ଛତିଶଗଡ଼ରେ ଗଢିବାକୁ ପଡିବ ଭାଜପା ସରକାର: ଶାହା
ରାୟପୁର,୨୨।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଦୁର୍ଗରେ ଗୁରୁବାର ସେ କହିଛନ୍ତି ୨୦୨୩ରେ ଛତିଶଗଡ଼ରେ ଭାଜପାର ସରକାର ଗଠନ କରିବାକୁ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂଙ୍କୁ ଟାର୍ଗେଟ କରି ସେ…
ହସ୍ପିଟାଲର ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ କେଜ୍ରିଓ୍ବାଲଙ୍କୁ ଚିଠି ଲେଖିଲେ ସାକ୍ସେନା
ନୂଆଦିଲ୍ଲୀ,୨୨।୬: ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ପ୍ରସଙ୍ଗରେ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ପତ୍ରରେ କୁହାଯାଇଛି, ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ଯେ ଦିଲ୍ଲୀର ହସ୍ପିଟାଲ ନିର୍ମାଣ ଚଳିତ…
ପ୍ରଧାନମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀଙ୍କୁ ସମସ୍ତେ ଜଣାଇବେ ଶୁଭେଚ୍ଛା: ଅଖିଳେଶ ପ୍ରସାଦ ସିଂ
ପାଟନା,୨୨।୬: ବିହାରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଖିଳେଶ ପ୍ରସାଦ ସିଂ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିକଟରେ ୨୦୦୯ରୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଥିଲା। ତାଙ୍କ ଯୋଗୁ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିଥିଲା।…
ବ୍ରିଜ୍ଭୂଷଣଙ୍କ ମାମଲାରେ ଦାଖଲ ହୋଇଥିବା ଚାର୍ଜଶିଟ ଉପରେ ଜୁନ ୨୭ରେ ହେବ ଶୁଣାଣି
ନୂଆଦିଲ୍ଲୀ,୨୨।୬: କୁସ୍ତିଯୋଦ୍ଧାମାନେ ଭାଜପା ଏମ୍ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅନେକ ମହିଳା କୁସ୍ତିଯୋଦ୍ଧା ବ୍ରିଜ୍ଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ତଥା ଅନ୍ୟାନ୍ୟ ଅଭିଯୋଗ…
କୋଓ୍ବିନ ଆପରୁ ତଥ୍ୟ ଲିକ୍ ଘଟଣାରେ ୨ ଗିରଫ
ବିହାର,୨୨।୬: କୋଓ୍ବିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଉଭୟ ବ୍ୟକ୍ତି କୋଓ୍ବିନ ଆପର ତଥ୍ୟ ଲିକ୍ କରିବାରେ ସମ୍ପୃକ୍ତ ଅଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ…
ଶୁକ୍ରବାର ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବନି ଟିଡିପି
ବିହାର,୨୨।୬: ଶୁକ୍ରବାର ଅର୍ଥାତ୍ ଜୁନ ୨୩ରେ ବିହାରରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାମିଲ ହେବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଟିଡିପି ଏ ପର୍ଯ୍ୟନ୍ତ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ…
ଆମେରିକାରେ ଉଠିଲା ନାହିଁ ଚାଇନା କଥା, ଖାଲି ହାତରେ ସ୍ବଦେଶ ଫେରିବେ ମୋଦି: ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୨୨।୬: ସ୍ବରାଷ୍ଟ୍ର ଅମିତ ଶାହାଙ୍କ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ନେତା ସୁବ୍ରମଣ୍ୟମ ସ୍ବାମୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ ଚାଇନା ପ୍ରସଙ୍ଗରେ ନିଜ ସରକାରକୁ ଘେରି ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକୀୟ ଗସ୍ତ ବିଷୟରେ ସୁବ୍ରମଣ୍ୟମ…
ବେଆଇନ ନିର୍ମାଣ ହଟାଇବାକୁ ଆସିଥିବା ଅଧିକାରୀଙ୍କ ଉପରକୁ ଲାଠିମାଡ କଲେ ସ୍ଥାନୀୟ ଲୋକେ
ନୂଆଦିଲ୍ଲୀ,୨୨।୬: ଦିଲ୍ଲୀ ମାଣ୍ଡୱାଲୀ ଅଞ୍ଚଳର ଏକ ମନ୍ଦିର ବାହାରେ ଥିବା ବେଆଇନ ନିର୍ମାଣକୁ ହଟାଇବା ନେଇ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଏବଂ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା। ପ୍ରଶାସନ ପକ୍ଷରୁ କୁହାଯାଇଛି…
ମହାରାଷ୍ଟ୍ର ଲୋକଙ୍କୁ ଦେବାକୁ ପଡୁଛି ଅରାଜକତାର ମୂଲ୍ୟ: ମୋଦିଙ୍କୁ ସମାଲୋଚନା କଲେ ଶରଦ ପାଓ୍ବାର…
ମୁମ୍ବାଇ,୨୨।୬ : ଏନସିପି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୃଷି ପ୍ରସଙ୍ଗ ସହିତ ସେ ସାମ୍ପ୍ରଦାୟିକ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ସେ ଦୁଇ ବର୍ଷ ମଧ୍ୟରେ ଚାଷୀଙ୍କର ଆୟ…
ଆଇଟିବିପି ଅଧିକାରୀଙ୍କ ପୁଅ କନଷ୍ଟେବଳଙ୍କ ଆଖିକୁ ଚଳାଇଲେ ଗୁଳି
ନୂଆଦିଲ୍ଲୀ,୨୨।୬: ଇଣ୍ଡୋ ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ଅଧିକାରୀଙ୍କ ପୁଅ ଦିଲ୍ଲୀର ଛୱଲା କ୍ୟାମ୍ପରେ ଜଣେ କନଷ୍ଟେବଳ ଆଖିକୁ ଗୁଳି ଚଳାଇଛନ୍ତି। ଗୁଳି ବାଜି କନଷ୍ଟେବଳଙ୍କ ଘଟଣାସ୍ଥଳରେ ମତ୍ୟୁ ହୋଇଛି॥ ମୃତକଙ୍କ ନାମ କୁକ ଭୋପ ସିଂ ଓରଫ ଭୁପେନ୍ଦ୍ର ସିଂ…
ମହାରାଷ୍ଟ୍ରରେ ହୋର୍ଡିଂ ରାଜନୀତି ତେଜିଲା, ଉଦ୍ଧବଙ୍କ ସହ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଭାଇରାଲ…
ମୁମ୍ବାଇ,୨୨।୬ : ସମ୍ପ୍ରତି ମୁମ୍ବାଇ ରାଜନୀତିରେ ଔରଙ୍ଗଜେବଙ୍କ ନାମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଏନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିବାବେଳେ ଏବେ ଏହାକୁ ନେେଇ କିଛି ବ୍ୟକ୍ତି ହୋର୍ଡିଂ ରାଜନୀତି ଆରମ୍ଭ କରିଛନ୍ତି। ଏବେ କେତେକ ସ୍ଥାନରେ ବିବାଦୀୟ…
ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ
ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ମୋଦିଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। ବିଶେଷ କରି ପାକିସ୍ତାନ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବଢିବାକୁ ନେଇ ଚିନ୍ତାରେ ପଡି ଯାଇଛି। ପାକିସ୍ତାନ ଲୋକେ…
Archives


