Posted inଜାତୀୟ

୮୦ ଦିନ ବିତିଲା, ନେଟ୍‌ ଦିଅ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇମ୍ଫାଲ,୨୧ା୭:ଆଧୁନିକ ପୃଥିବୀରେ ଡେଟା ଦ୍ୱାରା ଜୀବନ ମପାଯାଉଥିବାବେଳେ ଉତ୍ତର-ପୂର୍ବ ଭାରତର ମଣିପୁରରେ ଲୋକଙ୍କୁ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଇଣ୍ଟରନେଟ୍‌ ସୁବିଧାରୁ ବଞ୍ଚତ୍ତ କରାଯାଇଛି। ରାଜ୍ୟର ଭାଜପା ସରକାର ଜାତିଆଣ ହିଂସା ଏଡ଼ାଇବା ପାଇଁ ମେ’ ୩ରୁ ‘ଇଣ୍ଟରନେଟ ଶଟ୍‌ଡାଉନ’ ଭଳି ସହଜ ମାଧ୍ୟମକୁ ଆପଣେଇ ଆସିଛନ୍ତି। ଏଥିଯୋଗୁ ମେ’ ୪ରେ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଯିବାବେଳର ଭିଡିଓ ଲୋକଲୋଚନକୁ ଆସିବା ପାଇଁ ୭୯ ଦିନ ଲାଗିଗଲା।
ଭାରତରେ ଇଣ୍ଟରନେଟ୍‌ ବନ୍ଦ କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ସରକାର ଦେଶର ବିଭିନ୍ନ ଭାଗରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିବା ପଛରେ ଅଧିକାଂଶ ସମୟରେ ଆଇନ ଓ ବ୍ୟବସ୍ଥା ସୁନିଶ୍ଚିତ କରିବା, ଜାତୀୟ ସୁରକ୍ଷା ବଳବତ୍ତର ରଖିବା ଏବଂ ମିଥ୍ୟା ସୂଚନା ଉପରେ ଲଗାମ ଲଗାଇବା ଅଥବା ଅପପ୍ରଚାର ରୋକିବା ଭଳି କାରଣ ଦର୍ଶାଇଥାଆନ୍ତି। କିନ୍ତୁ ବାରମ୍ବାର ହେଉଥିବା ଇଣ୍ଟରନେଟ୍‌ ଶଟ୍‌ଡାଉନରେ ସୂଚନା ଓ ଅଭିବ୍ୟକ୍ତିର ମୁକ୍ତ ପ୍ରବାହ ଉପରେ ଗଭୀର ପ୍ରଭାବ ପଡ଼ିଥାଏ।
ବିଶ୍ୱରେ ଇଣ୍ଟରନେଟ୍‌ ଶଟ୍‌ଡାଉନର ରାଜଧାନୀ ପାଲଟିଛି ଭାରତ। ଏକ୍‌ସେସ୍‌ ନାଓର ହିସାବ କହୁଛି, ୨୦୧୨ ଜାନୁୟାରୀରୁ ୨୦୨୨ ଜୁନ୍‌ ମଧ୍ୟରେ ସମଗ୍ର ଭାରତବର୍ଷରେ ସରକାରଙ୍କ ଦ୍ୱାରା ୬୪୭ ଥର ଇଣ୍ଟରନେଟ୍‌ ଶଟ୍‌ଡାଉନ କରାଯାଇଥିଲା, ଯାହାକି ସାରା ବିଶ୍ୱରେ ସର୍ବାଧିକ। ୨୦୧୬ ପରଠୁ ବିଶ୍ୱର ମୋଟ ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ର ୫୮% କେବଳ ଭାରତରେ ହୋଇଥିବା ବିଷୟ ଶଟ୍‌ଡାଉନ୍‌ ଟ୍ରାକର ଅପ୍ଟିମାଇଜେଶନ୍‌ ପ୍ରୋଜେକ୍ଟ (ଷ୍ଟପ୍‌ ଡେଟାବେସ୍‌) ପକ୍ଷରୁ କୁହାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଇଣ୍ଟରନେଟ୍‌ ବନ୍ଦ କ୍ଷେତ୍ରରେ ଭାରତ କ୍ରମାଗତ ପଞ୍ଚମ ଥର ପାଇଁ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ବୈଶ୍ୱିକ ଡିଜିଟାଲ ଅଧିକାର ଗୋଷ୍ଠୀ ଏବଂ କିପ୍‌ଇଟ୍‌ଅନ୍‌ କୋଏଲିଶନ୍‌ ପକ୍ଷରୁ ପ୍ରସ୍ତୁତ ଡେଟାବେସ୍‌ ଅନୁସାରେ ୨୦୨୨ରେ ଭାରତରେ ବିଶ୍ୱର ସର୍ବାଧିକ ୮୪ ଥର ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ କରାଯାଇଥିଲା। ୨୦୨୨ରେ ମୋଟ ୩୫ ଦେଶରେ ୧୮୭ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଥିଲା। ଏହି ୩୫ ଦେଶ ମଧ୍ୟରୁ ୩୩ ରାଷ୍ଟ୍ର ଅଭ୍ୟାସଗତ ଭାବେ ଇଣ୍ଟରନେଟ୍‌ ଉପରେ କଟକଣା ଜାରି କରିଥିଲେ। ଫଳରେ ଅନ୍‌ଲାଇନ୍‌ ଯୋଗାଯୋଗ ଠପ୍‌ ହୋଇଯାଇଥିଲା। ଏଥିଯୋଗୁ ଦୈନନ୍ଦିନ କାର୍ଯ୍ୟ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିଲା। ସେହିପରି ୨୦୨୧ରେ ମଧ୍ୟ ଭାରତରେ ୧୦୬ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଥିଲା। ଅଣଲାଭକାରୀ ଇଣ୍ଟରନେଟ୍‌ ସୋସାଇଟି ଏହାର ରିପୋର୍ଟ ‘ନେଟ୍‌ଲସ୍‌’ରେ ଦର୍ଶାଇଛି ଯେ, ୨୦୨୩ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ମଣିପୁର ଓ ପଞ୍ଜାବ ଭଳି ରାଜ୍ୟଗୁଡ଼ିକରେ ଇଣ୍ଟରନେଟ୍‌ ବନ୍ଦ ଯୋଗୁ ଭାରତୀୟ ଅର୍ଥନୀତିକୁ ୧.୯ ବିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଛି। କେବଳ ଏତିକି ନୁହେଁ, ଇଣ୍ଟରନେଟ୍‌ ଶଟ୍‌ଡାଉନ ଫଳରେ ପ୍ରାୟ ୧୧୮ ନିୟୁତ ଡଲାର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫ୍‌ଡିଆଇ) ଆସି ନ ପାରିବାରୁ ଭାରତରେ ୨୧,୦୦୦ ଜଣ ନିଯୁକ୍ତି ହରାଇଛନ୍ତି। ସରକାରମାନେ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ଶଟ୍‌ଡାଉନ ଦ୍ୱାରା ବିକ୍ଷୋଭ, ଅଶାନ୍ତି, ଗୁଜବ ଏବଂ ସାଇବର ସିକ୍ୟୁରିଟିଜନିତ କ୍ଷତି ରୋକାଯାଇପାରିବ ବୋଲି ମନେକରନ୍ତି। କିନ୍ତୁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ଦ୍ୱାରା ଆର୍ଥିକ କାରବାରରେ ବାଧାସୃଷ୍ଟି ହୋଇଥାଏ। ଭାରତରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ନିୟମିତ ଭାବେ ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ କରାଯାଉଥିବାରୁ ଦେଶରେ ଚଳିତବର୍ଷ ଶଟ୍‌ଡାଉନ୍‌ ରିସ୍କ ୧୬% ବଢ଼ିଛି। ସରକାର ଏହାର ପରିଣାମକୁ ଅଣଦେଖା ନ କରି ପଦକ୍ଷେପର ଭିନ୍ନ ଉପାୟ ବାହାର କରନ୍ତୁ ବୋଲି ଇଣ୍ଟରନେଟ୍‌ ସୋସାଇଟି ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ର୍ୟୁ ସୁଲ୍ଲିଭାନ୍‌ କହିଛନ୍ତି। ନିକଟରେ ସାଇବର ସିକ୍ୟୁରିଟି ଉପରେ ଅନୁଷ୍ଠିତ ଜି୨୦ ବୈଠକରେ ମଧ୍ୟ ଭାରତରେ ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ଜେନେଭାସ୍ଥିତ ଇଣ୍ଟରନ୍ୟାଶନାଲ ଡିଜିଟାଲ ହେଲ୍‌ଥ ଆଣ୍ଡ୍‌ ଏଆଇ ରିସର୍ଚ୍ଚ କୋଲାବୋରେଟିଭ୍‌ର ସାଇବର ସିକ୍ୟୁରିଟି ପ୍ୟାନେଲିଷ୍ଟ ନିନା ନଓ୍ବାକାନ୍‌ମା କହିଛନ୍ତି, ଭାରତ ମନଇଚ୍ଛା ଇଣ୍ଟରନେଟ୍‌ ଶଟ୍‌ଡାଉନ ବନ୍ଦ କରିବା ଉଚିତ। କାରଣ ଏପରି କରିବା ଦ୍ୱାରା ସରକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିଯାଇଥାଏ।

ଇଣ୍ଟରନେଟ୍‌ ବିହୁନେ ମଣିପୁର…

ଇଣ୍ଟରନେଟ୍‌ ଆମ ଜୀବନଶୈଳୀରେ ନାଟକୀୟ ପରିବର୍ତ୍ତନ ଆଣିଛି। ମୌଳିକ ଆବଶ୍ୟକତାଠାରୁ ନେଇ ଆର୍ଥିକ ଓ ସାମାଜିକ କାର୍ଯ୍ୟକଳାପର ଦିଗ ଉପରେ ଏହା ପ୍ରଭାବ ପକାଉଛି। ବାରମ୍ବାର ଇଣ୍ଟରନେଟ୍‌ ବନ୍ଦ ହେତୁ ଇ-କମର୍ସ, ପର୍ଯ୍ୟଟନ ଏବଂ ସୂଚନା ପ୍ରଯୁକ୍ତି(ଆଇଟି)ସେବା ଭଳି ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ କ୍ଷେତ୍ରଗୁଡ଼ିକର କ୍ଷତି ସାଧିତ ହେଉଛି। ଆଜିର ଭାରତୀୟ ନାଗରିକ ଅନ୍ୟ ରାଷ୍ଟ୍ରଗୁଡ଼ିକର ଲୋକଙ୍କ ତୁଳନାରେ ସର୍ବାଧିକ ଇଣ୍ଟରନେଟ୍‌ ବ୍ଲାକ୍‌ଆଉଟ୍‌ର ଶିକାର ହେଉଛନ୍ତି।
ଭାରତରେ ପରୀକ୍ଷା ଆୟୋଜନ ବେଳେ କପି ରୋକିବା ଏବଂ ସରକାର ବିରୋଧୀ ବିକ୍ଷୋଭକୁ ପ୍ରତିହତ କରିବା ପାଇଁ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ବନ୍ଦ କରାଯାଉଛି। ପରୀକ୍ଷାରେ ନକଲ ରୋକିବା ପାଇଁ ଅନ୍ୟ ଉପାୟ ଆପଣାଯାଇପାରେ ଏବଂ କ୍ଷୋଭକାରୀଙ୍କ ସହ ଆଲୋଚନା କରାଯାଇପାରେ। କିନ୍ତୁ ତାହା ନ କରି ଗୋଟା ଇଣ୍ଟରନେଟ୍‌ ଠପ୍‌ କରିଦେବା ଫଳରେ ନକାରାମତ୍କତା ବୃଦ୍ଧି ପାଉଛି। ଲାଭ ଅପେକ୍ଷା କ୍ଷତି ବଢ଼ିଯାଉଛି।
ମଣିପୁର ଦଙ୍ଗାବେଳେ ଇଣ୍ଟରନେଟ୍‌ ବ୍ୟାନ୍‌ ଔଷଧ ଯୋଗାଣ ଏବଂ ରିଲିଫ୍‌ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ଜଣେ ବୟସ୍କା ମହିଳା କହିଛନ୍ତି, ଆଜିର ଯୁଗରେ ଇଣ୍ଟରନେଟ୍‌ ସେବା ଉପରେ କଟକଣା ମାନବାଧିକାର ଉଲ୍ଲଂଘନ ଭିନ୍ନ କିଛି ନୁହେଁ। ରୋଗଣା ଓ ସଂଘର୍ଷରେ ଆହତ ହୋଇଥିବା ବ୍ୟକ୍ତି ଓ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକରେ ଥିବା ଲୋକଙ୍କ ଚିକିତ୍ସା ପାଇଁ ଔଷଧ ଓ ଡାକ୍ତରୀ ଉପକରଣ ଜରୁରୀ ହୋଇପଡ଼ିଛି। ଅର୍ଡର ଦିଆଯାଇ ପାରୁ ନ ଥିବାରୁ ସେମାନେ ଦାବି କରିଛନ୍ତି ‘ ବହୁତ ହୋଇଗଲା, ଇଣ୍ଟରନେଟ୍‌ ଦିଅ’। ମେ’ ୪ରେ ସ୍ବଳ୍ପବୟସ୍କା କୁକି ମହିଳାମାନଙ୍କ ଦେହରୁ ଲୁଗା କାଢ଼ି ଗଁା ରାସ୍ତାରେ ଉଲଗ୍ନ ପରେଡ୍‌ କରାଗଲା। ଏହି ବର୍ବରତାର ଭିଡିଓ ଲୋକଲୋଚନକୁ ଆସୁ ଆସୁ ୭୯ ଦିନ ଲାଗିଗଲା। ସମ୍ଭବତଃ ଏଥିଯୋଗୁ ୨୦୦ ଟପିଥିବା ମୃତ୍ୟୁସଂଖ୍ୟାକୁ କମ୍‌ କରି କୁହାଯାଉଛି।

ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?