୨୦୨୦ ମାର୍ଚ୍ଚ ପରେ ଆଜି ଦେଶରେ ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨୦୨୦ ମାର୍ଚ୍ଚ ୨୭ ପରେ ଏହା ଦେଶରେ ସର୍ବନିମ୍ନ…
ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ଅପରାହ୍ନ ୩ଟାରେ ମୋଦି କରିବେ ସମ୍ବୋଧନ
ନୂଆଦିଲ୍ଲୀ,୧୭।୧: ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ହେଉଛି ଶେଷ ଦିନ। ଏହି ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସାରିଛନ୍ତି। ଏହାପରେ ଉକ୍ତ ବୈଠକରେ ଆଲୋଚନା ଆରମ୍ଭ ହୋଇଛି। ଏହି ଅବସରରେ ଜେ.ପି…
ବଡ଼ଗାମରେ ଏନ୍କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୨ଆତଙ୍କବାଦୀ
ବଡ଼ଗାମ,୧୭।୧: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଏନ୍କାଉଣ୍ଟର ବଡ଼ଗାମ ଏସ୍ଏସ୍ପି କାର୍ଯ୍ୟାଳୟରେ ନିକଟରେ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚିରହିଥିବା ଖବର…
ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି
ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ହୋଶିଆରପୁରର ଦଶୁହାରେ ଜଣେ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି…
ଉପରାଜ୍ୟପାଳ ପ୍ରଧାନଶିକ୍ଷକ ନୁହଁନ୍ତି, ଯିଏ ହୋମୱାର୍କ ଚେକ୍ କରିବେ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ସାକ୍ସେନା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସୋମବାର କହିଛନ୍ତି ଯେ, ଉପରାଜ୍ୟପାଳ ଆମର ପ୍ରଧାନ ଶିକ୍ଷକ ନୁହଁନ୍ତି,…
‘ଆମେ ପ୍ରଭୁ ରାମ, ଶ୍ରୀକୃଷ୍ଣଙ୍କୁ ବିଶ୍ୱାସ କରୁଥିବା ଲୋକ: ଭାଜପାର ଲଙ୍କାକୁ ଜାଳିଦେବୁ’
ଲକ୍ଷ୍ନୌ,୧୭।୧: ଉତ୍ତରପ୍ରଦେଶରେ ଭାଜପା ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଚାଲିଥିବା ବାକ୍ଯୁଦ୍ଧ ମଧ୍ୟରେ ଶିବପାଲ ସିଂ ଯାଦବ ମୁହଁ ଖୋଳିଛନ୍ତି। ସେ କହିଛନ୍ତି, ଆମେ ପ୍ରଭୁ ରାମ ଏବଂ ଭଗବାନ କୃଷ୍ଣଙ୍କୁ ବିଶ୍ୱାସ କରୁଥିବା ଲୋକ, ଭାଜପାର ଲଙ୍କାକୁ ଜାଳିଦେବୁ। ବାରବାଙ୍କି…
ବଢୁଛି ଜୋଷୀମଠ ସଙ୍କଟ: ବିପଦରେ ଜେପି କଲୋନୀ
ଜୋଷୀମଠ,୧୭।୧: ଉତ୍ତରାଖଣ୍ଡର ଜୋଷୀମଠରେ ଗୋଟିଏ ପରେ ଗୋଟିଏ ସଙ୍କଟ ବୃଦ୍ଧି ପାଉଛି। ଘର, ଦୁଇଟି ହୋଟେଲ ପରେ, ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ କଲୋନୀ ଦବିବାକୁ ଲାଗିଛି। ଏଠାରେ ଥିବା ୩୦ ଘରରେ ଫାଟ ସୃଷ୍ଟି ହେବା ପରେ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି…
କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ: ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ହୋଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ,୧୭।୧: ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ଦ୍ୱିତୀୟ ଦିନ ତଥା ଶେଷ ଦିନ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ୨୦୨୪ ନିର୍ବାଚନକୁ ନେଇ ସ୍ବତନ୍ତ୍ର…
ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ମିଳିବ
ବେଙ୍ଗାଲୁରୁ,୧୭।୧:ଆଗକୁ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବ ବୋଲି ସୋମବାର ପ୍ରତିଶ୍ରୁତି ଦେଇଛି। ଦଳର ଏକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା…
ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହେଲା ହାଫିଜ ସଇଦଙ୍କ ଭିଣୋଇ ଅବଦୁଲ ରହମାନ ମକ୍କି
ନୂଆଦିଲ୍ଲୀ,୧୭ ।୧: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି) ସୋମବାର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କିଙ୍କୁ ତାଙ୍କ ଆଇଏସଆଇଏଲ(ଦାଏଶ) ଓ ଅଲ-କାଏଦା ପ୍ରତିବନ୍ଧିତ ସମିତି ଅନୁଯାୟୀ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ସୂଚିବଦ୍ଧ କରିଛି । ଗତବର୍ଷ ଚାଇନା ଦ୍ୱାରା…
ବିହାର ସରକାରଙ୍କ ବିରୋଧରେ ‘ମୌନ ଉପବାସ’ ରଖିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି କୁମାର ଚୌବେ
ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଅଶ୍ୱିନି କୁମାର ଚୌବେ ସୋମବାର କହିଛନ୍ତି, ବିହାରର ନୀତୀଶ କୁମାରଙ୍କ ନେତୃତ୍ୱ ବାଲା ସରକାରଙ୍କ କୃଷକ ଓ ଗରିବ ବିରୋଧି ନିତି ବିରୋଧରେ ‘ମୌନ ଉପବାସ’ ଆରମ୍ଭ କରିବେ…
ତୀର୍ଥଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ : ୩ ମୃତ
ମୋରିଗାଁଓ,୧୭।୧: ଆସାମର ମୋରିଗାଁଓରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଧରମଦୁଲ ନିକଟ ଜାତୀୟ ରାଜପଥ-୩୭ରେ ତୀର୍ଥଯାତ୍ରୀଙ୍କ ଗାଡ଼ିକୁ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ଦେଇଥିଲା। ଆହତମାନଙ୍କୁ…

