ଜାତୀୟ

କାନାଡା ଛାଡ଼ିବେ ୭୦୦ ଭାରତୀୟ ଛାତ୍ରୀଛାତ୍ର

ଚଣ୍ଡିଗଡ,୧୬। ୩: ପାଠପଢ଼ା ପାଇଁ ଭାରତରୁ କାନାଡା ଯାଇଥିବା ୭୦୦ ଛାତ୍ରୀଛାତ୍ରଙ୍କୁ ଦେଶ ଛାଡ଼ିବା ପାଇଁ କାନାଡିଆନ୍‌ ବର୍ଡର୍‌ ସିକ୍ୟୁରିଟି ଏଜେନ୍ସି (ସିବିଏସ୍‌ଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ର ନାମଲେଖା ପାଇଁ ଦେଇଥିବା ଷ୍ଟଡି ଭିଜା ନକଲି ବୋଲି ଜଣାପଡ଼ିବା…

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକରର ହାତ

ନୂଆଦିଲ୍ଲୀ, ୧୬। ୩: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକର୍‌ ଗ୍ରୁପ୍‌ର ସମ୍ପୃକ୍ତି ଥିବା ଭାରତୀୟ ସାଇବର ସିକ୍ୟୁରିଟି କମ୍ପାନୀ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରୁ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌ (ଏଚ୍‌ଏମ୍‌ଆଇଏସ୍‌)କୁ…

ମହାକାଶ ଭ୍ରମଣ ପାଇଁ ଟିକେଟର ଦାମ୍‌ ୬ କୋଟି

ନୂଆଦିଲ୍ଲୀ, ୧୬ା୩: ଆଗାମୀ ୨୦୩୦ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶ ପର୍ଯ୍ୟଟନ ଆରମ୍ଭ କରିବା ଲାଗି ଯୋଜନା କରିଛି। ଏଥିପାଇଁ ଟିକେଟ ଦାମ୍‌ ପ୍ରାୟ ୬ କୋଟି ଟଙ୍କା ରହିବ। ଯେଉଁ ଭାରତୀୟ ଅର୍ଥ ପୈଠ କରିପାରିବେ ସେମାନେ…

କାର୍‌କୁ ଘେରିଗଲେ ଭାଜପା କର୍ମୀ, ପ୍ରଚାର ବାତିଲ କରି ଫେରିଆସିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୬।୩: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦୁରପ୍ପା ଆଜି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ଗୁରୁବାର ଚିକମାଗାଲୁର ଜିଲାରେ ପ୍ରଚାର କରିବାକୁ ଯାଉଥିବା ବେଳେ ଭାଜପା କର୍ମୀମାନେ ତାଙ୍କ କାର୍‌କୁ ଘେରାଉ କରି ନିର୍ବାଚନ ପ୍ରଚାର…

ରାହୁଲଙ୍କ ଭାଇରାଲ ଭିଡିଓର ପ୍ରତିକ୍ରିୟା ରଖିଲେ ଭାଜପା ନେତା

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପି’ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଉପରେ ଭାଜପା ନେତା ଶାହଜାଦ ପୁନାୱାଲା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟରାମ ଜୀ, ଆମ ପାଇଁ…

ପୁଣି ମୁଣ୍ଡ ଟେକିଲାଣି କରୋନା, ୬ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଏବେ ୬ଟି ରାଜ୍ୟରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ସେହି ୬ଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର,…

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଯେଉଁଥିରେ…

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା, ୨ ପାଇଲଟ ସହିଦ

ଇଟାନଗର,୧୬।୩: ଅରୁଣାଚଳ ପ୍ରଦେଶର ବମ୍‌ଡିଲା ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ପାଇଲଟ ସହିଦ ହୋଇଛନ୍ତି। ସେମାଙ୍କ ମଧ୍ୟରୁ ଜଣେ ଲେଫନାଣ୍ଟ କର୍ନେଲ ର଼୍ୟାଙ୍କର ଅଧିକାରୀ(ପାଇଲଟ୍‌) ଥିବା ବେଳେ ଜଣେ ମେଜର ପଦର(ସହ ପାଇଲଟ)…

ବ୍ରିଟିଶ ମ୍ୟୁଜିୟମ୍‌ରେ ସଜାଯିବ ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ

ଲଣ୍ଡନ/ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମ୍‌ରେ ରଖାଯିବ। ଗୋଲାପୀ ଗ୍ୟାଙ୍ଗର ପୋଷାକ ଯଥା- ଗୋଲାପୀ ରଙ୍ଗର ଶାଢ଼ୀ, ବ୍ଲାଉଜ୍‌, ସାୟା ଏବଂ…

ଡରାଇଲାଣି ଏଚ୍‌୩ଏନ୍‌୨: ମହାରାଷ୍ଟ୍ରରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ

ବମ୍ବେ,୧୬।୩: ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚଓ୍ବାଡରେ ଏଚ୍‌୩ଏନ୍‌୨ ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସ୍‌ରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ୭୩ ବର୍ଷର ହୋଇଥିବା ବେଳେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ପିସିଏମ୍‌ସିର ଯଶବନ୍ତ ରାଓ…

ଟ୍ରାକ୍‌ରୁ ଓହ୍ଲାଇଲା ଅରାଭଲୀ ଏକ୍ସପ୍ରେସ୍‌: ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଅଜମେର,୧୬।୩: ରାଜସ୍ଥାନର ଅଜମେରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁରୁବାର ବାନ୍ଦ୍ରା ଅରାଭଲୀ ଏକ୍ସପ୍ରେସ୍‌ ଅଜମେରର ନିକଟସ୍ଥ ଏକ ରେଲଓ୍ବେ ଟ୍ରାକ୍‌ରୁ ଓହ୍ଲାଇପଡ଼ିଛି। ଟ୍ରେନ୍‌ର ଡି-୪ କୋଚ୍‌ ଟ୍ରାକ୍‌ରୁ ତଳକୁ ଓହ୍ଲାଇଯାଇଥିଲା। ଏହାପରେ ଟ୍ରେନ୍‌ ଚଳାଚଳରେ ବିଳମ୍ବ ହେବାରୁ ଯାତ୍ରୀମାନେ…

ମାର୍ଚ୍ଚ ୨୦ରେ ପୁଣି ଇଡିରେ ହାଜର ହେବେ କବିତା

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ.କବିତା ପୁଣି ମାର୍ଚ୍ଚ ୨୦ରେ ହାଜର ହେବା ପାଇଁ ଇଡି ନୂଆ ସମନ ଜାରି କରିଛି। ସୂଚନା ମୁତାବକ, କବିତାଙ୍କୁ ଇଡିରେ ହାଜର ହେବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?