୮୪,୫୬୦ କୋଟିର ପ୍ରତିରକ୍ଷା କ୍ରୟକୁ ମଞ୍ଜୁରୀ
ନୂଆଦିଲ୍ଲୀ,୧୭।୨(ପି.ଟି.) : ସଶସ୍ତ୍ର ବଳର ଆକ୍ରମଣ କ୍ଷମତା ବଢ଼ାଇବା ପାଇଁ ମଲ୍ଟିମିଶନ ବିମାନ ସମେତ ୮୪,୫୬୦ କୋଟି ଟଙ୍କାର ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା…
ବିରୋଧୀଙ୍କୁ ସନ୍ଦେଶଖାଲି ମନା
କୋଲକାତା/ନୂଆଦିଲ୍ଲୀ,୧୭।୨(ପି.ଟି.): ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲି ବ୍ଲକ୍ ଅଞ୍ଚଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମିକୁ ବଳପୂର୍ବକ ଦଖଲ ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର…
ଇନ୍ସାଟ-୩ଡିଏସ୍ ସାଟେଲାଇଟ୍ ଲଞ୍ଚ୍ ଆଜି
ଚେନ୍ନାଇ,୧୭।୨: ଇନ୍ସାଟ୍-୩ଡିଏସ୍ ପାଣିପାଗ ସାଟେଲାଇଟ୍ ଶନିବାର ଲଞ୍ଚ୍ ହେବାକୁ ଥିବାବେଳେ ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଜିଏସ୍ଏଲ୍ଭି-ଏଫ୍୧୪ ରକେଟ୍ର ଏହା ୧୬ତମ ମିଶନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଶନିବାର ଅପରାହ୍ନ ୫ଟା ୩୫ ମିନିଟ୍ରେ ଉତ୍କ୍ଷେପଣ କରାଯିବ…
ତୀବ୍ର ହେବ ଚାଷୀ ଆନ୍ଦୋଳନ
ଅମୃତସର/ହିସାର/ମୁଜାଫରନଗର,୧୭।୨(ପି.ଟି.): ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ଭାରତ ବନ୍ଦ ଡାକରା ଯୋଗୁ ଶୁକ୍ରବାର ପଞ୍ଜାବରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଫଳରେ ବସ୍ଯାତ୍ରୀମାନେ ବିଭିନ୍ନ ଷ୍ଟାଣ୍ଡରେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫସଲର ସର୍ବନିମ୍ନ ସହାୟକ…
ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍ ଲୋଡ଼ିଲେ କେଜ୍ରିଓ୍ବାଲ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧୬।: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଧାନସଭାରେ ତାଙ୍କ ସରକାରର ଶକ୍ତି ପ୍ରଦର୍ଶନ ପାଇଁ ଶୁକ୍ରବାର ଆସ୍ଥାଭୋଟ ଲୋଡ଼ିଛନ୍ତି। ଶନିବାର ଏହା ଉପରେ ଆଲୋଚନା ହେବ। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥାଏ। ଏମିତିରେ…
Paytm: ପେଟିଏମ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏବେ ମାର୍ଚ୍ଚ ୧୫ ଯାଏ କରିପାରିବେ ନେଣଦେଣ, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ଡିପୋଜିଟ୍ ଏବଂ ଅନ୍ୟ ନେଣଦେଣର ସମୟସୀମାକୁ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରିଛି। ଶୁକ୍ରବାର ଆର୍ବିଆଇ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ପୂର୍ବରୁ ଜାନୁଆରୀ ୩୧ ରେ…
ଭାରତ ବନ୍ଦ ଆମ ଅଧିକାର ନା ଏହା ଅପରାଧ? କ’ଣ ଯେକେହି କରିପାରିବେ ଘୋଷଣା, ଜାଣନ୍ତୁ କ’ଣ କୁହେ ସମ୍ବିଧାନ…
ନୂଆଦିଲ୍ଲୀ,୧୬।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସ୍କେଏମ୍) ଏବଂ ଅନ୍ୟ ସଂଗଠନଗୁଡ଼ିକ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡ଼ାକରା ଦିଆଯାଇଥିଲା। ସକାଳ ୬ରୁ ଅପରାହ୍ନ ୪ ଯାଏ କୃଷକ-ଶ୍ରମିକମାନେ କାମ ବନ୍ଦ କରିବାକୁ ଅପିଲ କରାଯାଇଥିଲେ ହେଁ ଏହାର ସେତେଟା ପ୍ରଭାବ ଦେଖିବାକୁ ମିଳିନାହିଁ।…
‘ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି’
ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ…
ଏଣିକି ଟୋଲ୍ଗେଟ୍ରେ ଚାଲିବନି ଆପଣଙ୍କ ପେଟିଏମ୍, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ
ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ…
ଚମ୍ପାଇ ସୋରେନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ କଂଗ୍ରେସରେ ଝଡ଼, ରୁମ ନମ୍ବର ୧୦୭ରେ ବନ୍ଦ ହେଲେ ବିଧାୟକ
ରାଞ୍ଚି,୧୬।୨: ଝାଡ଼ଖଣ୍ଡରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବଡ ଖବର ଆସୁଛି। କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି ଏବଂ ଅନେକ ବିଧାୟକ ସର୍କିଟ ହାଉସର୧୦୭ ନମ୍ବର କୋଠରୀରେ ଏକାଠି ହୋଇଛନ୍ତି। ୧୦ଜଣ କଂଗ୍ରେସ ବିଧାୟକ ଏକାଠି ହୋଇଛନ୍ତି। ହେମନ୍ତ ସୋରେନ…
ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୬।୨: ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଶେୟାର କରିଛନ୍ତି। ଏହି ଟୁଇଟ୍ରେ ପ୍ରିୟଙ୍କା ଲେଖିଛନ୍ତି, ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ…
ବିମାନବନ୍ଦରରେ ମିଳିଲାନି ହ୍ବିଲ୍ଚେୟାର: ବିମାନରୁ ଟର୍ମିନାଲ କାଉଣ୍ଟରକୁ ଚାଲିକି ଆସୁଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ
ମୁମ୍ବାଇ,୧୬।୨: ମୁମ୍ବାଇ ବିମାନବନ୍ଦରରେ ଏକ ଦୁଃଖଦ ଘଟଣା ଘଟିଛି। ହ୍ବିଲ୍ଚେୟାର ନ ପାଇ ବିମାନରୁ ଟର୍ମିନାଲରେ ଅବସ୍ଥିତ ଇମିଗ୍ରେସନ କାଉଣ୍ଟରକୁ ଚାଲିକି ଆସୁଥିବା ବେଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ…

