ଜାତୀୟ

ସତ୍ୟେନ୍ଦ୍ର ଜୈନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟ୍‌ର

ନୂଆଦିଲ୍ଲୀ,୧୭।୨: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟୁଇଟ୍‌ର ଏକ ବଡ ଝଟକା ଦେଇଛି। ତେବେ ସତ୍ୟେନ୍ଦ୍ର ଜୈନଙ୍କ ବ୍ଲୁ ଟିକ୍‌ ଟୁଇଟ୍‌ର ହଟାଇ ଦେଇଛି। ୨୦୨୨ ମେ’ ୨୯ରେ ସତ୍ୟେନ୍ଦ୍ର ଜୈନଙ୍କ ଶେଷ…

ଦେଶରେ ଆଜି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଗୁଗ୍‌ଲ ଇଣ୍ଡିଆରୁ ୪୫୩ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ/କାଲିଫର୍ନିଆ,୧୭।୨: ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି…

ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ଛତିଶଗଡ ସରକାର

ରାୟପୁର,୧୭।୨: ଛତିଶଗଡ ସରକାର ରାଜ୍ୟରେ ହୁକ୍କା ବାର କାରବାରକୁ ବେଆଇନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲଗୁଡିକରେ ହୁକ୍କା ବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ ହେଲେ…

ଶିଜାନଙ୍କ ବିରୋଧରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ପୋଲିସ

ମୁମ୍ବାଇ,୧୭।୨: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନ ଜେଲରେ ଅଛନ୍ତି। ତେବେ ଅଭିଯୁକ୍ତ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡିଛି। ଅନ୍ୟପଟେ,ଶୁକ୍ରବାର ବମ୍ବେ ହାଇକୋର୍ଟରେ ଶିଜାନଙ୍କ ଜାମିନ…

ତ୍ରିପୁରା ବିଧାନସଭା ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ

ଅଗରତାଲା,୧୭।୬: ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ ହୋଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୬୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ମୋଟ ୨୫୯ ପ୍ରାର୍ଥୀ…

ଗ୍ୟାସ ଟ୍ୟାଙ୍କର୍‌-ଟ୍ରେଲର ମଧ୍ୟରେ ଧକ୍କା: ୩ ଜୀବନ୍ତ ଦଗ୍ଧ

ଆଜମେର,୧୭।୨: ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ ଟ୍ୟାଙ୍କରରେ ନିଆଁ…

ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…

ଭାଜପା ଚାପରେ ପ୍ରଧାନ ସଚିବଙ୍କୁ ହଟାଇଲେ ରାଜ୍ୟପାଳ

କୋଲକାତା,୧୭ା୨:ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ନିଜ ବ୍ୟାପାର ବୁଝିବା ପାଇଁ ରାଜଭବନରେ ଏକ ନୂଆ ଟିମ୍‌ ଗଠନ କରିବେ। ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ରାଜ୍ୟପାଳଙ୍କ ପ୍ରଧାନ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରାଜଭବନରୁ ପର୍ଯ୍ୟଟନ ବିଭାଗକୁ ବଦଳି କରାଯାଇଛି।…

ଓ୍ବାଶିଂମେଶିନ୍‌, କୁଲର ବିକ୍ରି ଟଙ୍କାରେ ଫେରାର୍‌ ହେବାକୁ ବସିଥିଲେ ହାର୍ଦ୍ଦିକ

ମୁମ୍ବାଇ, ୧୭।୨:ମୁମ୍ବାଇ ନାଲାସୋପାରାରେ ଲିଭ୍‌-ଇନ୍‌ ପାର୍ଟନ ହତ୍ୟା ଅଭିଯୁକ୍ତ ହାର୍ଦ୍ଦିକଙ୍କୁ ବୁଧବାର ପୋଲିସ ଗିରଫ କରିଛି। ପୋଲିସ ସୂଚନାନୁସାରେ ଘରେ ଥିବା ଓ୍ବାଶିଂମେଶିନ୍‌, କୁଲର ଏବଂ କିଛି ବାସନ ବିକ୍ରି ଟଙ୍କାରେ ହାର୍ଦ୍ଦିକ ଫେରାର୍‌ ହେବାକୁ ଚେଷ୍ଟା କରିଥିବା ପୋଲିସ କହିଛି।…

ଦାବି ପୂରଣ ନ ହେଲେ ଜୋର୍‌ଦାର ଆନ୍ଦୋଳନ

ନୂଆଦିଲ୍ଲୀ,୧୭।୨:ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଯୋଗାଇଦେବା ଦାବିରେ ଲଦାଖର ବିଭିନ୍ନ ସଂଗଠନ ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଲଦାଖ…

ବେତନ ଦିଅ, ଫେରିବାକୁ ବାଧ୍ୟ କରନାହିଁ

ଶ୍ରୀନଗର,୧୭।୨:ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଶିବରାତ୍ରି ପୂର୍ବରୁ ସେମାନଙ୍କ ବକେୟା ବେତନ ପ୍ରଦାନ କରିବା ସହ ସୁରକ୍ଷାଗତ କାରଣରୁ କଶ୍ମୀର ଫେରିବା ପାଇଁ ବାଧ୍ୟ ନ କରିବାକୁ ଦାବି କରିଛନ୍ତି। ଗତ କିଛି ମାସ ହେଲା କଶ୍ମୀରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?