Posted inଜାତୀୟ

ଚାଇନା ସାମଗ୍ରୀରେ ହେବନି ଯବାନଙ୍କ ବୁଲେଟ ପ୍ରୁଫ୍‌ ଜ୍ୟାକେଟ…

ନୂଆଦିଲ୍ଲୀ, ୨୧।୯ : ଦେଶର ଯବାନମାନଙ୍କୁ ଶତ୍ରୁ ଗୁଳିରୁ ରକ୍ଷା କରୁଥିବା ବୁଲେଟ ପ୍ରୁଫ ଜ୍ୟାକେଟରେ ଚାଇନାର ସାମଗ୍ରୀକୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଉତ୍ପାଦକମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନେ ଚାଇନାର କମ୍ପାନୀ ସହିତ କାମ କରୁନାହାଁନ୍ତି। ନିକଟରେ ସେନାକୁ ଦିଆଯାଇଥିବା ଜ୍ୟାକେଟରେ ବହୁ ପରିମାଣର ଚାଇନାର ସାମଗ୍ରୀର ବ୍ୟବହାରକୁ ନେଇ ଏକ ବିବାଦ ଉପୁଜିଥିଲା।

ଖବର ମୁତାବକ, ତଟରକ୍ଷୀ ବାହିନୀ ଦ୍ୱାରା ଦିଆଯାଇଥିବା ସର୍ବଶେଷ ଟେଣ୍ଡରରେ କଞ୍ଚାମାଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ବିଶେଷ କରି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କୁହାଯାଇଛି। ୭୪୬ ଜ୍ୟାକେଟ ପାଇଁ ଚୁକ୍ତିରେ ଦର୍ଶାଯାଇଛି ଯେ ଏଥିରେ ସମ୍ପୃକ୍ତ ଭାରତୀୟ କମ୍ପାନୀମାନେ ନିଶ୍ଚିତ କରିବେ ଯେ କଞ୍ଚାମାଲ ଚାଇନାରୁ ଆମଦାନୀ ହୋଇନାହିଁ। ସେମାନଙ୍କୁ ଏ ବାବଦରେ ଏକ ପ୍ରମାଣପତ୍ର ମଧ୍ୟ ଦେବାକୁ ପଡିବ। ଭବିଷ୍ୟତରେ ସେନାଙ୍କ ସୁରକ୍ଷା ସାମଗ୍ରୀ କ୍ରୟ ପାଇଁ ଭାରତୀୟ ସେନା ଟେଣ୍ଡର ଦେବାର ମଧ୍ୟ ସମ୍ଭାବନା ରହିଛି।

ଏକ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀ ୟୁରୋପ ଏବଂ ଆମେରିକାର କମ୍ପାନୀଗୁଡିକରୁ ଆସୁଥିବା କଞ୍ଚାମାଲ ବ୍ୟବହାର କରୁଥିଲେ। ବର୍ତ୍ତମାନ ସେହି ଧାରା ବନ୍ଦ ହୋଇଯାଇଛି। କମ୍ପାନୀମାନେ ୟୁରୋପ ଏବଂ ଆମେରିକାରୁ ଆସୁଥିବା କଞ୍ଚାମାଲରୁ ନିର୍ମିତ ଜ୍ୟାକେଟ ପରୀକ୍ଷାମୂଳକ ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ ଚୁକ୍ତିନାମା ହାସଲ ପରେ ସେମାନଙ୍କ କଞ୍ଚାମାଲ ଯୋଗାଣକାରୀଙ୍କୁ ବଦଳାଦେଇଥିଲେ।

ଜୁନ ୨୦୨୦ରେ, ଶିଳ୍ପ ଗୋଷ୍ଠୀ ସରକାରଙ୍କୁ ଏକ ନୀତି ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ ଯେଉଁଥିରେ ଚାଇନାର ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି କୁହାଯାଇଥିଲା। ଗୋଷ୍ଠୀ କହିଥିଲେ ଯେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ କଞ୍ଚାମାଲ ଆଣିବା ପାଇଁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଚାଇନାକୁ ଯାଉଛି। ଜ୍ୟାକେଟରେ ବ୍ୟବହୃତ ସାମଗ୍ରୀକୁ ସ୍ବଦେଶୀ ଭାବରେ ଉତ୍ପାଦନ କରିବାକୁ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri