Posted inଜାତୀୟ

‘ଆମେ ପ୍ରଭୁ ରାମ, ଶ୍ରୀକୃଷ୍ଣଙ୍କୁ ବିଶ୍ୱାସ କରୁଥିବା ଲୋକ: ଭାଜପାର ଲଙ୍କାକୁ ଜାଳିଦେବୁ’

ଲକ୍ଷ୍ନୌ,୧୭।୧: ଉତ୍ତରପ୍ରଦେଶରେ ଭାଜପା ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ମଧ୍ୟରେ ଶିବପାଲ ସିଂ ଯାଦବ ମୁହଁ ଖୋଳିଛନ୍ତି। ସେ କହିଛନ୍ତି, ଆମେ ପ୍ରଭୁ ରାମ ଏବଂ ଭଗବାନ କୃଷ୍ଣଙ୍କୁ ବିଶ୍ୱାସ କରୁଥିବା ଲୋକ, ଭାଜପାର ଲଙ୍କାକୁ ଜାଳିଦେବୁ।
ବାରବାଙ୍କି ଗସ୍ତରେ ଶିବପାଲ କହିଛନ୍ତି, ଆମେ ନିଜ ହାତରେ କୌଣସି ମହମବତୀ ଧରି ଚାଲିବୁ ନାହିଁ। ଆମେ ପ୍ରଭୁ ରାମ ଏବଂ କୃଷ୍ଣଙ୍କୁ ବିଶ୍ୱାସ କରୁଥିବା ଲୋକ। ଆମେ ଯିବାବେଳେ ଭାଜପା ସରକାରଙ୍କ ଲଙ୍କା ଜାଳିବା କାମ ହୋଇଯିବ।
ଶିବପାଲ ଯାଦବ ଏଠାରେ ଅଟକି ନ ଥିଲେ, ସେ ସୁଲେଭଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭରଙ୍କୁ ମଧ୍ୟ କଡ଼ା ଜବାବ ଦେଇଥିଲେ। ଏସପି ନେତା କହିଛନ୍ତି, ଅଖିଳେଶ ଯାଦବ ଏସିରୁ ବାହାରି ଆସିଛନ୍ତି। ନିଶ୍ଚିତ ଭାବରେ ମୈନପୁରୀର ନିର୍ବାଚନ ଦେଖିଥିବେ, ଅଖିଳେଶ ବାହାରକୁ ଆସିଥିବେ ଏବଂ ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ସେ ଜିତିଛନ୍ତି କି ନାହିଁ। ଏହା ସରକାରଙ୍କ ତରଫରୁ ଏକ ନିର୍ବାଚନ ଥିଲା। ସମଗ୍ର ଦେଶର ସୈନ୍ୟବାହିନୀ ନିୟୋଜିତ ହୋଇଥିଲେ। କିନ୍ତୁ ଶେଷରେ କାହାର ବିଜୟ ହେଲା ତାହା ସମସ୍ତେ ଦେଖିଥିବେ।
ସୂଚନାଯୋଗ୍ୟ, ଓପି ରାଜଭର ଭାରତ ମ୍ବାର ଅଭିଯୋଗ କରିଆସୁଥିଲେ ଯେ, ଏସପି ନେତା ଅଖିଳେଶ ଏସି ରୁମ୍‌ରେ ବସି ରାଜନୀତି କରୁଛନ୍ତି। ସେଠାରୁ ବାହାରିଲେ ଏସପି ଉନ୍ନତି କରିବ।


Enter your email to get our daily news in your inbox.

All Right Reserved By Dharitri.Com

୪୪ ଦିନ ପରେ ଦୁଇ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୨୮।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...

ମାଓବାଦୀଙ୍କ ବୈଠକ ଯୋଗୁ ଗାଁରେ ବ୍ୟାପୁଛି କରୋନା ମହାମାରୀ ସଂକ୍ରମଣ…

ରାୟପୁର/ସୁକମା,୨୯।୫: ଛତିଶଗଡ଼ରେ ମାଓବାଦୀଙ୍କ ବୈଠକ ଯୋଗୁ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁଗୁଡ଼ିକରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସୁକମା ଅଞ୍ଚଳରେ ଥିବା ଆଦିବାସୀ ଗାଁ...

୫ରାଜ୍ୟରୁ ଉତ୍ତରାଖଣ୍ଡକୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ

ଡେରାଡୁନ,୨୩ ।୨: ମହାରାଷ୍ଟ୍ର, ଗୁଜରାଟ, କେରଳ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଉତ୍ତରାଖଣ୍ଡ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଉତ୍ତରାଖଣ୍ଡ...

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ମୋଦିଙ୍କ ଉପରେ ବିବିସି ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ, ଜେଏନୟୁରେ ରଦ୍ଦ ହେଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ ।୧: ବିବିସି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରିକୁ ୟୁଟ୍ୟୁବ ଓ ଟୁଇଟରରେ ବ୍ଲକ କରି ଦିଆଯାଇଛି । ଏହାପରେ ବି...

ଜବରଦଖଲ ଉଚ୍ଛେଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ହଲଦ୍ୱାନି/ନୂଆଦିଲ୍ଲୀ,୫।୧: ଉତ୍ତରାଖଣ୍ଡର ହଲ୍‌ଦ୍ୱାନିଠାରେ ୨୯ ଏକର ରେଲଓ୍ବେ ଜମିରୁ ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ...

ବଦଳିପାରେ ମଧ୍ୟ ପ୍ରଦେଶ ରାଜନୈତିକ ପାଣିପାଗ, ନୂଆ ଦଳ ଗଠନ କରିପାରନ୍ତି ସିନ୍ଧିଆ

ଭୋପାଳ, ୨୮।୧୧: ମଧ୍ୟ ପ୍ରଦେଶରେ ନୂଆ ରାଜନୈତିକ ସମୀକରଣ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିିଆ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଫଳାଫଳ…

ନୂଆଦିଲ୍ଲୀ,୧୦।୩ : ଉତ୍ତରପ୍ରଦେଶ, ମଣିପୁର, ଗୋଆ ମଣିପୁର ଏବଂ ଉତ୍ତରାଖଣ୍ଡ ଆଦି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ କେବଳ ଲୋକ ସଭା ନିର୍ବାଚନ ପାଇଁ...

ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ

ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା...

Advertisement
Archives

Model This Week