Posted inଜାତୀୟ

ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଗିରଫ

ପୁଣେ,୨୦।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତାଙ୍କୁ ଫୋନରେ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗିରଫ ବ୍ୟକ୍ତିଙ୍କ ନାମ ଅନିଲ ଜୟସିଂଘାନିଆ। ଅନିଲ ଗିରଫ ହେବା ପୂର୍ବରୁ ତାଙ୍କ ଝିଅ ତଥା ଡିଜାଇନର୍‌ ଅନୀକ୍ଷା ଜୟସିଂଘାନିଆ ଅମୃତାଙ୍କୁ ଲାଞ୍ଚ ଯାଚିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
ଅମୃତାଙ୍କ ଅଭିଯୋଗ ମୁତାବକ, ମୁମ୍ବାଇର ଡିଜାଇନର୍‌ ଅନୀକ୍ଷା ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ରଫାଦଫା କରିବା ପାଇଁ ଏକ କୋଟି ଟଙ୍କା ଲାଞ୍ଚ ଯାଚିଛନ୍ତି। କେବଳ ସେତିକି ନୁହେଁ, ଅମୃତା ଫଡନଭିସଙ୍କୁ ଡିଜାଇନରଙ୍କର ବାପା ମଧ୍ୟ ଧମକ ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରିପୋର୍ଟ ଅନୁଯାୟୀ, ଅମୃତା ଫଡନଭିସ ଫେବୃଆରୀ ୨୦ରେ ଏନେଇ ଅଭିଯୋଗ କରିଥିଲେ। ଅନୀକ୍ଷା ଜଣେ ଅଳଙ୍କାର ଏବଂ ଫୁଟୱେର ଡିଜାଇନର୍‌। ୨୦୨୧ରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସେ ତାଙ୍କୁ ଭେଟିଥିଲେ। ସର୍ବସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅନୀକ୍ଷା ତାଙ୍କୁ ନିବେଦନ କରିଥିଲେ। ଏହା ପରେ ଦୁହେଁ ଅନେକ ସାଧାରଣ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଅନୀକ୍ଷା ଗତ ୧୬ ମାସ ହେବ ଅମୃତାଙ୍କ ସମ୍ପର୍କରେ ଥିଲେ।
ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଅମୃତାଙ୍କ ବିଶ୍ୱାସ ହାସଲ କରିବା ପରେ ଅନୀକ୍ଷା ଏଥିରୁ ଟଙ୍କା ରୋଜଗାର କରିପାରିବେ ବୋଲି ଦାବି କରି କିଛି ବୁକି ବିଷୟରେ ସୂଚନା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସେ ଅମୃତାଙ୍କୁ ପୁଲିସ ମାମଲାରେ ବଞ୍ଚାଇବା ପାଇଁ ସିଧାସଳଖ ଏକ କୋଟି ଟଙ୍କା ଅଫର୍‌ କରିଥିଲେ। ଅନୀକ୍ଷାଙ୍କ ଏହି ଆଚରଣରେ ବିରକ୍ତ ହୋଇ ଅମୃତା ତାଙ୍କ ନମ୍ବରକୁ ବ୍ଲକ କରିଥିଲେ।
ଏହା ପରେ ମହିଳା ଜଣକ ଅଜଣା ନମ୍ବରରୁ ଅମୃତାଙ୍କୁ ଭିଡିଓ କ୍ଲିପ, ଭଏସ ମେସେଜ ଏବଂ ଅନେକ ମେସେଜ ପଠାଇଥିବା ଅଭିଯୋଗ ହୋଇଛି। ଅନୀକ୍ଷା ଏବଂ ତାଙ୍କ ବାପା ପରୋକ୍ଷରେ ଅମୃତାଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri