Odisha Elections 2024
Posted inଜାତୀୟ

ରାହୁଲଙ୍କୁ ନଡାଙ୍କ ଟାର୍ଗେଟ୍‌: ନେତାଙ୍କୁ ନେତା ହେବାକୁ ପଡିଥାଏ, ପରାମର୍ଶଦାତାରେ କାମ ଚଳିବନି

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଗୁରୁବାର ଏହି ବିଲ୍‌ ରାଜ୍ୟ ସଭାରେ ଆଗତ ହୋଇ ବିତର୍କ ଚାଲିଛି। ଏହି ବିତର୍କରେ ଭାଗ ନେଇ ଭାଜପା ସଭାପତି ଜେପି ନଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ।
ଲୋକ ସଭାରେ ତାଙ୍କ ଅଭିଭାଷଣରେ ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ସିଧାସଳଖ ଆକ୍ରମଣ କରି କେନ୍ଦ୍ର ସରକାରରେ କେତେ କ୍ୟାବିନେଟ ସଚିବ ଓବିସି ଅଛନ୍ତି ବୋଲି ପଚାରିଥିଲେ। ଏହି ପ୍ରଶ୍ନର ଜବାବ ଦେଇ ନଡା କହିଛନ୍ତି, ଜଣେ ନେତାଙ୍କୁ ନେତା ହେବାକୁ ପଡ଼ିବ। ପରାମର୍ଶଦାତାରେ କାମ ଚଳିବନି। କେବଳ ଏନଜିଓ ଆଣି ଆସିଲେ ହେବନି। ସେମାନେ ତୁମକୁ ବୁଝାନ୍ତି ଏବଂ ତୁମେ କହିବା ପରେ ଚାଲିଯାଅ। ଏହିପରି ରାଜନୀତି ହୁଏ ନାହିଁ।
ନଡା କହିଛନ୍ତି ଯେ, ପ୍ରଥମେ ସେମାନେ କହିବା ଉଚିତ୍‌ ଯେ ୨୦୦୪ ରୁ ୨୦୧୪ ମଧ୍ୟରେ କେତେ ଓବିସି ସଚିବ ଥିଲେ ଏବଂ ସେମାନେ କେଉଁଠାରେ ଥିଲେ। ନେହେରୁଙ୍କ କାର୍ଯ୍ୟକାଳ ସମୟରେ କାକା କାଲେଲକରଙ୍କ ରିପୋର୍ଟ ଆସିଥିଲା। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସମୟରେ ମଣ୍ଡଳ ଆୟୋଗର ରିପୋର୍ଟ ଆସିଥିଲା। ଏହା ପରେ ୧୯୯୨ରେ ସୁପ୍ରିମକୋର୍ଟ କହିଥିଲେ ଯେ, ଓବିସିମାନଙ୍କୁ ସେବାରେ ସଂରକ୍ଷଣ ଦିଆଯିବା ଉଚିତ୍‌। ବର୍ତ୍ତମାନର ସମସ୍ତ କ୍ୟାବିନେଟ ସଚିବ ୧୯୯୨ ପୂର୍ବର ଲୋକ ଅଟନ୍ତି।
ନଡା ଗୁରୁତ୍ୱାରୋପ କରିଛନ୍ତି ଯେ, ସ୍ବାଧୀନ ଭାରତରେ ୧୨ ଜଣ ମହିଳା ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ମହିଳାମାନେ ଅନେକ ଦେଶରେ ଭୋଟ ଅଧିକାର ପାଇଁ ଲଢିଛନ୍ତି। ଆମ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ମହିଳାମାନେ ଏହି ଅଧିକାର ପାଇଛନ୍ତି। ଅନ୍ୟମାନଙ୍କ ତୁଳନାରେ ଆମ ଦେଶ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮୮୮୯ କୋଟି ଟଙ୍କା ଜବତ କଲାଣି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮ା୫: ଲୋକ ସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ଏବଂ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ୨୦୨୪ ର ପାଇଁ ୨ ଦିନ ବାକି ଅଛି।...

ଚାର୍ ଧାମ ମନ୍ଦିର ନିକଟରେ ରିଲ୍ ଶୁଟିଂ କରିବା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୧୮।୫: ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ୍ ଶୁଟିଂ କରିବା ଉପରେ ଉତ୍ତରାଖଣ୍ଡ ପୋଲିସ ପ୍ରତିବନ୍ଧକ ଲଗାଇଛି। ଚାର ଧାମ ତୀର୍ଥସ୍ଥାନ ଅବସ୍ଥିତ...

”ଜ୍ୟୋତିଷ ହାତ ଦେଖି କହିଥିଲେ ତୁମେ ପ୍ରଧାନମନ୍ତ୍ରୀ ହେବ”: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଦେଶର ଏବେ ଲୋକ ସଭା ନିର୍ବାଚନର ପରିବେଶ ବେଶ ସରଗରମ ରହିଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହାରି...

POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…

ଝାନ୍‌ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର...

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri