ଜାତୀୟ

ଜି-୨୦ ଶ୍ରମ, ନିଯୁକ୍ତି ମନ୍ତ୍ରୀ ବୈଠକ: ଭବିଷ୍ୟତ କର୍ମଜୀବୀଙ୍କ ପାଇଁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସୌଭାଗ୍ୟବଶତଃ ଏହି ବୈଠକ ଏଭଳି ଦେଶରେ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଅତୀତରେ ଏହିପରି ଟେକ୍ନୋଲୋଜି ଦ୍ୱାରା…

ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୭: ମୋଦି ଉପନାମ ମନ୍ତବ୍ୟ ସହ ଜଡିତ ମାନହାନି ମାମଲାରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତ ରଖିବାକୁ ଏକ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ।…

୫ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ଏତିକି କୋଟି…

ନୂଆଦିଲ୍ଲୀ,୨୧ା୭: ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ବିଦେଶ ଗସ୍ତରେ ମୋଟ୍‌ ୨୫୪.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସରକାର ରାଜ୍ୟସଭାରେ ରିପୋର୍ଟ ଦେଇଛନ୍ତି। ବୈଦେଶିକ ବ୍ୟାପାର…

ବନ୍ଦ ହେବ ଅଣ ବାସମତି ଧଳା ଚାଉଳର ରପ୍ତାନି

ନୂଆଦିଲ୍ଲୀ,୨୧।୭:ଭାରତୀୟ ବଜାରରେ ଅଣବାସମତି ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ ଆଣିଛନ୍ତି। ୨୦% ରପ୍ତାନି ଶୁଳ୍କ ସହ ଜାରି ରପ୍ତାନି ଅନୁମତି…

ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳ

ବେଙ୍ଗାଲୁରୁ, ୨୧ା୭:ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳତାର ସହ ସମ୍ପନ୍ନ କରିଛି। ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍‌ କମାଣ୍ଡ ନେଟ୍‌ଓ୍ବର୍କ (ଆଇଏସ୍‌ଟିଆର୍‌ଏସି)ରୁ ଏହା ସମ୍ପନ୍ନ ହୋଇଥିଲା। ଫଳରେ ପୃଥିବୀଠାରୁ ଚନ୍ଦ୍ରୟାନର ସର୍ବନିମ୍ନ ଦୂରତା…

କୃଷି ଶ୍ରମିକ ଭାରତୀ ରସାୟନ ବିଜ୍ଞାନରେ ପିଏଚ୍‌ଡି

ଅମରାବତୀ,୨୧।୭:ସଫଳତାର ଦୁଇଟି ମୂଳ ସୂତ୍ର, ମନୋବଳ ଓ କଠିନ ପରିଶ୍ରମ। ବହୁ ବାଧା, ବିଘ୍ନ ପରେ ଆନ୍ଧ୍ରପ୍ରଦେଶର ସାକେ ଭାରତୀ ନିଜ ଆଶା ପୂରଣ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନଠାରୁ ଭାରତୀଙ୍କ ନାଁ ଆଗରେ ଲାଗିବ ଡକ୍ଟର। କାରଣ ଦିନ ମଜୁରିଆ…

୮୦ ଦିନ ବିତିଲା, ନେଟ୍‌ ଦିଅ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇମ୍ଫାଲ,୨୧ା୭:ଆଧୁନିକ ପୃଥିବୀରେ ଡେଟା ଦ୍ୱାରା ଜୀବନ ମପାଯାଉଥିବାବେଳେ ଉତ୍ତର-ପୂର୍ବ ଭାରତର ମଣିପୁରରେ ଲୋକଙ୍କୁ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଇଣ୍ଟରନେଟ୍‌ ସୁବିଧାରୁ ବଞ୍ଚତ୍ତ କରାଯାଇଛି। ରାଜ୍ୟର ଭାଜପା ସରକାର ଜାତିଆଣ ହିଂସା ଏଡ଼ାଇବା ପାଇଁ ମେ’ ୩ରୁ ‘ଇଣ୍ଟରନେଟ ଶଟ୍‌ଡାଉନ’…

ଟିକେଟ୍‌ ମିଳିଲେ ନିଶ୍ଚିତ ଲଢିବି: ଓମପ୍ରକାଶ ଚୌତାଲା

ଚଣ୍ଡିଗଡ,୨୧।୭: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମପ୍ରକାଶ ଚୌତାଲା ୨୦୨୪ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହା ପୂର୍ବରୁ ୮୮ ବର୍ଷୀୟ ଓମପ୍ରକାଶ କହିଛନ୍ତି ଯେ, ନିର୍ବାଚନ ଲଢିବାକୁ କିଏ ଚାହେଁ ନାହିଁ?…

ବିନା ଭିଜାରେ ଟ୍ରେନରେ ଯାତ୍ରା କରୁଥିଲେ ନାଇଜେରିଆ ନାଗରିକ: ଧରିଲା ପୋଲିସ

ନୂଆଦିଲ୍ଲୀ,୨୧।୭: ଟ୍ରେନରେ ଯାତ୍ରା କରୁଥିବା ଜଣେ ନାଇଜେରିଆ ନାଗରିକଙ୍କୁ କୋଟା ରେଳ ଷ୍ଟେଶନରେ ଜିଆରପି ଦ୍ୱାରା ଅଟକ ରଖାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ତାଙ୍କ ଭିଜା ମିଆଦ ପୂରି ଯାଇଛି। ସେ ରାଜଧାନୀ ଏକ୍ସପ୍ରେସ ଦ୍ୱାରା ମୁମ୍ବାଇରୁ ଦିଲ୍ଲୀ ଯାଉଥିଲା। ରାସ୍ତାରେ…

ଆଜି ମୋଦିଙ୍କୁ ଭେଟିବେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୭: ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଦୁଇ ନେତାଙ୍କ ବୈଠକରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ…

ମଣିପୁର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଜନତା

ଇମ୍ଫାଲ,୨୧।୭: ମଣିପୁରର କୁକି-ଜୁ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଣିପୁରର ଥୋବାଲ ଜିଲାର ୟେରିପୋକ ଗ୍ରାମରେ କ୍ରୋଧିତ ଜନତା ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ସୂଚନାନୁସାରେ, ପୋଲିସ…

୧୫ ମିନିଟ୍‌ରେ ୩ଥର ଥରିଲା ଜୟପୁର

ଜୟପୁର,୨୧।୭: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଜୟପୁରରେ ଭୋର ୪.୦୯ ରୁ ୪.୨୫ ମଧ୍ୟରେ ତିନି ଥର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାରେ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?