ଜାତୀୟ

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ: ଗୁରୁତ୍ୱପୂର୍ଣ୍ଣ ବିଭାଗ ଲାଗି ଅଜିତଙ୍କ ଲବି

ମୁମ୍ବାଇ,୧୪ା୭: ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଏବଂ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ଶୁକ୍ରବାର ହୋଇପାରେ ବୋଲି ଶାସକ ଶିବସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଥିବା ବେଳେ ଏହା ଏନ୍‌ସିପି ନେତା ତଥା…

ଜହ୍ନକୁ ଗଲା ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୧୪।୭: ଇତିହାସ ରଚିଲା ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତ୍‌ପେକ୍ଷଣ ହେଲା ଚନ୍ଦ୍ରୟାନ-୩। ୨.୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରୟାନ-୩ର ଯାତ୍ରା ଆରମ୍ଭ ହୋଇଛି। ଯଦି ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ଏକ ସୁରକ୍ଷିତ ଅବତରଣ…

ବଢିଲା ଶିନ୍ଦେ ଦଳର ସମସ୍ୟା, ଅଯୋଗ୍ୟତା ମାମଲା ଉପରେ ବାଚସ୍ପତିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ମୁମ୍ବାଇ,୧୪।୭: ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଶିବସେନାର ଉଦ୍ଧବ ଠାକରେ ଦଳର ନେତା ସୁନୀଲ ପ୍ରଭୁଙ୍କ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ବିଦ୍ରୋହୀ ନେତାଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏହି ନୋଟିସ…

ସିସୋଡିଆଙ୍କ ଜାମିନ ଉପରେ ସିବିଆଇ, ଇଡିକୁ ନୋଟିସ ଜାରି କଲେ ସୁପିମକୋର୍ଟ

ନୂଆଦିଲ୍ଲୀ,୧୪।୭: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ସିସୋଡିଆ ପତ୍ନୀଙ୍କ ଅସୁସ୍ଥତା କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ନୋଟିସ ଜାରି କରାଯାଇଛି।…

ମମତାଙ୍କୁ ସମର୍ଥନ କଲେ ଅଖିଳେଶ, ଯୋଗୀଙ୍କୁ ଦେଲେ ଜବାବ

ଲକ୍ଷ୍ନୌ,୧୪।୭: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଦେଇଥିବା ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସୁଦୂର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଚିନ୍ତା। ହେଲେ…

ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୪।୭: ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜୱଲ ଭୁଇଁୟା ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହା ସହିତ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା…

ଆଉ କିଛି ସମୟ ପରେ ପରୀକ୍ଷଣ ହେବ ଚନ୍ଦ୍ରୟାନ-୩, ପ୍ରଧାନମନ୍ତ୍ରୀ କହିଲେ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ

ନୂଆଦିଲ୍ଲୀ,୧୪।୭: ଅପରାହ୍ନ ୨.୩୦ରେ ଶ୍ରୀହରିକୋଟାରୁ ଚନ୍ଦ୍ରୟାନ-୩ର ପରୀକ୍ଷଣ ହେବ। ଯାହା ଦେଶ ପାଇଁ ଗର୍ବର ବିଷୟ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କହିଛନ୍ତି, ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଚନ୍ଦ୍ରୟାନ-୩ରେ ଗୋଦ୍ରେଜ ଏରୋସ୍ପେସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ…

ଆମ ଉପରେ ଲଦି ଦିଆଯାଉଛି ୟୁସିସି: ଓଓ୍ବାଇସି

ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଚାଲିଥିବା ଟଣାଭିଡା ଭିତରେ ଏଆଇଏମଆଇଏମର ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି ଲଗାତାର ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ଦେଇ ଆସୁଛନ୍ତି। ଏହାକୁ ନେଇ ଶୁକ୍ରବାର ସେ ଏକ ପ୍ରେସ କନଫରେନ୍ସ କରି କହିଛନ୍ତି,…

ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ

ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା ଆରମ୍ଭ ହୋଇଯାଇଛି। ଆଉ ଏଠାରେ ଏବେ ଟମାଟୋ କିଲୋ ପ୍ରତି ଦାମ ୧୦୦ ଟଙ୍କା…

କେଜରିଓ୍ବାଲଙ୍କୁ ଭାଜପାର ପ୍ରଶ୍ନ, କାହିଁକି ହୋଇଛ ମୁଖ୍ୟମନ୍ତ୍ରୀ, ଦୁର୍ଯ୍ୟୋଧନଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ,୧୪।୭: ଏବେ ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ। ବନ୍ୟାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଏକ ପ୍ରକାର ବୁଡି ଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ଦିଲ୍ଲୀର ମନ୍ତ୍ରୀ କହୁଛନ୍ତି ବ୍ୟାରେଜର ସମସ୍ତ ଗେଟ ନ ଖୋଲିବା ଫଳରେ ସମ୍ପୁର୍ଣ୍ଣ ପାଣିକୁ ନିଷ୍କାସନ…

‘ତୁମେ କଲେ କୂଟନୀତି, ଆମେ କଲେ…’, ଶିନ୍ଦେଙ୍କ ଅଭିଯୋଗ ଉପରେ କହିଲେ ସଞ୍ଜୟ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଅଭିଯୋଗ ଉପରେ ଶୁକ୍ରବାର ବାଲାସାହେବ ଠାକରେଙ୍କ ଶିବସେନା ଏମ୍‌ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ରାଉତ କହିଛନ୍ତି, ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଏକନାଥ ଶିନ୍ଦେ ଦୁହେଁ ଗତକାଲି କୂଟନୀତି ବିଷୟରେ କହିଥିଲେ ଯେ, ଆମେ…

ଫ୍ରାନ୍ସରେ ଥାଇ ଦିଲ୍ଲୀ ବନ୍ୟା କଥା ପଚାରି ବୁଝିଲେ ମୋଦି

ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍‌ କରି ଦିଲ୍ଲୀର ବନ୍ୟା ପରିସ୍ଥିତ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?