Posted inଜାତୀୟ

ବେତନ ଦିଅ, ଫେରିବାକୁ ବାଧ୍ୟ କରନାହିଁ

ଶ୍ରୀନଗର,୧୭।୨:ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଶିବରାତ୍ରି ପୂର୍ବରୁ ସେମାନଙ୍କ ବକେୟା ବେତନ ପ୍ରଦାନ କରିବା ସହ ସୁରକ୍ଷାଗତ କାରଣରୁ କଶ୍ମୀର ଫେରିବା ପାଇଁ ବାଧ୍ୟ ନ କରିବାକୁ ଦାବି କରିଛନ୍ତି। ଗତ କିଛି ମାସ ହେଲା କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କୁ ବେତନ ପୈଠ କରାଯାଇ ନ ଥିବା କଶ୍ମୀରର ପ୍ରବାସୀ ବିସ୍ଥାପିତ କର୍ମଚାରୀ ସଂଘର ଅଧ୍ୟକ୍ଷ ରୁବନ ସାପ୍ରୁ କହିଛନ୍ତି। ବକେୟା ବେତନ ପୈଠ ଲାଗି ସରକାର କୌଣସି ସର୍ତ୍ତ ରଖିବା ଉଚିତ ନୁହେଁ। ସମସ୍ତ ପିଏମ୍‌ ପ୍ୟାକେଜ୍‌ କର୍ମଚାରୀ ଯେପରି ବେତନ ପାଇ ସେମାନଙ୍କ ସଂସ୍କୃତି ଓ ଧର୍ମୀୟ ପରାମ୍ପରାର ପର୍ବ ମହାଶିବରାତ୍ରି ପାଳନ କରିପାରିବେ, ପ୍ରଶାସନ ତାହା ସୁନିଶ୍ଚିତ କରୁ ବୋଲି ସାପ୍ରୁ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମେ’ରେ କଶ୍ମୀରୀ ପଣ୍ଡିତ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ କେନ୍ଦ୍ରୀୟ କଶ୍ମୀରରେ ଥିବା ତାଙ୍କ କାର୍ଯ୍ୟାଳୟରେ ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ପ୍ରାୟ ୫,୦୦୦ କଶ୍ମୀରୀ ପଣ୍ଡିତ କର୍ମଚାରୀ ଗତବର୍ଷ ମେ’ ୧୨ରୁ ଧର୍ମଘଟ କରିଆସୁଛନ୍ତି। ଏହି ହତ୍ୟାକାଣ୍ଡ ପରେ ଅଧିକାଂଶ ପିଏମ୍‌ ପ୍ୟାକେଜ୍‌ କର୍ମଚାରୀ ଉପତ୍ୟକା ଛାଡ଼ି ଜମ୍ମୁ ପଳାଇଥିଲେ। ସେଠାରେ ସେମାନେ କ୍ରମାଗତ ଭାବେ ଆନ୍ଦୋଳନ କରିଆସୁଥିବାବେଳେ କେତେଜଣ ଉପତ୍ୟକାକୁ ଫେରି କାର୍ଯ୍ୟରେ ଯୋଗଦେଲେଣି। ଧର୍ମଘଟରେ ସାମିଲ ଥିବା କର୍ମଚାରୀମାନେ ଭାଜପା କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri