ଜାତୀୟ

କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ, ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ହୋଇପାରେ ଲୋକସଭା ନିର୍ବାଚନ: ମମତା…

କୋଲକାତା,୨୭।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ। ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଲୋକସଭା ନିର୍ବାଚନ ହୋଇପାରେ। ଜଲପାଇଗୁଡିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ଏହି ଦାବି କରିଛନ୍ତି।…

ନୀତୀଶଙ୍କ କ୍ୟାବିନେଟରେ ନିଷ୍ପତ୍ତି: ଏଣିକି ଶିକ୍ଷକ ହେବା ପାଇଁ ବିହାରି ହେବା ଜରୁରୀ ନୁହେଁ, ନିୟମରେ ବଡ଼ ପରିବର୍ତ୍ତନ

ପାଟନା,୨୭।୬: ବିହାରରେ ଶିକ୍ଷକ ନିଯୁକ୍ତି ନିୟମରେ ଏକ ବଡ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ସଂଶୋଧନ କରି କୁହାଯାଇଛି ଯେ ବର୍ତ୍ତମାନ ଶିକ୍ଷକ ହେବା ପାଇଁ ବିହାରର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ ନୁହେଁ। ଏହା ପୂର୍ବରୁ…

ସେନ୍ଥଲି ବାଲାଜୀଙ୍କ ସ୍ତ୍ରୀ ହାଇକୋର୍ଟରେ ଦାଖଲ କଲେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ, ଇଡି କଲା ବିରୋଧ…

ଚେନ୍ନାଇ,୨୭।୬ : ଚାକିରି ବଦଳରେ ନଗଦ ଅର୍ଥ ମାମଲାରେ ଗିରଫ ହୋଇଥିବା ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହାବିସ କର୍ପସ) ଆବେଦନ କରିଛନ୍ତି। ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏହି ପିଟିଶନର ଶୁଣାଣି ହୋଇଥିଲା।…

ଜରୁରୀ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର

କୋଲକାତା,୨୭।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଛି। ଜଲପାଇଗୁଡିର କ୍ରିଣ୍ଟିଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାଗଡୋଗରା ଯାଉଥିଲେ। କମ ଦୃଶ୍ୟମାନତା ହେତୁ ତାଙ୍କ ହେଲିକପ୍ଟରକୁ ସେବେକୋ ଏୟାରବେସରେ…

ୟୁସିସି ସପକ୍ଷରେ ମନ୍ତବ୍ୟ ଦେଲେ ମୋଦି: ପାକିସ୍ତାନ-ବାଂଲାଦେଶରେ ବି ନାହିଁ ତିନ୍‌ ତଲାକ୍‌…

ଭୋପାଳ,୨୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଭୋପାଳରେ ସେ ‘ମେରା ବୁଥ, ସବସେ ମଜବୁତ’ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତୁଷ୍ଟିକରଣ ରାଜନୀତି ଦେଶ ପାଇଁ ଅନେକ କ୍ଷତି…

କଂଗ୍ରେସର ନୂଆ କାର୍ଯ୍ୟ କମିଟି ଗଠନ ପୂର୍ବରୁ ସୋନିଆଙ୍କୁ ଭେଟିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୬: ଆସନ୍ତା ଲୋକ ସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରୁଛି। ଏହାକୁ ନେଇ ଘନଘନ ବୈଠକ ବସୁଛି। ଏହି ସମୟରେ ବର୍ତ୍ତମାନ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋନିଆ ଗାନ୍ଧୀଙ୍କୁ…

କର୍ମୀଙ୍କୁ ‘ବୁଥ ବିଜୟ’ର ମନ୍ତ୍ର ଦେଲେ ମୋଦି

ଭୋପାଳ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ପହଞ୍ଚି ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପହାର ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାନୀ କମଲାବତୀ ରେଳ ଷ୍ଟେସନରୁ ଚାଲୁଥିବା ଏହି ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକୁ…

‘କାମ ନାହିଁ ତ ଟଙ୍କା ନାହିଁ’, ନୋ ଓ୍ବାର୍କ ନୋ ପେ ହ୍ବିପ ଜାରି କଲେ ମଣିପୁର ସରକାର, କହିଲେ ଆସିବାକୁ ପଡ଼ିବ ଅଫିସ

ଇମ୍ଫାଲ,୨୭।୬: ହିଂସା ପ୍ରଭାବିତ ରାଜ୍ୟ ମଣିପୁରରେ ସରକାର ଏବଂ ସୁରକ୍ଷା ଏଜେନ୍ସିର ସମସ୍ତ ପ୍ରାୟାସ ସତ୍ତ୍ୱେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ଭାରତୀୟ ସେନା ଏବଂ ସରକାରଙ୍କ ଅନୁଯାୟୀ, ପରିସ୍ଥିତିରେ କୌଣସି ଉନ୍ନତିମୂଳକ ଉନ୍ନତି ହୋଇନାହିଁ। ଅନ୍ୟପକ୍ଷରେ, ହିଂସା ହେତୁ…

ତିନି ପାର୍ଶ୍ୱରୁ ରହିବ ରାମ ମନ୍ଦିରର ସୁରକ୍ଷା: ଖର୍ଚ୍ଚ ହେବ ୩୮ କୋଟି

ଲକ୍ଷ୍ନୌ,୨୭।୬: ରାମଲଲା ମନ୍ଦିରର ସୁରକ୍ଷା ଯୋଜନାରେ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ପାଣ୍ଠି ଅନୁମୋଦନ ହୋଇଛି ଏବଂ ନିର୍ମାଣ ଦାୟିତ୍ୱ ଉତ୍ତରପ୍ରଦେଶ ୟୁପି ନିର୍ମାଣ ନିଗମଙ୍କୁ ହସ୍ତାନ୍ତର କରାଯାଇଛି। ଆଗାମୀ କିଛି ଦିନରେ ଏହାର ଡିପିଆର ଶାସନ ନିକଟକୁ…

ଗୋଟିଏ ପଟକୁ ଢଳିଲା ବଦ୍ରିନାଥ-କେଦାରନାଥ ମଧ୍ୟରେ ଥିବା ଐତିହାସିକ ମନ୍ଦିର

ଚାମୋଲି,୨୭।୬: ଉତ୍ତରାଖଣ୍ଡର ସୀମାନ୍ତ ଜନପତ ଚାମୋଲିର ମୁଖ୍ୟାଳୟ ଗୋପେଶ୍ୱରରେ ଭଗବାନ ଗୋପିନାଥଙ୍କ ମନ୍ଦିର ଗୋଟିଏ ପଟକୁ ଢଳି ପଡିଥିବା ଜଣାପଡିଛି। ଏହାସହ ଗର୍ଭଗୃହରେ ପାଣି ପଡୁଥିବା କୁହାଯାଉଛି। ଫଳରେ ଭକ୍ତଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି। ମନ୍ଦିର ପୂଜାରୀ ମନ୍ଦିର ଢଳିବା…

୫ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୋପାଳ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୋପାଳର ରାନୀ କମଲାପତୀ ରେଳ ଷ୍ଟେଶନରୁ ଭୋପାଳ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ସମେତ ୫ଟି ବନ୍ଦେ ଭାରତ…

ଦିଲ୍ଲୀ-ପୋର୍ଟ ବ୍ଲେୟାର ଯାଉଥିବା ଏୟାର ଇଣ୍ଡିଆ ବିମାନ ଡାଇଭର୍ଟ

ନୂଆଦିଲ୍ଲୀ, ୨୭।୬: ଦିଲ୍ଲୀରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଖରାପ ପାଗ ହେତୁ ରବିବାର (ଜୁନ ୨୫)ରେ ଡାଇଭର୍ଟ କରାଯାଇଥିଲା। ଏହି ବିମାନରେ ୧୫୦ରୁ ଅଧିକ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ କହିଛି, ପୋର୍ଟ ବ୍ଲେୟାରରେ ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?