ଜାତୀୟ

ଅସୁନ୍ଦରୀ କହିବାରୁ ସ୍ବାମୀଙ୍କୁ ହାଣିଲେ ସ୍ତ୍ରୀ

ରାୟପୁର, ୨୮।୯: ଛତିଶଗଡ଼ ଦୁର୍ଗ ଜିଲା ଆମଲେଶ୍ୱର ଗ୍ରାମରେ ସଙ୍ଗୀତା ସ୍ବାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ସଙ୍ଗୀତାଙ୍କ ରଙ୍ଗକୁ ନେଇ ସ୍ବାମୀ ଅନନ୍ତ କଟାକ୍ଷ କରୁଥିଲେ। ଅନେକ ସମୟରେ ତାଙ୍କୁ ଅସୁନ୍ଦରୀ କହିବା ସହ କାଳୀ ବୋଲି ସମ୍ବୋଧନ କରୁଥିଲେ।…

ମୂର୍ତ୍ତି ଭାଙ୍ଗିଲେ ୨ ବୁର୍ଖା ପରିହିତା ମହିଳା

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦର ଚିନ୍ତଳବସ୍ତିରେ ଥିବା ପୂଜା ମଣ୍ଡପରେ ମଙ୍ଗଳବାର ଦୁଇ ବୁର୍ଖାପିନ୍ଧା ମହିଳା ଦୁର୍ଗାମୂର୍ତ୍ତି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ସୈଫାବାଦ ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁର୍ଗାମୂର୍ତ୍ତି ଭାଙ୍ଗିବା ପୂର୍ବରୁ…

ବୁର୍ଖା ନ ପିନ୍ଧିବାରୁ ସ୍ତ୍ରୀଙ୍କୁ ହତ୍ୟା

ମୁମ୍ବାଇ,୨୮।୯: ବୁର୍ଖା ପିନ୍ଧିବାକୁ ମନା କରିବାରୁ ମୁମ୍ବାଇର ଇକ୍‌ବାଲ ଶେଖ୍‌ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ସ୍ତ୍ରୀ ରୁପାଲି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ ତିନି ବର୍ଷ ପୂର୍ବେ ସେ ଇକ୍‌ବାଲଙ୍କୁ ବିବାହ କରିଥିଲେ। ବୁର୍ଖା ପିନ୍ଧିବା ତଥା ଇସ୍‌ଲାମିକ ଚାଳିଚଳନ ଗ୍ରହଣ…

ମୋବାଇଲରେ ଦେଖିହେବ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ଇତିହାସରେ ମଙ୍ଗଳବାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଏକ ସାମ୍ବିଧାନିକ ପୀଠରେ ଶିବସେନା ମାମଲାର ବିଚାର ଚାଲିଥିବାବେଳେ ପ୍ରଥମ ଥର ପାଇଁ ଏହାର ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) କରାଯାଇଛି। ଆଗକୁ ମଧ୍ୟ ସାମ୍ବିଧାନିକ ପୀଠର ଶୁଣାଣି webcast.Gov.In/scindia/ରେ ଉପଲବ୍ଧ…

ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାକୁ ଭାରତ ସକ୍ଷମ, ଅନ୍ୟଦେଶକୁ ରପ୍ତାନୀ ୨୦୨୫ ସୁଦ୍ଧା ଟପିବ ୩୫ ହଜାର କୋଟି…

ନୂଆଦିଲ୍ଲୀ, ୨୭।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଆଧୁନିକ ତଥା ବ୍ୟୟବହୁଳ ଉତ୍ପାଦ ପ୍ରସ୍ତୁତ କରିବାକୁ କହିଛନ୍ତି। ଯାହା ଦ୍ୱାରା ସରକାରଙ୍କ ନୂତନ ଭାରତ ଗଠନର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ରାଜନାଥ…

ଚାଇନାକୁ ମିଳିବ କଡ଼ା ଜବାବ, ଏଲଏସିରେ ମୁତୟନ ହେବ ୧୦୦ଟି କେ-୯ ବଜ୍ର ତୋପ…

ନୂଆଦିଲ୍ଲୀ, ୨୭।୯ : ମେ ୨୦୨୦ ରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ଯୋଗୁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। କୋର କମାଣ୍ଡର ସ୍ତରରେ…

ସୁଷମା ସ୍ବରାଜଙ୍କ ପରେ ଏସ୍‌.ଜୟଶଙ୍କର: ବୈଦେଶିକ ମନ୍ତ୍ରୀ ଭାବେ ଯିଏ ବଦଳାଇଛନ୍ତି ଭାରତର ଭାବମୂର୍ତ୍ତି…

ନୂଆଦିଲ୍ଲୀ,୨୭।୯: ୨୦୧୯ ଡିସେମ୍ବର ୩୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ ମନ୍ତ୍ରୀଙ୍କ ତାଲିକାରେ ଏକ ଆଶ୍ଚର୍ଯ୍ୟ କଲାଭଳି ନାମ ରହିଥିଲା। ସେ ଥିଲେ ଏସ୍‌.ଜୟଶଙ୍କର, ଯାହାଙ୍କୁ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ…

ମାଗଣା ରାଶନ ଯୋଜନା ପୁଣି ବଢ଼ିପାରେ ୩ ମାସ…

ନୂଆଦିଲ୍ଲୀ, ୨୭।୯ : ମାଗଣା ରାଶନ ଯୋଜନା ପୁଣି ୩ ମାସ ବଢ଼ିପାରେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି। ଏହି ଯୋଜନା ଦ୍ୱାରା ବାର୍ଷିକ ସରକାରଙ୍କ ଉପରେ ୧୮ ବିଲିୟନ ଡଲାରରୁ ଅଧିକ ବୋଝ ପଡୁଛି। ସରକାର ଦୀପାବଳି…

ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ଆଇନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୭।୯ : ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ହରିୟାଣାର ଏକ ଆଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଅନୁସାରେ ଏଣିକି ୧୫ରୁ ୧୮ ବର୍ଷ ବୟସ୍କ ପୁଅ ଝିଅଙ୍କ ବିବାହକୁ ବେଆଇନ ବିବେଚନା କରାଯିବ।…

ଆଇସିଏଓ-ଆଇଏସଏ ଚୁକ୍ତି…

ନୂଆଦିଲ୍ଲୀ, ୨୭।୯ : ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଏବଂ ଅନ୍ତର୍ଜାତୀୟ ସୌର ଆଲାଇନ୍ସ (ଆଇଏସଏ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।…

ଗେହଲଟଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି, କହିଲେ ଶାନ୍ତି କୁମାର…

ଜୟପୁର, ୨୭।୯ : ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଥିବା ଛକାପଞ୍ଛା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟଙ୍କ ନାମ ଆସିବା ମାତ୍ରେ ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହୀ ଆଭିମୁଖ୍ୟ…

ପୋର୍ଟେବୁଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ ବାଲେଶ୍ୱର, ୨୭।୯ : ଡିଆରଡିଓ ପକ୍ଷରୁ ସଫଳତାର ସହିତ ୟଏକ ପୋର୍ଟେବଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ଭାରତୀୟ ସେନା ଦୀର୍ଘ ସମୟ ଧରି ଗବେଷଣା କରୁଥିଲା। ଏହି କ୍ଷେପଣାସ୍ତ୍ର ଶର୍ଟ ରେଞ୍ଚ ବିଶିଷ୍ଟ। ଏହା ଉଡ଼ୁଥିବା ବସ୍ତୁକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri