Posted inଜାତୀୟ

ମମତାଙ୍କୁ ସମର୍ଥନ କଲେ ଅଖିଳେଶ, ଯୋଗୀଙ୍କୁ ଦେଲେ ଜବାବ

ଲକ୍ଷ୍ନୌ,୧୪।୭: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଦେଇଥିବା ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସୁଦୂର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଚିନ୍ତା। ହେଲେ ଭାଜପାର ପୃଷ୍ଠପୋଷକତାରେ ଉତ୍ତର ପ୍ରଦେଶରେ ଆୟୋଜିତ ପ୍ରତ୍ୟେକ ନିର୍ବାଚନରେ ସ୍ବାଧୀନତା ଏବଂ ନିଷ୍ପକ୍ଷର ଗଳାକୁ ଦବାଇ ଦିଆଯାଇଛି। ଅଖିଳେଶ ଗୁରୁବାର ଏକ ବୟାନରେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କ ଭୋଟ ଉପରେ ଖୋଲା ଡକାୟତି ହୋଇଛି। ଏହି ନିର୍ବାଚନରେ ଭୋଟରଙ୍କ ସହ ଭାଜପା ଦ୍ୱାରା କରାଯାଇଥିବା ବାଧ୍ୟବାଧକତାକୁ କିପରି ଅଣଦେଖା କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
େtସଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଭାଜପା ଗଣତନ୍ତ୍ରକୁ ହତ୍ୟା କରିଛି। ଏଠାରେ ସରକାର ପୋଲିସ ପ୍ରଶାସନ ଏବଂ ଅର୍ଥ ଶକ୍ତି ସହିତ ଗଣତନ୍ତ୍ରକୁ ଅପହରଣ କରିଛନ୍ତି। ଗତ ୬ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ପଞ୍ଚାୟତ, ପୌରସଂସ୍ଥା ତଥା ବ୍ଲକ ମୁଖ୍ୟ, ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନରେ ବହୁ ଭୋଟ ଲୁଟ ହୋଇଥିଲା। ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଇ ନ ଥିଲା, ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଜବରଦଖଲ କରି ନିଆଯାଇଥିଲା। ଭାଜପା ଶାସନ କାଳରେ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ଗୁଳି ବିନିମୟ ହୋଇଥିଲା, ବୋମା ଫିଙ୍ଗି ଦିଆଯାଇଥିଲା, ବାଲାଟ ବାକ୍ସ ଲୁଟ କରାଯାଇଥିଲା, ମହିଳାମାନଙ୍କ ଶାଢୀ ଛିଣ୍ଡାଯାଇଥିଲା ଏବଂ ରକ୍ତପାତ ପର୍ଯ୍ୟନ୍ତ ସଂଗ୍ରାମ ହୋଇଥିଲା। ଭାଜପା ଦ୍ୱାରା କ୍ଷମତାର ଅପବ୍ୟବହାର ହେତୁ ଗଣତନ୍ତ୍ର କ୍ଷୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଖିଳେଶ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri