Posted inଜାତୀୟ

ତ୍ରିପୁରା ବିଧାନସଭା ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ

ଅଗରତାଲା,୧୭।୬: ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ନିର୍ବାଚନରେ ରେକର୍ଡ ୮୬.୧୦% ମତଦାନ ହୋଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
୬୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ମୋଟ ୨୫୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିଲେ। ୨୮.୧୩ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନକୁ ଶାନ୍ତିପୂର୍ଣ୍ଣ କରାଇବା ଲାଗି ରାଜ୍ୟ ପୋଲିସ ସମେତ ୪୦୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ। ଅପରାହ୍ନ ୪ଟା ସୁଦ୍ଧା ମତଦାନ ହାର ୮୧.୧୧ ପ୍ରତିଶତ ଥିବାବେଳେ ଭୋଟ କେନ୍ଦ୍ର ବାହାରେ ଆଉ ପ୍ରାୟ ୫୦ ହଜାର ମତଦାତା ଧାଡ଼ିରେ ଅପେକ୍ଷା କରିଥିଲେ। ଯେଉଁମାନେ ଧାଡ଼ିରେ ଥାଇ ୪ଟା ସୁଦ୍ଧା ଟୋକନ ନେଇଥିଲେ, ସେମାନଙ୍କୁ ସନ୍ଧ୍ୟା ୬ଟା ପରେ ମଧ୍ୟ ଭୋଟ ଦେବା ଲାଗି ସୁଯୋଗ ଦିଆଯାଇଥିଲା।
୨୦୧୮ ବିଧାନସଭା ନିର୍ବାଚନ ବେଳେ ରାତି ୯.୩୦ ପର୍ଯ୍ୟନ୍ତ ମତଦାନ ହୋଇଥିଲା ଏବଂ ଭୋଟ୍‌ ହାର ୭୯ ପ୍ରତିଶତ ରହିଥିଲା। ଏଥର ବ୍ରୁ ଶରଣାର୍ଥୀମାନେ ପ୍ରଥମ ଥର ଭୋଟଦେବା ସୁଯୋଗ ପାଇଛନ୍ତି। ସକାଳ ୭ଟାରୁ ସମସ୍ତ ୩୩୩୭ଟି ବୁଥ୍‌ରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଦୁଇଟି ସ୍ଥାନରେ ଗଣ୍ଡଗୋଳ ଘଟି ୩ ଜଣ ସିପିଆଇଏମ୍‌ କର୍ମୀ ଆହତ ହୋଇଛନ୍ତି। କାଁଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା।
ଭାଜପା ସର୍ବାଧିକ ୫୫ ଆସନରେ ଲଢ଼ୁଥିବାବେଳେ ଏହାର ସହଯୋଗୀ ଇଣ୍ଡିଜେନିଅସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ୬ଟି ଆସନରେ ଲଢ଼ୁଛି। ବାମସାମ୍ମୁଖ୍ୟ ୪୭ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏହାର ସହଯୋଗୀ କଂଗ୍ରେସ ୧୩ଟି ଆସନରେ ଲଢ଼ୁଛି। ଆଞ୍ଚଳିକ ଦଳ ଟିପ୍ରା ମୋଥା ୪୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୫୮ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ କରୋନା ଭ୍ୟାକ୍ସିନ ବିତରଣ ପାଇଁ ଗଠନ କରାଯାଇଛି ଟାକ୍ସ ଫୋର୍ସ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୧: ଦେଶରେ କରୋନା ମହାମାରୀ ପୁଣିଥରେ ତା’ର କାୟା ବିସ୍ତାର କରିଥିବା ବେଳେ ଏବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର...

ଚାଇନାକୁ ବାୟୁସେନା ମୁଖ୍ୟଙ୍କ ସତର୍କବାଣୀ ‘ଯେକୌଣସି ପରିସ୍ଥିତି ଲାଗି ଆମେ ପ୍ରସ୍ତୁତ’

ହାଇଦ୍ରାବାଦ, ୨୦ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏହାକୁ ନେଇ ପରିସ୍ଥିତି ଉଷ୍ମ ରହିଥିବାବେଳେ ଯେକୌଣସି...

ବଦଳିଲା ଗୁଲାମ ନବି ଆଜାଦଙ୍କ ସ୍ବର

ନୂଆଦିଲ୍ଲୀ,୬।୧୧: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ସ୍ବର ବଦଳିଯାଇଛି। ଏଥର ସେ କଂଗ୍ରେସକୁ ଟାର୍ଗେଟ କରିବା ପରିବର୍ତ୍ତେ ସେ ଦଳର ଭଲ ପ୍ରଦର୍ଶନ...

ଭାରତରେ ଅନୁପ୍ରବେଶ କରୁଥିଲା ପାକିସ୍ତାନ ଡ୍ରୋନ: ଖସାଇଲେ ଭାରତୀୟ ଯବାନ

ଅମୃତସର,୨୯।୧୧: ଭାରତରେ ପାକିସ୍ତାନ ପାର୍ଶ୍ୱରୁ ଆସୁଥିବା ଡ୍ରୋନର ଅନୁପ୍ରବେଶ ଜାରି ରହିଛି। ପଞ୍ଜାବର ଅମୃତସରରେ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବା ସନ୍ଦିଗ୍ଧ ଡ୍ରୋନକୁ ସୀମା...

ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ...

‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶ ଖାରଜ

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏକ ଅସଦାଚରଣ ମାମଲାରେ ଅଭିଯୁକ୍ତ ପୀଡ଼ିତାଙ୍କ ହାତରୁ ରାଖି ବନ୍ଧାଇବା ସର୍ତ୍ତରେ...

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା...

ଗେହଲଟଙ୍କୁ ବିଧାୟକଙ୍କ ସମର୍ଥନ

ଜୟପୁର,୧୪ା୭(ପି.ଟି./ଆଇଏଏନ୍‌ଏସ୍‌): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ସୋମବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ...

Advertisement
Archives

Model This Week