ଜାତୀୟ

ମଣିପୁରରେ ସର୍ଚ୍ଚ ଅପରେଶନ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ,୨୧।୯: ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଜିଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି। ଏଥିସହ ୧୨୭ଟି ଚେକ୍‌ ପୋଷ୍ଟ ନିର୍ମାଣ କରାଯିବା ସହ ଆଇନ ଅମାନ୍ୟ ଅଭିଯୋଗରେ ୮୭୩ ଜଣଙ୍କୁ…

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ

ଗୁଆହାଟୀ,୨୧।୯: କଂଗ୍ରେସର ଆସାମ ୟୁନିଟର ବରିଷ୍ଠ ନେତା ଦେବବ୍ରତ ସୌକିଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ଭାଷଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ଆସାମ ବିଧାନସଭାରେ…

ମହିଳା ସଂରକ୍ଷଣ ବିଲ୍‌ ଉପରେ ହେମାମାଳିନୀ କହିଲେ…

ନୂଆଦିଲ୍ଲୀ,୨୧ା୯: ଭାଜପା ଏମ୍‌ପି ହେମାମାଳିନୀ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିରୋଧ କରିବା ବିରୋଧୀଙ୍କ କାମ ଏବଂ ଶାସକ ଦଳ ଏହାକୁ ନେଇ ଜମା ବ୍ୟସ୍ତ ନୁହନ୍ତି। ଗୁରୁବାର ନୂଆଦିଲ୍ଲୀରେ ସଂସଦର…

ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କଲା ଜେୟୁ

କୋଲକାତା,୨୧ା୯: ଭାରତର ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଆତ୍ମହତ୍ୟା ପରେ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛି। ଛାତ୍ରମାନେ ବର୍ତ୍ତମାନ ରାତି ୧୦ଟା ପରେ ହଷ୍ଟେଲ ଅଧୀକ୍ଷକଙ୍କଠାରୁ ଅନୁମତି ନେବା ଆବଶ୍ୟକ ଏବଂ ପରିଦର୍ଶକମାନଙ୍କୁ କେବଳ ନିର୍ଦ୍ଦିଷ୍ଟ…

କୁଲି ସାଜିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରେ ପହଞ୍ଚି ସେଠାରେ କୁଲିମାନଙ୍କୁ ଭେଟିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ କୁଲି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ନାଲି ସାର୍ଟ, ମୁଣ୍ଡରେ ଠେକା ଓ…

ଉଡାଣ ସମୟରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ବିମାନବନ୍ଦରରେ କରାଗଲା ଗିରଫ

ଅଗରତାଲା,୨୧।୯: ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗୁରୁବାର ଅଗରତାଲା ବିମାନବନ୍ଦରରେ ଉଡାଣ ସମୟରେ ବିମାନ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ସହ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ତ୍ରିପୁରା ପୋଲିସର ମୁଖପାତ୍ର ଜ୍ୟୋତିସ୍ମାନ ଦାସ ଚୌଧୁରୀ…

ବେକାରୀ, ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା

ରାୟପୁର,୨୧।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଛତିଶଗଡର ଭିଲାଇ ଗସ୍ତ କରିଛନ୍ତି। ଏଠାରେ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସହ ମହିଳା ସମୃଦ୍ଧି ସମ୍ମିଳନୀରେ ୩୦୯.୫୬ କୋଟି ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟର ଉଦ୍‌ଘାଟନ ଏବଂ ଭୂମି ପୂଜନ କରିଛନ୍ତି। ଏହି…

ଭାରତରେ ଆବଶ୍ୟକତାଠାରୁ ଅଧିକ କାନାଡା କୂଟନୀତିଜ୍ଞ ଅଛନ୍ତି: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୯: ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ସରକାର ଏହାର ଜବାବ ଦେଇଛନ୍ତି। ଭାରତରେ କାନାଡାର କୂଟନୀତିଜ୍ଞଙ୍କୁ ମିଳିଥିବା ଧମକପୂର୍ଣ୍ଣ ରିପୋର୍ଟ ଉପରେ ବୈଦେଶିକ…

ରାଜନୀତି କରୁଛି କାନାଡା, ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି: ଏମ୍ଇଏ

ନୂଆଦିଲ୍ଲୀ, ୨୧। ୯: ଭାରତ ଏବଂ କାନାଡା ମଧ୍ଯରେ ତିକ୍ତତା ଦିନକୁ ଦିନ ବଢୁଥିବା ବେଳେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ବୟାନ ଜାରି କରାଯାଇଛି। କାନାଡା ପୁରା ଘଟଣାକୁ ନେଇ ରାଜନୀତି କରୁଛି। ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି।…

ଆଉ ବିଳମ୍ବ କରିବି ନାହିଁ: ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କହିଲେ ନାର୍ଭେକର

ମୁମ୍ବାଇ,୨୧।୯: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଗୁରୁବାର ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାର ନିଷ୍ପତ୍ତିରେ ଆଉ ବିଳମ୍ବ କରିବି ନାହିଁ। ଏହା ସହିତ ସେ ଯାହା ନିଷ୍ପତ୍ତି…

ରାହୁଲଙ୍କୁ ନଡାଙ୍କ ଟାର୍ଗେଟ୍‌: ନେତାଙ୍କୁ ନେତା ହେବାକୁ ପଡିଥାଏ, ପରାମର୍ଶଦାତାରେ କାମ ଚଳିବନି

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଗୁରୁବାର ଏହି ବିଲ୍‌ ରାଜ୍ୟ ସଭାରେ ଆଗତ ହୋଇ ବିତର୍କ ଚାଲିଛି। ଏହି ବିତର୍କରେ ଭାଗ ନେଇ ଭାଜପା ସଭାପତି ଜେପି ନଡା…

କାନାଡ଼ାରେ ଭାରତୀୟ ଭିସା ସେବା ସ୍ଥଗିତ

ନୂଆଦିଲ୍ଲୀ,ଓଟାଓ୍ବା/୨୧।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦେଇଥିବା ବିବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ସୃଷ୍ଟି କରିଛି। ଭାରତ ଯାଉଥିବା ଯାତ୍ରୀମାନଙ୍କ ପାଇଁ କାନାଡା ଏକ ଟ୍ରାଭେଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?