ଜାତୀୟ

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ବୁଦ୍ଧ ପ୍ରତିମା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କର୍ନାଟକର ଚନ୍ଦନ କାଠରେ ନିର୍ମିତ ଏକ ବୁଦ୍ଧ ପ୍ରତିମୂର୍ତ୍ତିକୁ ‘କଦମଉଡ୍‌ ଜିଲି ବକ୍ସରେ’ ଭିତରେ ଉପହାର ଦେଇଛନ୍ତି। ଏହି ବୁଦ୍ଧ ପ୍ରତିମୂର୍ତ୍ତି ଅତ୍ୟନ୍ତ ସ୍ବତନ୍ତ୍ର କାରଣ ଚନ୍ଦନ ଖୋଦନ କରିବାର…

ପଓ୍ବନ ଖେରାଙ୍କ ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ରାୟ…

ବେରୋଜଗାର ଯୁବକଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ,୨୦।୩: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଜ୍ୟରେ ବେରୋଜଗାର ଯୁବକମାନଙ୍କ ପାଇଁ ‘ଯୁବ ନିଧି’ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟରେ ଡିପ୍ଲୋମା ଥିବା ବେରୋଜଗାର ଯୁବକମାନଙ୍କ ପାଇଁ ଭତ୍ତା ବାବଦକୁ ପ୍ରତି ମାସରେ…

ଚିନ୍ତା ବଢ଼ାଇଲା କରୋନା: ମଧ୍ୟପ୍ରଦେଶର ୫ଟି ଜିଲାରେ ପଜିଟିଭ୍‌ ଚିହ୍ନଟ

ଭୋପାଳ,୨୦।୩: କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ନିଜର କାୟା ମେଲାଇଲାଣି। ଦେଶର କେତେକ ରାଜ୍ୟରେ କରୋନା ପୁଣି ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ୫ଟି ଜିଲାରେ କରୋନା କାୟା ବିସ୍ତାର କରିଛି। ଫଳରେ ଲଗାତର ଭାବେ କରୋନା…

କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ

ଥିରୁଭାନନ୍ତପୁରମ୍‌,୨୦।୩: କେରଳ ପାଇଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ। ତାଙ୍କ ନାମ ପଦ୍ମା ଲକ୍ଷ୍ମୀ। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ ଫଟୋ ଶେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରୀ ରାଜୀବଙ୍କ ସୂଚନା ଅନୁଯାୟୀ, ୧୫ ଶହରୁ…

କରୋନାକୁ ନେଇ ଆଜି ବସିବ କେନ୍ଦ୍ରର ବୈଠକ,ଆସିପାରେ ଗାଇଡଲାଇନ୍‌

ନୂଆଦିଲ୍ଲୀ,୨୦।୩: ଦେଶରେ ଗତ କିଛି ଦିନ ହେବ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ କରୋନା ନିୟନ୍ତ୍ରଣ ପାଇଁ ରଣନୀତି…

ଲୋକ ସଭାରେ କହିବାକୁ ବାଚସ୍ପତିଙ୍କୁ ଚିଠି ଲେଖି ଅନୁମତି ମାଗିଲେ ରାହୁଲ

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ରହିଛି। ବିଦେଶୀ ମାଟିରେ ଦେଶକୁ ଅପମାନିତ କରିଥିବା ଭାଜପା ଅଭିଯୋଗ କରିବା ସହ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଦାବି କରିଛି। ଏପରିକି ରାହୁଲଙ୍କୁ ଲୋକ ସଭାରେ କିଛି…

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସିସୋଡିଆ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରୌଜ୍‌ ଏଭିନ୍ୟୁ କୋର୍ଟ ସିବିଆଇ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସେ ଏପ୍ରିଲ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…

ବ୍ୟାଙ୍କକ-ମୁମ୍ବାଇ ବିମାନରେ ଯାତ୍ରୀ ମୃତ, ମ୍ୟାନ୍‌ମାରରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୦।୩: ପୁଣି ବିମାନରେ ଅଘଟଣ। ବ୍ୟାଙ୍କକରୁ ମୁମ୍ବାଇକୁ ଆସୁଥିବା ଇଣ୍ଡିଗୋ ବିମାନରେ ହଠାତ୍‌ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ମେଡିକାଲ ଏମରଜେନ୍ସିଂରେ ବିମାନକୁ ମ୍ୟାନ୍‌ମାରକୁ ଡାଇଭର୍ଟ କରାଯାଇଥିଲା। ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ୬ଇ-୫୭ ଅପରାହ୍ନ…

ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଗିରଫ

ପୁଣେ,୨୦।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତାଙ୍କୁ ଫୋନରେ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗିରଫ ବ୍ୟକ୍ତିଙ୍କ ନାମ ଅନିଲ ଜୟସିଂଘାନିଆ। ଅନିଲ ଗିରଫ ହେବା ପୂର୍ବରୁ ତାଙ୍କ…

କୁମାର ବିଶ୍ୱାସଙ୍କୁ ଅଫର୍‌ ଦେଲା ଭାଜପା

ଲକ୍ଷ୍ନୌ,୨୦।୩: ଉତ୍ତରପ୍ରଦେଶ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାମ ଉପରେ ଏବେ ବି ଚର୍ଚ୍ଚା ଚାଲିଛି। କବି ତଥା ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଭାଜପା ପକ୍ଷରୁ ଏମଏଲସି ଆସନ ଯଚା ଯାଇଥିଲା, କିନ୍ତୁ ସେ ଏହି…

୬୦ ହଜାର ଟପିଲା ସୁନା

ନୂଆଦିଲ୍ଲୀ,୨୦।୩: ପ୍ରଥମ ଥର ପାଇଁ ସୁନା ମୂଲ୍ୟ ଐତିହାସିକ ସ୍ତର ଅତିକ୍ରମ କରିଛି। ସୋମବାର ସୁନା ୧୦ ଗ୍ରାମ ପ୍ରତି ୬୦,୦୬୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ନିବେଶକମାନେ ସେମାନଙ୍କର ନିବେଶକୁ ସୁରକ୍ଷିତ ରଖିବା ପାଇଁ ଆଜିକାଲି ସୁନାରେ ବିନିଯୋଗ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?