Posted inଜାତୀୟ

ଜି-୨୦ରେ ମୋଦିଙ୍କ ସମ୍ବୋଧନ ସମୟରେ ନେମପ୍ଲେଟରେ ଲେଖାଯାଇଛି ‘ଭାରତ’

ନୂଆଦିଲ୍ଲୀ,୯।୯: ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ନେମପ୍ଲେଟରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଥିଲା। ଘଟରା ହେଲା ଏବେ ଦେଶରେ ‘ଭାରତ’ ବନାମ ‘ଇଣ୍ଡିଆ’କୁ ନେଇ ଏକ ଜୋରଦାର ବିତର୍କ ଚାଲିଛି ଏବଂ ଇଣ୍ଡିଆର ନାମ ଭାରତକୁ ପରିବର୍ତ୍ତନ କରାଯାଇପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଆଉ ବିଶ୍ୱ ସ୍ତରର ଏହି ଶିଖର ସମ୍ମିଳନୀରେ ଭାରତ ଲେଖାଥିବା ନେମପ୍ଲେଟ ଦେଖିବା ପରେ ଏବେ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି।

ଏହା ସହିତ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ ଟୁଇଟର) ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆଶା ଏବଂ ବିଶ୍ୱାସର ନୂଆ ନାମ – ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri