ଜାତୀୟ

ମେଘାଳୟର ନୂଆ ରାଜ୍ୟପାଳ ହେଲେ ବିଡି ମିଶ୍ର

ଶିଲଂ,୪।୧୦: ମେଘାଳୟର ନୂତନ ରାଜ୍ୟପାଳ ଭାବେ ବିଡି ମିଶ୍ର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ଭାରତୀୟ ସେନା ବ୍ରିଗେଡିୟର୍‌ ମିଶ୍ର ୨୦୧୭ରୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କୁ ପଡୋଶୀ ରାଜ୍ୟ ମେଘାଳୟର ଅତିରିକ୍ତ ଦାୟିତ୍ୱ…

ଭୌତିକ ବିଜ୍ଞାନ ପାଇଁ ଆଜି ଘୋଷଣା ହେବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୪।୧୦: ନୋବେଲ ପୁରସ୍କାର ପାଇଁ ଘୋଷଣା ଆରମ୍ଭ ହୋଇଯାଇଛି। ସୋମବାର ଫିଜିଓଲୋଜି କିମ୍ବା ମେଡିସିନ୍‌ ପାଇଁ ସ୍ବିଡେନର ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ମଙ୍ଗଳବାର ଭୌତିକ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ।…

ବଡୋଦରାରେ ସାମ୍ପ୍ରଦାୟିକ ହିଂସା: ୪୦ ଗିରଫ

ବଡୋଦରା,୪।୧୦: ଗୁଜରାଟର ବଡୋଦରାରେ ଗରବା ନାଚ ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଦେଖାଦେଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀ ପରସ୍ପର ଉପରେ ପଥରମାଡ଼ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ…

‘ଆଦିପୁରୁଷ’ ଟ୍ରେଲରକୁ ନେଇ ବିବାଦ: ଗୃହମନ୍ତ୍ରୀ ଦେଲେ ଚେତାବନୀ

ଭୋପାଳ,୪।୧୦: ବଲିଉଡ ଫିଲ୍ମ ‘ଆଦିପୁରୁଷ’ ଟ୍ରେଲରର ଏକ ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର କହିଛନ୍ତି, ସେ ‘ଆଦିପୁରୁଷ’ ଟ୍ରେଲର ଦେଖିଛନ୍ତି। ଟ୍ରେଲରରେ ଏକ ଆପତ୍ତିଜନକ ଦୃଶ୍ୟ ଅଛି। ଏଥିରେ ହନୁମାନ ଜୀଙ୍କର ପୋଷାକ ଚମଡ଼ାରେ…

ମୋଦିଙ୍କ ରାଲିକୁ ଯିବା ପାଇଁ ଖବରଦାତାଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଶିମଲା,୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୫ରେ ହିମାଚଳ ପ୍ରଦେଶକୁ ଦିନିକିଆ ଗସ୍ତ କରିବେ। ଏହି ସମୟରେ ମୋଦି ବିଲାସପୁରରେ ଏମ୍ସ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିବେ। ଏତଦ୍‌ ବ୍ୟତୀତ ଏକ ଜନସଭାକୁ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ…

ବୈଷ୍ଣୋ ଦେବୀଙ୍କ ଶରଣରେ ଅମିତ ଶାହା

ଶ୍ରୀନଗର,୪।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ ପହଞ୍ଚି ମଥା ଟେକିଥିଲେ। ତାଙ୍କ ସହ ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।…

ଦେଶରେ ୧,୯୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୫ ଜଣଙ୍କ ମୃତ୍ୟୁ ଘଟିତତ୍ବା ଜଣାପଡିଛି। ନୂତନ ମାମଲା…

ସୀତା ହରଣ ପୂର୍ବରୁ ମଞ୍ଚରେ ଚାଲିଗଲା ରାବଣଙ୍କ ଜୀବନ

ଅଯୋଧ୍ୟା,୪।୧୦: ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲାର ଜନପଦରେ ରାମଲୀଳା ନାଟକ ଚାଲୁଥିବା ବେଳେ ମଞ୍ଚରେ ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସୀତା ହରଣ ନାଟକ ମଞ୍ଚସ୍ତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ…

ଲୋହିଆ ହତ୍ୟା ଘଟଣା: ଆତଙ୍କବାଦୀ ସଂଗଠନ ଟିଆରଏଫ୍‌ ନିଜକୁ କଲା ଦାୟୀ

ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ)ହେମନ୍ତ କୁମାର ଲୋହିଆଙ୍କୁ ସୋମବାର ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀ କାଚ ବୋତଲରେ ଡିଜିଙ୍କ ଗଳାକୁ ଚିରି ଦେଇଛନ୍ତି। ଏହା ସହିତ ପେଟ ଏବଂ ପାର୍ଶ୍ୱରେ ଅନେକ ଆଘାତ ଲାଗିଥିଲା। ହତ୍ୟାକାରୀ…

ଛାଡ଼ପତ୍ର ପୂର୍ବରୁ ଘର ଛାଡ଼ୁଥିବା ମହିଳା ପରେ ରହିବାକୁ ଦାବି କରିପାରିବେ ନାହିଁ

ମୁମ୍ବାଇ,୪।୧୦: ଛାଡ଼ପତ୍ର ପୂର୍ବରୁ ସ୍ବାମୀ ଘର ଛାଡ଼ୁଥିବା ମହିଳା ପରବର୍ତ୍ତୀ ସମୟରେ ଘରୋଇ ହିଂସାରୁ ସୁରକ୍ଷା ଆଇନରେ ସେଠାରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଏପରିକି ତାଙ୍କ ଛାଡ଼ପତ୍ର ଆବେଦନ ବିଚାରାଧୀନ ଥିଲେ ମଧ୍ୟ ସେ ଉକ୍ତ ଅଧିକାର ହରାଇବେ…

ଦଶହରାରେ ନିଜ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି କେସିଆର

ହାଇଦ୍ରାବାଦ,୪।୧୦: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଖୁବ୍‌ଶୀଘ୍ର ତାଙ୍କର ଜାତୀୟ ରାଜନୈତିକ ଦଳର ନାମ ଘୋଷଣା କରିପାରନ୍ତି। ଖବର ଅନୁଯାୟୀ, ଦଶହରାରେ ଦଳର ନୂତନ ନାମ ଘୋଷଣା…

ଲଙ୍କା ଦହନ ପୂର୍ବରୁ ରାମଲୀଳା ମଞ୍ଚରେ ଭୟଙ୍କର ଅଗ୍ନିକାଣ୍ଡ

ଇଟାଓ୍ବା,୪।୧୦: ଉତ୍ତରପ୍ରଦେଶ ଇଟାଓ୍ବା ଜିଲା ଜନପଦର ଭର୍ଥାନାରେ ସୋମବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରାମଲୀଳା ମଞ୍ଚରେ ଅଗ୍ନିକାଣ୍ଡ ଘଟିବାରୁ ଭୟଭୀତ ହୋଇ ଲୋକମାନେ ଇତସ୍ତତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?