ସୁପ୍ରିମକୋର୍ଟରେ ଜାରି ରହିଛି କୋଲକାତା ବଳାତ୍କାର ମାମଲାର ଶୁଣାଣି, ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୋର୍ଟଙ୍କ ନିବେଦନ
ନୂଆଦିଲ୍ଲୀ,୨୦।୮: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ…
ଉଦ୍ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ: ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କୋଲକାତା,୨୦।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ…
ଭାଜପାକୁ ଝଟ୍କା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଓମ ପ୍ରକାଶ ରାଜଭର!
ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶର ପ୍ରସିଦ୍ଧ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଜାତୀୟ ସ୍ତରରେ ନିଜର ଉପସ୍ଥିତି ବଢାଇବା ଆରମ୍ଭ କରିଛି। ଯଦିଓ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୧୩ଟି ରାଜ୍ୟରେ ସଂଗଠନ ଅଛି, କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମୁମ୍ବାଇରେ…
କିଏ ସେହି ସନ୍ଦୀପ ଘୋଷ? ଯିଏ ଘଟଣାର ତିନି ଦିନ ପରେ ଦେଇଥିଲେ ଇସ୍ତଫା, କୋଲକାତା ବଳାତ୍କାର ଘଟଣା ସହ ରହିଛି…
କୋଲକାତା,୨୦।୮: ପଶ୍ଚିମବଙ୍ଗର କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ସାରା ଦେଶରେ ବିରୋଧ କରାଯାଉଛି। ଦେଶର ଜୁନିୟର…
ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ଅଦଳବଦଳ:ଅଜିତ ପାଓ୍ବାରଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ,୨୦।୮: କଂଗ୍ରେସର ୨ ବିଧାୟକ ଜିଶାନ ସିଦ୍ଦିକି ଓ ହିରାମନ ଖୋସକର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଭେଟିଛନ୍ତି। ବାନ୍ଦ୍ରା ବିଧାୟକ ଜିଶାନ ନିକଟରେ ଏନସିପି ମଞ୍ଚରେ ନଜର ଆସିଥିଲେ। ଏହାଛଡା ଇଗତପୁରୀ ବିଧାୟକ ହିରାମନ ଖୋସକର ମଧ୍ୟ ଏନସିପି ନିକଟତର ହୋଇଛନ୍ତି।…
ରାଜୀବ ଗାନ୍ଧୀଙ୍କ ୮୦ ତମ ଜୟନ୍ତିରେ ବୀରଭୂମିରେ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ
ନୂଆଦିଲ୍ଲୀ,୨୦।୮: ମଙ୍ଗଳବାର ଅଗଷ୍ଟ ୨୦ ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୦ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଲୋକ ସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତାଙ୍କ ସ୍ବର୍ଗତ ପିତା ରାଜୀବ…
ଶେଖ ହାସିନାଙ୍କ ଭଳି…, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ
ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମଏଲସି ଇଭାନ ଡି’ସୁଜା ସୋମବାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ତାଙ୍କ ଆଦେଶ ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କୁ କର୍ନାଟକ ଛାଡିବାକୁ ପଡିବ।…
ଜୁଏଲ୍ ଓରାମ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ,୨୦।୮(ପି.ଟି.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ସୋମବାର ରାତି ୯ଟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ନୂଆ ପ୍ରାଇଭେଟ୍ ଓ୍ବାର୍ଡରେ ସେ ପଲ୍ମୋନାରି ମେଡିସିନ ବିଭାଗ ମୁଖ୍ୟ ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା…
ବିହାର ରାଜନୀତିରେ ହଇଚଇ: ଚମ୍ପାଇ ସୋରେନଙ୍କ ବିଦ୍ରୋହ ପରେ ଏବେ ନୀତୀଶଙ୍କ ନିକଟ ମନ୍ତ୍ରୀ କଲେ ଏଭଳି ଦାବି
ପାଟନା,୨୦।୮: ଗତ କିଛି ଦିନ ହେବ ଝାଡଖଣ୍ଡର ରାଜନୀତିରେ ବହୁତ ଉତ୍ତେଜନା ଦେଖାଦେଇଛି ଏବଂ ଖୁବ ଶୀଘ୍ର ଏକ ବଡ଼ ଖେଳ ହେବାକୁ ଯାଉଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଭାଜପା ନେତାଙ୍କ ସହ ଯୋଗାଯୋଗରେ ଥିବା କୁହାଯାଉଛି। ଏଥି…
ବିଧାନସଭା ନିର୍ବାଚନରେ ଟିକେଟ ଦେବାକୁ ନେଇ ସର୍ତ୍ତ ରଖିଲେ ରାହୁଲ
ନୂଆଦିଲ୍ଲୀ,୨୦।୮: ରାହୁଲ ଗାନ୍ଧୀ ହରିୟାଣା-ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟନ ସମ୍ପର୍କରେ ଛୋଟ-ବଡ ସମସ୍ତ ନେତାଙ୍କ ପାଇଁ ସର୍ତ୍ତ ସ୍ପଷ୍ଟ କରିଛନ୍ତି। ହରିୟାଣା, ଜମ୍ମୁ କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଦେଶରେ ଅନେକ ତୁତୁମେମେ ଘଟିଛି ଏବଂ…
‘ବିଭୀଷଣ ହେଉଛନ୍ତି ଚମ୍ପାଇ ସୋରେନ, ଯେତେବେଳେ ହେମନ୍ତ ସୋରେନ ଜେଲ ଯାଇଥିଲେ…’ ବଡ଼ ଅଭିଯୋଗ ଆଣିଲେ ମନ୍ତ୍ରୀ
ରାଞ୍ଚି,୨୦।୮: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡର ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବରିଷ୍ଠ ନେତା ଚମ୍ପାଇ ସୋରେନ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଚ୍ୟାଲେଞ୍ଚ ଦେଇଛନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଖୁବ ଶୀଘ୍ର…
କମ୍ ପାର୍ଶ୍ୱ ପ୍ରତିକ୍ରିୟାର ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରିବ ଏଆଇ
ଓଟାଓ୍ବା, ୨୦ା୮: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହାରି ମଧ୍ୟରେ କାନାଡାର ମୈନିଟୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରେ ଏଆଇକୁ ବ୍ୟବହାର କରି କମ୍ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଉତ୍ତମ ଆଣ୍ଟିବାୟୋଟିକ୍ସକୁ ବିକଶିତ କରିବାର…
Archives


