Posted inଜାତୀୟ

ଦାବି ପୂରଣ ନ ହେଲେ ଜୋର୍‌ଦାର ଆନ୍ଦୋଳନ

ନୂଆଦିଲ୍ଲୀ,୧୭।୨:ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଯୋଗାଇଦେବା ଦାବିରେ ଲଦାଖର ବିଭିନ୍ନ ସଂଗଠନ ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଲଦାଖ ଗ୍ରୁପ୍‌ ପକ୍ଷରୁ ଗୁରୁବାର କୁହାଯାଇଛି। ଲଦାଖରେ ଗଣତନ୍ତ୍ର ପ୍ରତି ସାଲିସ କରାଯାଉଛି ଏବଂ ନିଷ୍ପତ୍ତି ନେବାରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦିଆଯାଉ ନାହିଁ ବୋଲି ଲଦାଖ ଆପେକ୍ସ ବଡି ଏବଂ କାର୍‌ଗିଲ ଡେମୋକ୍ରାଟିକ୍‌ ଆଲିଆନ୍ସ ତରଫରୁ ପରିବେଶ କର୍ମୀ ତଥା ଶିକ୍ଷାବିତ୍‌ ସୋନମ ଓ୍ବାଙ୍ଗ୍‌ଚୁକ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ବିନା ବ୍ୟବସ୍ଥାପିକାରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବ ବୋଲି ଆମେ କେବେ କଳ୍ପନା କରି ନ ଥିଲୁ। ଜନସାଧାରଣଙ୍କ ଅଂଶଗ୍ରହଣ ବିନା ଲଦାଖ ପାଇଁ ବଜେଟ ମଞ୍ଜୁର ହେବ କିପରି ବୋଲି ଓ୍ବାଙ୍ଗ୍‌ଚୁକ୍‌ ପ୍ରଶ୍ନ କରିଛନ୍ତି।
ଉପରୋକ୍ତ ସଂଗଠନର ‘ଚଲୋ ଦିଲ୍ଲୀ’ ଡାକରାରେ ବହୁସଂଖ୍ୟାରେ ଲୋକ ବୁଧବାର ଯନ୍ତରମନ୍ତରରେ ଏକାଠି ହୋଇଥିଲେ। ପରିବେଶ ସୁରକ୍ଷା ଲାଗି ଲଦାଖ ପରିବେଶବିତ୍‌ ସୋନମ ଓ୍ବାଙ୍କଚୁକ୍‌ଙ୍କ ୫ ଦିନିଆ ଅନଶନ ଏହି ପ୍ରସଙ୍ଗକୁ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରାଇଥିଲା। ଇତିମଧ୍ୟରେ ଲଦାଖର ପ୍ରଥମ ଉପରାଜ୍ୟପାଳ ଆର୍‌.କେ. ମାଥୁରଙ୍କ ସ୍ଥାନରେ ଅରୁଣାଚଳପ୍ରଦେଶର ପୂର୍ବତନ ରାଜ୍ୟପାଳ ବ୍ରିଗେଡିୟର ବି.ଡି. ମିଶ୍ରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ମାଥୁରଙ୍କୁ ବଦଳାଗଲା ବୋଲି ବିଶ୍ୱାସ କରାଯାଉଛି। ଲେହର ବୌଦ୍ଧଧର୍ମାବଲମ୍ବୀ ଏବଂ କାର୍‌ଗିିଲର ମୁସଲମାନମାନେ ୪ ଦାବି ପୂରଣ ଲାଗି ହାତ ମିଳାଇଛନ୍ତି। ସେଗୁଡ଼ିକ ହେଲା ରାଜ୍ୟ ମାନ୍ୟତା ପ୍ରଦାନ, ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା, ଲେହ ଓ କାର୍ଗିଲ ପାଇଁ ଅଲଗା ଲୋକ ସଭା କ୍ଷେତ୍ର ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri