ଚାଇନା ସାମଗ୍ରୀରେ ହେବନି ଯବାନଙ୍କ ବୁଲେଟ ପ୍ରୁଫ୍‌ ଜ୍ୟାକେଟ…

ନୂଆଦିଲ୍ଲୀ, ୨୧।୯ : ଦେଶର ଯବାନମାନଙ୍କୁ ଶତ୍ରୁ ଗୁଳିରୁ ରକ୍ଷା କରୁଥିବା ବୁଲେଟ ପ୍ରୁଫ ଜ୍ୟାକେଟରେ ଚାଇନାର ସାମଗ୍ରୀକୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଉତ୍ପାଦକମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନେ ଚାଇନାର କମ୍ପାନୀ ସହିତ କାମ କରୁନାହାଁନ୍ତି। ନିକଟରେ ସେନାକୁ ଦିଆଯାଇଥିବା ଜ୍ୟାକେଟରେ ବହୁ ପରିମାଣର ଚାଇନାର ସାମଗ୍ରୀର ବ୍ୟବହାରକୁ ନେଇ ଏକ ବିବାଦ ଉପୁଜିଥିଲା।

ଖବର ମୁତାବକ, ତଟରକ୍ଷୀ ବାହିନୀ ଦ୍ୱାରା ଦିଆଯାଇଥିବା ସର୍ବଶେଷ ଟେଣ୍ଡରରେ କଞ୍ଚାମାଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ବିଶେଷ କରି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କୁହାଯାଇଛି। ୭୪୬ ଜ୍ୟାକେଟ ପାଇଁ ଚୁକ୍ତିରେ ଦର୍ଶାଯାଇଛି ଯେ ଏଥିରେ ସମ୍ପୃକ୍ତ ଭାରତୀୟ କମ୍ପାନୀମାନେ ନିଶ୍ଚିତ କରିବେ ଯେ କଞ୍ଚାମାଲ ଚାଇନାରୁ ଆମଦାନୀ ହୋଇନାହିଁ। ସେମାନଙ୍କୁ ଏ ବାବଦରେ ଏକ ପ୍ରମାଣପତ୍ର ମଧ୍ୟ ଦେବାକୁ ପଡିବ। ଭବିଷ୍ୟତରେ ସେନାଙ୍କ ସୁରକ୍ଷା ସାମଗ୍ରୀ କ୍ରୟ ପାଇଁ ଭାରତୀୟ ସେନା ଟେଣ୍ଡର ଦେବାର ମଧ୍ୟ ସମ୍ଭାବନା ରହିଛି।

ଏକ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀ ୟୁରୋପ ଏବଂ ଆମେରିକାର କମ୍ପାନୀଗୁଡିକରୁ ଆସୁଥିବା କଞ୍ଚାମାଲ ବ୍ୟବହାର କରୁଥିଲେ। ବର୍ତ୍ତମାନ ସେହି ଧାରା ବନ୍ଦ ହୋଇଯାଇଛି। କମ୍ପାନୀମାନେ ୟୁରୋପ ଏବଂ ଆମେରିକାରୁ ଆସୁଥିବା କଞ୍ଚାମାଲରୁ ନିର୍ମିତ ଜ୍ୟାକେଟ ପରୀକ୍ଷାମୂଳକ ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ ଚୁକ୍ତିନାମା ହାସଲ ପରେ ସେମାନଙ୍କ କଞ୍ଚାମାଲ ଯୋଗାଣକାରୀଙ୍କୁ ବଦଳାଦେଇଥିଲେ।

ଜୁନ ୨୦୨୦ରେ, ଶିଳ୍ପ ଗୋଷ୍ଠୀ ସରକାରଙ୍କୁ ଏକ ନୀତି ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ ଯେଉଁଥିରେ ଚାଇନାର ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି କୁହାଯାଇଥିଲା। ଗୋଷ୍ଠୀ କହିଥିଲେ ଯେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ କଞ୍ଚାମାଲ ଆଣିବା ପାଇଁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଚାଇନାକୁ ଯାଉଛି। ଜ୍ୟାକେଟରେ ବ୍ୟବହୃତ ସାମଗ୍ରୀକୁ ସ୍ବଦେଶୀ ଭାବରେ ଉତ୍ପାଦନ କରିବାକୁ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri