ରାଜଧାନୀରେ ଏନ୍ଆଇଏର ଚଢାଉ, ୩ ଆଇଏସଆଇଏସ୍ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ
ନୂଆଦିଲ୍ଲୀ,୩୦।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଦିଲ୍ଲୀରେ ଆଇଏସଆଇଏସ୍ ଆତଙ୍କବାଦୀଙ୍କୁ ଖୋଜୁଛି। ୩ ଜଣ ଆତଙ୍କବାଦୀ ରାଜଧାନୀରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀଙ୍କ ନାମ ମହମ୍ମଦ ଶାହନୱାଜ ଆଲାମ, ରିଜୱାନ ଅବଦୁଲ ହାଜି ଅଲି ଏବଂ…
‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କଲେ ମୋଦି
ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଭାରତ ମଣ୍ଡପମଠାରେ ଶନିବାର (ସେପ୍ଟେମ୍ବର ୩୦) ’ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେଶର ଆକାଂକ୍ଷା ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ଯାତ୍ରା ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ। ଆସ୍ପିରେସନ ବ୍ଲକ ପ୍ରୋଗ୍ରାମ (ଏବିପି)…
ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ
ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା। ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ମଧ୍ୟପ୍ରଦେଶ ନିର୍ବାଚନ: ଏସପି, କଂଗ୍ରେସ ମଧ୍ୟରେ ହେବ ମେଣ୍ଟ! ଚାଲିଛି ଆଲୋଚନା
ଭୋପାଳ,୩୦।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ସରକାରୀ ଘୋଷଣା ପରେ ଉଭୟ ଦଳର ବିଶିଷ୍ଟ ନେତାମାନେ ମଧ୍ୟ ମଞ୍ଚ ବାଣ୍ଟିବେ। ମଧ୍ୟପ୍ରଦେଶର…
ଶାହାଙ୍କୁ ଭେଟିବା ପରେ ବସୁନ୍ଧରା କହିଲେ ଭଗବାନଙ୍କ ଘର ଦୂର ସତ କିନ୍ତୁ ଅନ୍ଧାର ନୁହେଁ
ଜୟପୁର,୩୦।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶୁକ୍ରବାର ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ। ଅଲୱର ଜିଲାର ବାରୱା ଡୁଙ୍ଗ୍ରି ଗାଁର ନାରାୟଣ ମାତା…
ଆଜି ରାହୁଲଙ୍କ ମଧ୍ୟପ୍ରଦେଶ ଗସ୍ତ, ଉଜୈନ ବଳାତ୍କାର ଘଟଣାରେ ସରକାରଙ୍କୁ କରିବେ ଟାର୍ଗେଟ୍
ନୂଆଦିଲ୍ଲୀ,୩୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶ ଗସ୍ତ କରିବେ। ଏହି ସମୟରେ ଶାଜାପୁର ଜିଲାର କାଲାପିପଲ ବିଧାନସଭା ନିର୍ବାଚନମଣ୍ଡଳୀରେ ରାହୁଲ ଗାନ୍ଧୀ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ଏଥିରେ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଦୁର୍ନୀତି ଏବଂ ମହିଳାଙ୍କ…
କାବେରୀ ଜଳ ବିବାଦ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ, ସିଡବ୍ଲୁଏମଏରେ ଆବେଦନ କରିବେ କର୍ନାଟକ ସରକାର
ବେଙ୍ଗାଲୁରୁ,୩୦।୯: କାବେରୀ ନଦୀର ଜଳ ଛାଡିବା ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। କର୍ନାଟକ ସରକାର ଏହାର ପୁନର୍ବିଚାର ପାଇଁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲୁଏମଏ) ଏବଂ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏଥିପାଇଁ ସେ ଶନିବାର ପୁନର୍ବିଚାର ପିଟିଶନ ଦାଖଲ କରିବେ।…
ଶାନ୍ତ କୁମାର ପିଟିଆଇ ମୁଖ୍ୟ
ନୂଆଦିଲ୍ଲୀ,୩୦ା୯: ଡେକାନ୍ ହେରାଲ୍ଡର ପ୍ରକାଶନୀ ସଂସ୍ଥା ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡ୍ର ଶାନ୍ତ କୁମାର ଶୁକ୍ରବାର ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ପିଟିଆଇ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଲଗାତର ୨ ଥର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଅଭିକ ସରକାରଙ୍କ ସ୍ଥାନରେ…
ଆଣ୍ଡାମାନ ସାଗରରେ ସକ୍ରିୟ ଆଗ୍ନେୟଗିରି: ଠାବକଲେ ଭାରତୀୟ ବୈଜ୍ଞାନିକ
ବେଙ୍ଗାଲୁରୁ,୩୦ା୯ : ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସନୋଗ୍ରାଫି (ଏନ୍ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି। ୨୦୦୭ରେ ପ୍ରଥମେ ଦେଖାଯାଇଥିବା ସିସ୍ମିକ୍ ଜୋନ୍ର ଏହା କେନ୍ଦ୍ରସ୍ଥଳ ବୋଲି…
କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଛି କାନାଡା
ନୂଆଦିଲ୍ଲୀ,୩୦ା୯ : କାନାଡା କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିବା ସହ ଏନେଇ ନୂଆଦିଲ୍ଲୀର ଉଦ୍ବେଗ ଆମେରିକାକୁ ଜଣାଇଛନ୍ତି। କାନାଡା ସହ ଦେଖାଦେଇଥିବା କୂଟନୈତିକ ବିବାଦ ସମ୍ପର୍କରେ ଜୟଶଙ୍କର ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା…
୨୦୨୪ରେ ନୁହେଁ, ୨୦୨୯ରେ ହେବ ଏକକାଳୀନ ନିର୍ବାଚନ
ନୂଆଦିଲ୍ଲୀ,୩୦ା୯ : ୨୦୨୪ରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ହେବନାହିଁ। ୨୦୨୯ରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ଲ’ କମିଶନ ମତ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ‘ଏକ ଦେଶ ଏକ ନିର୍ବାଚନ’କୁ ନେଇ ବିତର୍କ ଜାରି ରହିଥିବାବେଳେ ଲ’…
ସହମତି ବୟସ ୧୬କୁ କମାଅ ନାହିଁ
ନୂଆଦିଲ୍ଲୀ,୩୦ା୯: ଭାରତରେ ସହମତି ବୟସ ୧୮ ବର୍ଷ ରହିଛି। କିଶୋର ଯୌନ ସମ୍ପର୍କକୁ ନେଇ ବିତର୍କ ଜାରି ରହିଥିବାବେଳେ ୨୨ତମ ଲ’ କମିଶନ ନିଜ ରିପୋର୍ଟରେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସର୍ବନିମ୍ନ…

