Posted inଜାତୀୟ

ଦାବି ପୂରଣ ନ ହେଲେ ଜୋର୍‌ଦାର ଆନ୍ଦୋଳନ

ନୂଆଦିଲ୍ଲୀ,୧୭।୨:ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଯୋଗାଇଦେବା ଦାବିରେ ଲଦାଖର ବିଭିନ୍ନ ସଂଗଠନ ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଲଦାଖ ଗ୍ରୁପ୍‌ ପକ୍ଷରୁ ଗୁରୁବାର କୁହାଯାଇଛି। ଲଦାଖରେ ଗଣତନ୍ତ୍ର ପ୍ରତି ସାଲିସ କରାଯାଉଛି ଏବଂ ନିଷ୍ପତ୍ତି ନେବାରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦିଆଯାଉ ନାହିଁ ବୋଲି ଲଦାଖ ଆପେକ୍ସ ବଡି ଏବଂ କାର୍‌ଗିଲ ଡେମୋକ୍ରାଟିକ୍‌ ଆଲିଆନ୍ସ ତରଫରୁ ପରିବେଶ କର୍ମୀ ତଥା ଶିକ୍ଷାବିତ୍‌ ସୋନମ ଓ୍ବାଙ୍ଗ୍‌ଚୁକ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ବିନା ବ୍ୟବସ୍ଥାପିକାରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବ ବୋଲି ଆମେ କେବେ କଳ୍ପନା କରି ନ ଥିଲୁ। ଜନସାଧାରଣଙ୍କ ଅଂଶଗ୍ରହଣ ବିନା ଲଦାଖ ପାଇଁ ବଜେଟ ମଞ୍ଜୁର ହେବ କିପରି ବୋଲି ଓ୍ବାଙ୍ଗ୍‌ଚୁକ୍‌ ପ୍ରଶ୍ନ କରିଛନ୍ତି।
ଉପରୋକ୍ତ ସଂଗଠନର ‘ଚଲୋ ଦିଲ୍ଲୀ’ ଡାକରାରେ ବହୁସଂଖ୍ୟାରେ ଲୋକ ବୁଧବାର ଯନ୍ତରମନ୍ତରରେ ଏକାଠି ହୋଇଥିଲେ। ପରିବେଶ ସୁରକ୍ଷା ଲାଗି ଲଦାଖ ପରିବେଶବିତ୍‌ ସୋନମ ଓ୍ବାଙ୍କଚୁକ୍‌ଙ୍କ ୫ ଦିନିଆ ଅନଶନ ଏହି ପ୍ରସଙ୍ଗକୁ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରାଇଥିଲା। ଇତିମଧ୍ୟରେ ଲଦାଖର ପ୍ରଥମ ଉପରାଜ୍ୟପାଳ ଆର୍‌.କେ. ମାଥୁରଙ୍କ ସ୍ଥାନରେ ଅରୁଣାଚଳପ୍ରଦେଶର ପୂର୍ବତନ ରାଜ୍ୟପାଳ ବ୍ରିଗେଡିୟର ବି.ଡି. ମିଶ୍ରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ମାଥୁରଙ୍କୁ ବଦଳାଗଲା ବୋଲି ବିଶ୍ୱାସ କରାଯାଉଛି। ଲେହର ବୌଦ୍ଧଧର୍ମାବଲମ୍ବୀ ଏବଂ କାର୍‌ଗିିଲର ମୁସଲମାନମାନେ ୪ ଦାବି ପୂରଣ ଲାଗି ହାତ ମିଳାଇଛନ୍ତି। ସେଗୁଡ଼ିକ ହେଲା ରାଜ୍ୟ ମାନ୍ୟତା ପ୍ରଦାନ, ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା, ଲେହ ଓ କାର୍ଗିଲ ପାଇଁ ଅଲଗା ଲୋକ ସଭା କ୍ଷେତ୍ର ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା।


Enter your email to get our daily news in your inbox.

All Right Reserved By Dharitri.Com

ଶଶି ଥରୁର କହିଲେ ପେଟ୍ରୋଲ ୬ ଟଙ୍କା

ନୂଆଦିଲ୍ଲୀ,୧୮।୨: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦ ଦିନ ଧରି ଲଗାତର ବଢ଼ି ଚାଲିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କାରେ ବି...

ପଚରାଉଚରା ପାଇଁ ସମୟ ମାଗିଲେ ସୋନିଆ

ନୂଆଦିଲ୍ଲୀ,୨୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖିଛନ୍ତି। ଇଡି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଛନ୍ତି।...

ଗିରଫ ହେଲେ ‘ବୁଲ୍ଲି ବାଈ’ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଗୁଆହାଟୀ, ୭ା୧: ଜଣାଶୁଣା ତଥା ସମାଜରେ ପରିଚିତ ମୁସଲମାନ ମହିଳାଙ୍କ ଫଟୋ ବୁଲ୍ଲି ବାଈ ଆପ୍‌ରେ ଛାଡ଼ି ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ପୋଲିସ...

ଏସ୍‌ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି...

୨୪ରେ ଜାପାନ ଯିବେ ମୋଦି

ନୂଆଦିଲ୍ଲୀ/ଟୋକିଓ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାପାନ ଗସ୍ତ କରିବେ। ଏହି ଅବସରରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଦେଶକୁ ନେଇ ଗଠିତ ହୋଇଥିବା...

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ...

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ...

ଋଷିକେଷରେ ଭାସିଗଲେ ୨ ଯୁବତୀ: ଦେବଦୂତ ସାଜିଲେ ଯବାନ

ଋଷିକେଷ,୩୦।୪: ଧାର୍ମିକ ଓ ପର୍ଯ୍ୟଟନ ନଗରୀ ଉତ୍ତରାଖଣ୍ଡର ଋଷିକେଷରେ ନଦୀରେ ଏକ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ନଦୀରେ ରାଫ୍ଟିଂ କରୁଥିବା ସମୟରେ ୨ଜଣ ଯୁବତୀ...

Advertisement
Archives

Model This Week